ପାକିସ୍ତାନରେ ବ୍ୟାପୁଛି ପୋଲିଓ ସଂକ୍ରମଣ, ୪୬ଟି ମାମଲା ଚିହ୍ନଟ

ବାଲୁଚିସ୍ତାନ: ପାକିସ୍ତାନ ବିଶେଷ କରି ବାଲୁଚିସ୍ତାନରେ ପୋଲିଓ ସଂକ୍ରମଣ ବ୍ୟାପକ ହେବାରେ ଲାଗିଛି। ଦେଶର ୪୬ତମ ପୋଲିଓ ସଂକ୍ରମଣ ବା‌ଲୁଚିସ୍ତାନର କିଲା ସୈଫୁଲ୍ଲା ଜିଲ୍ଲାରୁ ଠାବ କରାଯାଇଛି। ସ୍ଥାନୀୟ ଖବରକାଗଜରେ ପ୍ରକାଶିତ ଖବର ଅନୁସାରେ, ଠାବ କରାଯାଇଥିବା ପୋଲିଓ ଭୂତାଣୁ ‘ୱାଇଲ୍‌ଡ ପୋଲିଓଭାଇରସ୍‌ ଟାଇପ୍‌-୧’ ଅଟେ। ଏହା କିଲା ସୈଫୁଲ୍ଲାର ଦ୍ବିତୀୟ ମାମଲା। ଚଳିତ ବର୍ଷ ପାକିସ୍ତାନରେ ଚିହ୍ନଟ କରାଯାଇଥିବା ୪୬ଟି ସଂକ୍ରମଣ ମାମଲାରୁ ବାଲୁଚିସ୍ତାନରୁ ୨୩ଟି, ସିନ୍ଧ୍‌ରୁ ୧୨ଟି, ଖାଇବର ପଖତୁନ୍‌ଖ୍ବାରୁ ୯ଟି, ପଞ୍ଜାବ ଓ […]

ପାକିସ୍ତାନରେ ବ୍ୟାପୁଛି ପୋଲିଓ ସଂକ୍ରମଣ, ୪୬ଟି ମାମଲା ଚିହ୍ନଟ

ବାଲୁଚିସ୍ତାନ: ପାକିସ୍ତାନ ବିଶେଷ କରି ବାଲୁଚିସ୍ତାନରେ ପୋଲିଓ ସଂକ୍ରମଣ ବ୍ୟାପକ ହେବାରେ ଲାଗିଛି। ଦେଶର ୪୬ତମ ପୋଲିଓ ସଂକ୍ରମଣ ବା‌ଲୁଚିସ୍ତାନର କିଲା ସୈଫୁଲ୍ଲା ଜିଲ୍ଲାରୁ ଠାବ କରାଯାଇଛି। ସ୍ଥାନୀୟ ଖବରକାଗଜରେ ପ୍ରକାଶିତ ଖବର ଅନୁସାରେ, ଠାବ କରାଯାଇଥିବା ପୋଲିଓ ଭୂତାଣୁ ‘ୱାଇଲ୍‌ଡ ପୋଲିଓଭାଇରସ୍‌ ଟାଇପ୍‌-୧’ ଅଟେ। ଏହା କିଲା ସୈଫୁଲ୍ଲାର ଦ୍ବିତୀୟ ମାମଲା। ଚଳିତ ବର୍ଷ ପାକିସ୍ତାନରେ ଚିହ୍ନଟ କରାଯାଇଥିବା ୪୬ଟି ସଂକ୍ରମଣ ମାମଲାରୁ ବାଲୁଚିସ୍ତାନରୁ ୨୩ଟି, ସିନ୍ଧ୍‌ରୁ ୧୨ଟି, ଖାଇବର ପଖତୁନ୍‌ଖ୍ବାରୁ ୯ଟି, ପଞ୍ଜାବ ଓ ଇସ୍‌ଲାମାବାଦରୁ ଗୋଟିଏ ଲେଖାଏଁ ମାମଲା ରହିଛି। ଇସଲାମାବାଦସ୍ଥ ‘ରିଜିଓନାଲ୍‌ ରିଫରେନ୍‌ସ ଲାବୋରେଟୋରି ଫର ପୋଲିଓ ଇରାଡିକ୍‌ସନ୍‌’ ପକ୍ଷରୁ ଦିଆଯାଇଥିବା ସୂଚନାରେ, ଚଳିତ ବର୍ଷ ପୋଲିଓ ସଂକ୍ରମଣରେ ବାଲୁଚିସ୍ତାନ ସର୍ବାଧିକ ପ୍ରଭାବିତ। ପୋଲିଓ ଟିକା ପ୍ରଦାନକାରୀ ଟିମ୍‌ ଉପରେ ଆତଙ୍କବାଦୀ ଆକ୍ରମଣ, ବିଭିନ୍ନ ଅଂଚଳରେ ଅଶାନ୍ତ ସ୍ଥିତି ଆଦି ଯୋଗୁଁ ଟୀକାଦାନ କାର୍ଯ୍ୟକ୍ରମ ଠକ୍‌ ଢଙ୍ଗ‌ରେ ଚାଲିପାରୁନାହିଁ। ସାଧାରଣତଃ ଟିକା କ୍ରମରେ ବ୍ୟତିକ୍ରମ ଘଟିଲେ ପୋଲିଓର ୱାଇଲ୍‌ଡ-୧ ଭୂତାଣୁ ସଂକ୍ରମିତ ହୋଇଥାଏ।