୧୮ ହଜାର ଟଙ୍କାରେ ନିଜ ଶିଶୁ ପୁତ୍ରକୁ ବିକ୍ରି ଘଟଣା, ଧରାପଡ଼ିଲା ମାଆ

ଯାଜପୁର: ୧୮ ହଜାର ଟଙ୍କାରେ ନିଜ ଶିଶୁ ପୁତ୍ରକୁ ବିକ୍ରି କରିବା ଘଟଣା। ଧରାପଡ଼ିଲା ଶିଶୁପୁତ୍ରକୁ ବିକ୍ରି କରିଥିବା ମାଆ। ମାଆକୁ ଧରିଲା ସଦର ଥାନା ପୋଲିସ। ତାଙ୍କୁ ଥାନାରେ ଅଟକ ପୋଲିସର ପଚରା ଉଚରା ଜାରି ରଖିଛି।ସୂଚନାଥାଉକି, ଗତ ୨୨ ତାରିଖ ଦିନ ଯାଜପୁର ଟାଉନ୍ ଥାନା ଅଞ୍ଚଳ ବଡ଼ ସୁଆର ପଞ୍ଚାୟତରେ ତୋଟାସାହି ଗ୍ରାମରୁ ଛୁଆ ବିକ୍ରି ଘଟଣା ସାମ୍ନାକୁ ଆସିଥିଲା। ତୋଟାସାହି ଗ୍ରାମର ପ୍ରଶାନ୍ତ ପରିଡ଼ାଙ୍କ ପତ୍ନୀ ଟଙ୍କା ପାଇଁ ନିଜ ନିଜ ପୁଅକୁ ବିକ୍ରି କରିଦେଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ ।  ପରେ ୨୩ ତାରିଖ ଦିନ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ସଦର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଏହି କ୍ରମରେ ତଦନ୍ତ କରି ଶିଶୁର ମାଆକୁ ଧରିଛି ପୋଲିସ।

୧୮ ହଜାର ଟଙ୍କାରେ ନିଜ ଶିଶୁ ପୁତ୍ରକୁ ବିକ୍ରି ଘଟଣା, ଧରାପଡ଼ିଲା ମାଆ

ଯାଜପୁର: ୧୮ ହଜାର ଟଙ୍କାରେ ନିଜ ଶିଶୁ ପୁତ୍ରକୁ ବିକ୍ରି କରିବା ଘଟଣା। ଧରାପଡ଼ିଲା ଶିଶୁପୁତ୍ରକୁ ବିକ୍ରି କରିଥିବା ମାଆ। ମାଆକୁ ଧରିଲା ସଦର ଥାନା ପୋଲିସ। ତାଙ୍କୁ ଥାନାରେ ଅଟକ ପୋଲିସର ପଚରା ଉଚରା ଜାରି ରଖିଛି।

ସୂଚନାଥାଉକି, ଗତ ୨୨ ତାରିଖ ଦିନ ଯାଜପୁର ଟାଉନ୍ ଥାନା ଅଞ୍ଚଳ ବଡ଼ ସୁଆର ପଞ୍ଚାୟତରେ ତୋଟାସାହି ଗ୍ରାମରୁ ଛୁଆ ବିକ୍ରି ଘଟଣା ସାମ୍ନାକୁ ଆସିଥିଲା। ତୋଟାସାହି ଗ୍ରାମର ପ୍ରଶାନ୍ତ ପରିଡ଼ାଙ୍କ ପତ୍ନୀ ଟଙ୍କା ପାଇଁ ନିଜ ନିଜ ପୁଅକୁ ବିକ୍ରି କରିଦେଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ ।  ପରେ ୨୩ ତାରିଖ ଦିନ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ସଦର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଏହି କ୍ରମରେ ତଦନ୍ତ କରି ଶିଶୁର ମାଆକୁ ଧରିଛି ପୋଲିସ।