ପରିବାର ସହ ତିରୁପତି ମନ୍ଦିର ଦର୍ଶନ କଲେ ରାମଚରଣ, ଭିଡ ଦେଖି ଲୁଚାଇ ଦେଲେ ଝିଅର ମୁହଁ

ମୁମ୍ଵାଇ ୨୭।୦୩: ଦକ୍ଷିଣର ଡାଏନାମିକ ଅଭିନେତା ତଥା ସୁପରଷ୍ଟାର ଚିରଞ୍ଜୀବୀ। ତାଙ୍କ ପୁଅ ଅର୍ଥାତ୍‌ ଅଭିନେତା ରାମ ଚରଣ । ଆଜି ସେ ତାଙ୍କର ୩୯ ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କ ଜନ୍ମଦିନର ବିଶେଷ ଉତ୍ସବକୁ ଆହୁରି ସ୍ୱତନ୍ତ୍ର କରିବା ପାଇଁ ଅଭିନେତା ଭଗବାନଙ୍କ ଦର୍ଶନରୁ ତାଙ୍କ ଦିନ ଆରମ୍ଭ କରିଥିଲେ । ତାଙ୍କ ପତ୍ନୀ ଉପସାନା କାମିନେନି ଏବଂ ଝିଅ କ୍ଲିନ କାର କୋନିଡେଲାଙ୍କ ସହ ତିରୁପତି ବାଲାଜୀ ମନ୍ଦିର ପରିଦର୍ଶନ କରିଥିଲେ। ବର୍ତ୍ତମାନ ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ସେ ତାଙ୍କ ପରିବାର ସହିତ ମନ୍ଦିର ଆଡକୁ ଯାଉଛନ୍ତି।ଅଭିନେତା ରାମ ଚରଣ ଦର୍ଶନ ପାଇଁ ସକାଳେ ତିରୁପତି ବାଲାଜୀ ମନ୍ଦିରରେ ପହଞ୍ଚିଥିଲେ। ଏହାରି ମଧ୍ୟରେ ପୁଜା ଅର୍ଚ୍ଚନା କଲେ। ଦକ୍ଷିଣ ଭାରତୀୟ ପାରମ୍ପାରିକ ପୋଷାକରେ ରାମ ଚରଣଙ୍କୁ ଦେଖିବାକୁ ମିଳିଥିଲା। ସେ ଏକ ଧଳା ସାର୍ଟ ପିନ୍ଧିଥିବା ବେଳେ ଉପାସନା ଗୋଲାପୀ ରଙ୍ଗର ଶାଢୀ ପିନ୍ଧିଥିବାର ନଜର ଆସିଥିଲେ। ଭିଡିଓରେ ଉପସାନା ଝିଅଙ୍କୁ କୋଳରେ ଧରି ମନ୍ଦିର ଆଡକୁ ଯାଉଥିବାର ନଜର ଆସିଛନ୍ତି। ଏହି ସମୟରେ ମନ୍ଦିର ପ୍ରଶାସନର ଲୋକ ଏବଂ କିଛି ଘନିଷ୍ଠ ବ୍ୟକ୍ତି ତାଙ୍କ ସହ ଥିଲେ। #WATCH आंध्र प्रदेश: अभिनेता राम चरण ने अपने जन्मदिन पर अपने परिवार के साथ तिरूपति बालाजी मंदिर में दर्शन किए और पूजा की। pic.twitter.com/FM66SL2IeL— ANI_HindiNews (@AHin

ପରିବାର ସହ ତିରୁପତି ମନ୍ଦିର ଦର୍ଶନ କଲେ ରାମଚରଣ, ଭିଡ ଦେଖି ଲୁଚାଇ ଦେଲେ ଝିଅର ମୁହଁ

ମୁମ୍ଵାଇ ୨୭।୦୩: ଦକ୍ଷିଣର ଡାଏନାମିକ ଅଭିନେତା ତଥା ସୁପରଷ୍ଟାର ଚିରଞ୍ଜୀବୀ। ତାଙ୍କ ପୁଅ ଅର୍ଥାତ୍‌ ଅଭିନେତା ରାମ ଚରଣ । ଆଜି ସେ ତାଙ୍କର ୩୯ ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କ ଜନ୍ମଦିନର ବିଶେଷ ଉତ୍ସବକୁ ଆହୁରି ସ୍ୱତନ୍ତ୍ର କରିବା ପାଇଁ ଅଭିନେତା ଭଗବାନଙ୍କ ଦର୍ଶନରୁ ତାଙ୍କ ଦିନ ଆରମ୍ଭ କରିଥିଲେ । ତାଙ୍କ ପତ୍ନୀ ଉପସାନା କାମିନେନି ଏବଂ ଝିଅ କ୍ଲିନ କାର କୋନିଡେଲାଙ୍କ ସହ ତିରୁପତି ବାଲାଜୀ ମନ୍ଦିର ପରିଦର୍ଶନ କରିଥିଲେ। ବର୍ତ୍ତମାନ ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ସେ ତାଙ୍କ ପରିବାର ସହିତ ମନ୍ଦିର ଆଡକୁ ଯାଉଛନ୍ତି।

ଅଭିନେତା ରାମ ଚରଣ ଦର୍ଶନ ପାଇଁ ସକାଳେ ତିରୁପତି ବାଲାଜୀ ମନ୍ଦିରରେ ପହଞ୍ଚିଥିଲେ। ଏହାରି ମଧ୍ୟରେ ପୁଜା ଅର୍ଚ୍ଚନା କଲେ। ଦକ୍ଷିଣ ଭାରତୀୟ ପାରମ୍ପାରିକ ପୋଷାକରେ ରାମ ଚରଣଙ୍କୁ ଦେଖିବାକୁ ମିଳିଥିଲା। ସେ ଏକ ଧଳା ସାର୍ଟ ପିନ୍ଧିଥିବା ବେଳେ ଉପାସନା ଗୋଲାପୀ ରଙ୍ଗର ଶାଢୀ ପିନ୍ଧିଥିବାର ନଜର ଆସିଥିଲେ। ଭିଡିଓରେ ଉପସାନା ଝିଅଙ୍କୁ କୋଳରେ ଧରି ମନ୍ଦିର ଆଡକୁ ଯାଉଥିବାର ନଜର ଆସିଛନ୍ତି। ଏହି ସମୟରେ ମନ୍ଦିର ପ୍ରଶାସନର ଲୋକ ଏବଂ କିଛି ଘନିଷ୍ଠ ବ୍ୟକ୍ତି ତାଙ୍କ ସହ ଥିଲେ। 



ହେଲେ ଏହାରି ମଧ୍ୟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା, ଉପାସନା ତାଙ୍କ ଝିଅ ମୁହଁକୁ ନିଜ ପଣତରେ ଘୋଡାଇ ଦେଇଥିଲେ । କେବଳ ଏତିକି ନୁହେଁ, ସାମାନ୍ୟ ଝଲକ ମଧ୍ୟ ଦେଖିବାକୁ ଦେଇନଥିଲେ। କହିବାକୁ ଗଲେ ତାଙ୍କ ଝିଅକୁ ଲାଇମଲାଇଟ୍ ଠାରୁ ଦୂରେଇ ରଖିବା ପାଇଁ ସେ ଏହା କରିଛନ୍ତି। ଉଭୟ ଏପର୍ଯ୍ୟନ୍ତ ତାଙ୍କ ଝିଅର ଚେହେରା ଦେଖାଇ ନାହାନ୍ତି । ଏହି ଦମ୍ପତି ଶିଶୁ କନ୍ୟାକୁ ଏକ ବ୍ୟକ୍ତିଗତ ଜୀବନ ଦେବାକୁ ଚାହୁଁଛନ୍ତି ।