ପୂର୍ବ ରାଜନୈତିକ ଶତ୍ରୁତା ନେଇ ବୋମାମାଡ଼, ୩ଟି ବୋମା ଫିଙ୍ଗିଲେ ଦୁର୍ବୃତ୍ତ

ଖଲ୍ଲିକୋଟ ୧୯।୧୦ : ପୂର୍ବ ରାଜନୈତିକ ଶତ୍ରୁତାକୁ ନେଇ ବୋମାମାଡ଼ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କେଶପୁର ବଜାରରେ ଥିବା ଏକ ମାର୍ବଲ ଦୋକାନ ଉପରେ ହୋଇଛି ବୋମାମାଡ଼ । ଖଲ୍ଲିକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଜାରି ରଖିଛି । ଖବର ଅନୁଯାୟୀ, ବୋମାମାଡ଼ ହୋଇଥିବା ମାର୍ବଲ ଦୋକାନଟି ସାଧାରଣ ନିର୍ବାଚନ ପୂର୍ବରୁ ରାଜନୈତିକି ହିଂସା କାରଣରୁ ମୃତ ହୋଇଥିବା ଦିଲ୍ଲୀପ ପାହାନଙ୍କ ଦୋକାନ । ଏହି ଦୋକାନକୁ ଦିଲ୍ଲୀପଙ୍କର ମୃତ୍ୟୁ ହୋଇଥିବା ସ୍ତ୍ରୀ ସାବିତ୍ରୀ ଏହାକୁ ପରିଚାଳନା କରୁଥିଲେ । ହେଲେ ଶୁକ୍ରବାର ରାତି ପ୍ରାୟ ୮ଟା ୩୦ ମିନିଟ୍‌ ସମୟରେ ଦୋକାନ ବନ୍ଦ ହୋଇଥିଲା । ଏହାର କିଛି ସମୟ ପରେ କେଶପୁର ଛକରେ ଥିବା ତାଙ୍କର ଶ୍ରୀରାମ ଟାଇଲସ ଏବଂ ମାର୍ବଲ ଦୋକାନ ଉପରେ ବୋମାମାଡ଼ ହୋଇଥିଲା । କିଛି ଦୁର୍ବୃତ୍ତ ଆସିବା ୩ଟି ବୋମାମାଡ କରିଥିବା ନେଇ ପରିବାର ଲୋକ ଅଭିଯୋଗ କରିଥିଲେ ।ତେବେ ଏହି ବୋମାମାଡ଼ କେବଳ ସାକ୍ଷୀଙ୍କୁ ଡରାଇବା ପାଇଁ ହୋଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ସେପଟେ ବୋମାମାଡ଼ ସଂପର୍କରେ ଖବର ପାଇ ଖଲ୍ଲିକୋଟ ପୋଲିସ ସମେତ ଛତ୍ରପୁର ଏଡିପିଓ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛନ୍ତି ।  

ପୂର୍ବ ରାଜନୈତିକ ଶତ୍ରୁତା ନେଇ ବୋମାମାଡ଼, ୩ଟି ବୋମା ଫିଙ୍ଗିଲେ ଦୁର୍ବୃତ୍ତ

ଖଲ୍ଲିକୋଟ ୧୯।୧୦ : ପୂର୍ବ ରାଜନୈତିକ ଶତ୍ରୁତାକୁ ନେଇ ବୋମାମାଡ଼ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କେଶପୁର ବଜାରରେ ଥିବା ଏକ ମାର୍ବଲ ଦୋକାନ ଉପରେ ହୋଇଛି ବୋମାମାଡ଼ । ଖଲ୍ଲିକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଜାରି ରଖିଛି । 

ଖବର ଅନୁଯାୟୀ, ବୋମାମାଡ଼ ହୋଇଥିବା ମାର୍ବଲ ଦୋକାନଟି ସାଧାରଣ ନିର୍ବାଚନ ପୂର୍ବରୁ ରାଜନୈତିକି ହିଂସା କାରଣରୁ ମୃତ ହୋଇଥିବା ଦିଲ୍ଲୀପ ପାହାନଙ୍କ ଦୋକାନ । ଏହି ଦୋକାନକୁ ଦିଲ୍ଲୀପଙ୍କର ମୃତ୍ୟୁ ହୋଇଥିବା ସ୍ତ୍ରୀ ସାବିତ୍ରୀ ଏହାକୁ ପରିଚାଳନା କରୁଥିଲେ । ହେଲେ ଶୁକ୍ରବାର ରାତି ପ୍ରାୟ ୮ଟା ୩୦ ମିନିଟ୍‌ ସମୟରେ ଦୋକାନ ବନ୍ଦ ହୋଇଥିଲା । ଏହାର କିଛି ସମୟ ପରେ କେଶପୁର ଛକରେ ଥିବା ତାଙ୍କର ଶ୍ରୀରାମ ଟାଇଲସ ଏବଂ ମାର୍ବଲ ଦୋକାନ ଉପରେ ବୋମାମାଡ଼ ହୋଇଥିଲା । କିଛି ଦୁର୍ବୃତ୍ତ ଆସିବା ୩ଟି ବୋମାମାଡ କରିଥିବା ନେଇ ପରିବାର ଲୋକ ଅଭିଯୋଗ କରିଥିଲେ ।ତେବେ ଏହି ବୋମାମାଡ଼ କେବଳ ସାକ୍ଷୀଙ୍କୁ ଡରାଇବା ପାଇଁ ହୋଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ସେପଟେ ବୋମାମାଡ଼ ସଂପର୍କରେ ଖବର ପାଇ ଖଲ୍ଲିକୋଟ ପୋଲିସ ସମେତ ଛତ୍ରପୁର ଏଡିପିଓ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛନ୍ତି ।