ବାପା ହେଲେ ଭାରତୀୟ କ୍ରିକେଟର ଅକ୍ଷର ପଟେଲ, ପୋଷ୍ଟ ସେୟାର କରି ଦେଲେ ସୂଚନା
ମୁମ୍ଵାଇ ୨୫।୧୨; ରୋହିତ ଶର୍ମାଙ୍କ ପରେ ଟିମ ଇଣ୍ଡିଆର ଆଉ ଜଣେ କ୍ରିକେଟର ବାପା ହୋଇଛନ୍ତି। ଅକ୍ଷର ପଟେଲଙ୍କ ପତ୍ନୀ ମେହା ମା’ ହୋଇଛନ୍ତି। ସେ ଗୋଟିଏ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଏନେଇ ଅକ୍ଷର ପଟେଲ ନିଜେ ଇନଷ୍ଟାଗ୍ରାମରେ ଖୁସି ଖବରକୁ ଜଣାଇଛନ୍ତି। କିନ୍ତୁ ମେହା ଡିସେମ୍ବର ୧୯ରୁ ମା’ ହୋଇ ସାରିଥିବା ସେ କହିଛନ୍ତି।View this post on InstagramA post shared by Axar Patel (@akshar.patel)ଅକ୍ଷର ଓ ମେହା ଇନଷ୍ଟାଗ୍ରାମରେ ସେମାନଙ୍କ ନବଜାତ ପୁଅ ଟିମ ଇଣ୍ଡିଆର ଜର୍ସୀ ପିନ୍ଧିଥିବା ଫଟୋ ପୋଷ୍ଟ କରିଛନ୍ତି। ଏଥିସହ ପୁଅର ନାଁ ମଧ୍ୟ ସେମାନେ ସମସ୍ତଙ୍କୁ ଜଣାଇଛନ୍ତି। ଅକ୍ଷର ଓ ମେହା ଇନଷ୍ଟାଗ୍ରାମରେ ଲେଖିଛନ୍ତି, “ସେ ଏବେ ବି ଗୋଡ଼ରୁ ଅଫ ସାଇଡ ଖୋଜୁଛି। କିନ୍ତୁ ଆମେ ତା’କୁ ବ୍ଲୁରେ ଆପଣଙ୍କ ଆଗରେ ଉପସ୍ଥାପନ କରିବାକୁ ଅପେକ୍ଷା କରିପାରୁ ନାହୁଁ। ବିଶ୍ୱରେ ଭାରତର ସବୁଠାରୁ ଛୋଟ ତଥାପି ସବୁଠାରୁ ଫ୍ୟାନ ଓ ଆମ ହୃଦୟର ସବୁଠାର ଖାସ୍ ହକଶ ପଟେଲକୁ ସ୍ୱାଗତ। ୧୯-୧୨-୨୦୨୪।”କହିବାକୁ ଗଲେ ଅକ୍ଷର ଓ ମେହା ଅକ୍ଟୋବର ୭ରେ ବାପା ମା’ ହେବାକୁ ଯାଉଥିବା ନେଇ ଘୋଷଣା କରିଥିଲେ। ୨୦୨୩ ଜାନୁଆରୀରେ ଉଭୟ ବିବାହ କରିଥିଲା। ଏବେ ସେମାନେ ବାପା ମା’ ହୋଇଛନ୍ତି। ତାଙ୍କ ପୋଷ୍ଟ ଦେଖି ସଭିଏଁ ଶୁଭେଚ୍ଛା ଜଣାଉଛନ୍ତି।
ମୁମ୍ଵାଇ ୨୫।୧୨; ରୋହିତ ଶର୍ମାଙ୍କ ପରେ ଟିମ ଇଣ୍ଡିଆର ଆଉ ଜଣେ କ୍ରିକେଟର ବାପା ହୋଇଛନ୍ତି। ଅକ୍ଷର ପଟେଲଙ୍କ ପତ୍ନୀ ମେହା ମା’ ହୋଇଛନ୍ତି। ସେ ଗୋଟିଏ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଏନେଇ ଅକ୍ଷର ପଟେଲ ନିଜେ ଇନଷ୍ଟାଗ୍ରାମରେ ଖୁସି ଖବରକୁ ଜଣାଇଛନ୍ତି। କିନ୍ତୁ ମେହା ଡିସେମ୍ବର ୧୯ରୁ ମା’ ହୋଇ ସାରିଥିବା ସେ କହିଛନ୍ତି।
ଅକ୍ଷର ଓ ମେହା ଇନଷ୍ଟାଗ୍ରାମରେ ସେମାନଙ୍କ ନବଜାତ ପୁଅ ଟିମ ଇଣ୍ଡିଆର ଜର୍ସୀ ପିନ୍ଧିଥିବା ଫଟୋ ପୋଷ୍ଟ କରିଛନ୍ତି। ଏଥିସହ ପୁଅର ନାଁ ମଧ୍ୟ ସେମାନେ ସମସ୍ତଙ୍କୁ ଜଣାଇଛନ୍ତି। ଅକ୍ଷର ଓ ମେହା ଇନଷ୍ଟାଗ୍ରାମରେ ଲେଖିଛନ୍ତି, “ସେ ଏବେ ବି ଗୋଡ଼ରୁ ଅଫ ସାଇଡ ଖୋଜୁଛି। କିନ୍ତୁ ଆମେ ତା’କୁ ବ୍ଲୁରେ ଆପଣଙ୍କ ଆଗରେ ଉପସ୍ଥାପନ କରିବାକୁ ଅପେକ୍ଷା କରିପାରୁ ନାହୁଁ। ବିଶ୍ୱରେ ଭାରତର ସବୁଠାରୁ ଛୋଟ ତଥାପି ସବୁଠାରୁ ଫ୍ୟାନ ଓ ଆମ ହୃଦୟର ସବୁଠାର ଖାସ୍ ହକଶ ପଟେଲକୁ ସ୍ୱାଗତ। ୧୯-୧୨-୨୦୨୪।”
କହିବାକୁ ଗଲେ ଅକ୍ଷର ଓ ମେହା ଅକ୍ଟୋବର ୭ରେ ବାପା ମା’ ହେବାକୁ ଯାଉଥିବା ନେଇ ଘୋଷଣା କରିଥିଲେ। ୨୦୨୩ ଜାନୁଆରୀରେ ଉଭୟ ବିବାହ କରିଥିଲା। ଏବେ ସେମାନେ ବାପା ମା’ ହୋଇଛନ୍ତି। ତାଙ୍କ ପୋଷ୍ଟ ଦେଖି ସଭିଏଁ ଶୁଭେଚ୍ଛା ଜଣାଉଛନ୍ତି।