ଟ୍ରମ୍ପ ପ୍ରଶାସନକୁ କୋର୍ଟଙ୍କ ଝଟକା, ହାର୍ଭାର୍ଡରେ ବିଦେଶୀ ଛାତ୍ରଙ୍କ ନାମଲେଖା କଟକଣା ଉପରେ ଲାଗିଲା ରୋକ୍
ନୂଆଦିଲ୍ଲୀ: ଟ୍ରମ୍ପ ପ୍ରଶାସନକୁ ଆମେରିକା କୋର୍ଟରୁ ବଡ଼ ଝଟକା ଲାଗିଛି । ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ଛାତ୍ରଙ୍କ ନାମଲେଖା କଟକଣା ନିର୍ଦ୍ଦେଶ ଉପରେ କୋର୍ଟ ରୋକ୍ ଲଗାଇଛନ୍ତି । ଆମେରିକା ଜିଲ୍ଲା ଜଜ୍ ଏଲିସନ୍ ବରୋଜ ଏଥିପାଇଁ ଅସ୍ଥାୟୀ ମଞ୍ଜୁରି ଦେଇଛନ୍ତି । କୋର୍ଟଙ୍କ ଏହି ରାୟ ପରେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟକୁ ପଢିବା ପାଇଁ ଆସିବାକୁ ଚାହୁଁଥିବା ଛାତ୍ରଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ଏହା ପୂର୍ବରୁ ଶୁକ୍ରବାର ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ଟ୍ରମ୍ପ ପ୍ରଶାସନର ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲା । ୟୁନିଭର୍ସିଟି ଏହାକୁ ହ୍ୱାଇଟ୍ ହାଉସର ରାଜନୈତିକ ଇଚ୍ଛାର ବିରୋଧର ପ୍ରତିଫଳନ ଓ ଅସମ୍ୱିଧାନିକ ବୋଲି କହିଥିଲା । ବୋଷ୍ଟନରେ ସଂଘୀୟ ଅଦାଲତରେ ଦାଖଲ ମୋକଦ୍ଦମାରେ ବିଶ୍ୱବିଦ୍ୟାଳୟ କହିଥିଲା ଯେ ସରକାରର କାର୍ଯ୍ୟାନୁଷ୍ଠାନ ସମ୍ୱିଧାନର ଉଲ୍ଲଂଘନ କରୁଛି । ଏହାଦ୍ୱାରା ହାର୍ଭାର୍ଡ ଓ ୭୦୦୦ରୁ ଅଧିକ ଭିସାଧାରକଙ୍କ ଉପରେ ତତ୍କାଳ ବିନାଶକାରୀ ପ୍ରଭାବ ପକାଇବ । ଗୁରୁବାର ଟ୍ରମ୍ପ ପ୍ରଶାସନ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ ରୋକ୍ ଲଗାଇଥିଲେ । ବିଶ୍ୱବିଦ୍ୟାଳୟ ବିରୋଧରେ ହୋମଲାଣ୍ଡ ସିକ୍ୟୁରିଟି ଡିପାର୍ଟମେଣ୍ଟ ପକ୍ଷରୁ ତଦନ୍ତ କରାଯାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି କୁହାଯାଇଥିଲା । ବିଦେଶୀ ଛାତ୍ରଙ୍କ ନାମ ନ ଲେଖାଇବା ପାଇଁ ହୋମଲାଣ୍ଡ ସିକ୍ୟୁରିଟି ସେକ୍
ନୂଆଦିଲ୍ଲୀ: ଟ୍ରମ୍ପ ପ୍ରଶାସନକୁ ଆମେରିକା କୋର୍ଟରୁ ବଡ଼ ଝଟକା ଲାଗିଛି । ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ଛାତ୍ରଙ୍କ ନାମଲେଖା କଟକଣା ନିର୍ଦ୍ଦେଶ ଉପରେ କୋର୍ଟ ରୋକ୍ ଲଗାଇଛନ୍ତି । ଆମେରିକା ଜିଲ୍ଲା ଜଜ୍ ଏଲିସନ୍ ବରୋଜ ଏଥିପାଇଁ ଅସ୍ଥାୟୀ ମଞ୍ଜୁରି ଦେଇଛନ୍ତି । କୋର୍ଟଙ୍କ ଏହି ରାୟ ପରେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟକୁ ପଢିବା ପାଇଁ ଆସିବାକୁ ଚାହୁଁଥିବା ଛାତ୍ରଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ଏହା ପୂର୍ବରୁ ଶୁକ୍ରବାର ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ଟ୍ରମ୍ପ ପ୍ରଶାସନର ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲା । ୟୁନିଭର୍ସିଟି ଏହାକୁ ହ୍ୱାଇଟ୍ ହାଉସର ରାଜନୈତିକ ଇଚ୍ଛାର ବିରୋଧର ପ୍ରତିଫଳନ ଓ ଅସମ୍ୱିଧାନିକ ବୋଲି କହିଥିଲା । ବୋଷ୍ଟନରେ ସଂଘୀୟ ଅଦାଲତରେ ଦାଖଲ ମୋକଦ୍ଦମାରେ ବିଶ୍ୱବିଦ୍ୟାଳୟ କହିଥିଲା ଯେ ସରକାରର କାର୍ଯ୍ୟାନୁଷ୍ଠାନ ସମ୍ୱିଧାନର ଉଲ୍ଲଂଘନ କରୁଛି । ଏହାଦ୍ୱାରା ହାର୍ଭାର୍ଡ ଓ ୭୦୦୦ରୁ ଅଧିକ ଭିସାଧାରକଙ୍କ ଉପରେ ତତ୍କାଳ ବିନାଶକାରୀ ପ୍ରଭାବ ପକାଇବ ।
ଗୁରୁବାର ଟ୍ରମ୍ପ ପ୍ରଶାସନ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ ରୋକ୍ ଲଗାଇଥିଲେ । ବିଶ୍ୱବିଦ୍ୟାଳୟ ବିରୋଧରେ ହୋମଲାଣ୍ଡ ସିକ୍ୟୁରିଟି ଡିପାର୍ଟମେଣ୍ଟ ପକ୍ଷରୁ ତଦନ୍ତ କରାଯାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି କୁହାଯାଇଥିଲା । ବିଦେଶୀ ଛାତ୍ରଙ୍କ ନାମ ନ ଲେଖାଇବା ପାଇଁ ହୋମଲାଣ୍ଡ ସିକ୍ୟୁରିଟି ସେକ୍ରୋଟରୀ କ୍ରିଷ୍ଟି ନୋଏମ ଏ ସଂକ୍ରାନ୍ତରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲା । ଉକ୍ତ ଚିଠିରେ ଦର୍ଶାଯାଇଥିଲା ଯେ ବିଶ୍ୱବିଦ୍ୟାଳୟରେ ହିଂସା, ଭେଦଭାବ, ଇହୁଦୀ ବିରୋଧୀ ଗତିବିଧିକୁ ପ୍ରୋତ୍ସାହନ ଦିଆଯାଉଥିବା ବେଳେ ଚୀନୀ କମ୍ୟୁନିଷ୍ଟ ପାର୍ଟି ସହ ମିଶି କାର୍ଯ୍ୟ କରାଯାଉଛି । ଏଠାରେ ବିଦେଶୀ ଛାତ୍ରଙ୍କ ନାମଲେଖା ଏକ ବିଶେଷାଧିକାର । କିନ୍ତୁ ଅଧିକାର ନୁହେଁ । ତେଣୁ ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ।
ଯଦି ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ଆଗାମୀ ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ଛାତ୍ର ଓ ବିନିମୟ ଆଗନ୍ତୁକ କାର୍ଯ୍ୟକ୍ରମର ପ୍ରମାଣନ ପୁନଃ ହାସଲ କରିବାକୁ ଚାହୁଁଛି ତେବେ ୭୨ ଘଣ୍ଟା ଭିତରେ ଆବଶ୍ୟକ ସମସ୍ତ ତଥ୍ୟ ପ୍ରଦାନ କରିବାକୁ ପଡିବ । ୬ଟି ସର୍ତ୍ତ ମାନିବାକୁ ପଡିବ ବୋଲି କୁହାଯାଇଥିଲା ।
ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟ କହିଥିଲା ଯେ ଟ୍ରମ୍ପ ପ୍ରଶାସନର ଏଭଳି ପଦକ୍ଷେପ ଯୋଗୁ ହାର୍ଭାର୍ଡର ବିପୁଳ କ୍ଷତି ଘଟିବାର ସମ୍ଭାବନା ରହିଛି । ସରକାରଙ୍କ ପଦକ୍ଷେପ ବେଆଇନ । ୧୪୦ଟି ଦେଶର ଛାତ୍ର ଓ ଶିକ୍ଷାବିତ ଏଠାରେ ଅଧ୍ୟୟନ କରୁଛନ୍ତି । ତେଣୁ ହାର୍ଭାର୍ଡର ପ୍ରତିଷ୍ଠା ବଜାୟ ରଖିବା ଲାଗି ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଥିଲା । ଗତ ଏପ୍ରିଲରେ ଟ୍ରମ୍ପ ପ୍ରଶାସନ ହାର୍ଭାର୍ଡ ଉପରେ ନିୟନ୍ତ୍ରଣ ରଖିବାକୁ ଉଦ୍ୟମ କରିଥିଲେ । କିନ୍ତୁ ହାର୍ଭାର୍ଡ ବିଶ୍ୱିଦ୍ୟାଳୟ ଏହାକୁ ଗ୍ରହଣ କରିନଥିଲା ।