ମାଂସ ପାଇଁ ପ୍ରତି ବର୍ଷ ମଣିଷ କରୁଛି ୧୦ ହଜାର କୋଟି ଜୀବହତ୍ୟା!
ପୃଥିବୀବାସୀଙ୍କ ମାଂସ ଚାହିଦା ମେଣ୍ଟାଇବା ପାଇଁ ପ୍ରତିବର୍ଷ ୧୦,୦୦୦ କୋଟି ଜୀବ ହତ୍ୟା ହେଉଛି। ବିଭିନ୍ନ ମାଂସ ମଧ୍ୟରୁ ସବୁଠୁ ଅଧିକା କୁକୁଡ଼ା ମାଂସ ଖାଉଛନ୍ତି ବିଶ୍ୱବାସୀ।
ସାତ୍ତ୍ୱିକ ଆହାର ଏବଂ ତାମସିକ ଆହାରକୁ ନେଇ ସର୍ବଦା ଏକ ବିତର୍କ ହୁଏ। କେଉଁ ଆହାର ସ୍ୱାସ୍ଥ୍ୟ ପାଇଁ ଭଲ ଏବଂ କେଉଁ ଆହାର ପରିବେଶ ଅନୁକୂଳ ଏହି ଚର୍ଚ୍ଚା ମଧ୍ୟରେ ସମଗ୍ର ବିଶ୍ୱବାସୀ ନିଜ ନିଜ ପସନ୍ଦର ଖାଦ୍ୟ ଖାଆନ୍ତି। ଏସବୁ ମଧ୍ୟରେ ଏକ ସୋଶାଲ ମିଡିଆ ପୋଷ୍ଟ ଭାଇରାଲ୍ ହେଉଛି, ଯେଉଁ ଭିଡିଓରେ ଦର୍ଶାଯାଇଛି ଯେ ବିଶ୍ୱବାସୀ ପ୍ରତି ବର୍ଷ କୋଟି କୋଟି ଜୀବଙ୍କ ହତ୍ୟା କରି ମାଂସ ଭକ୍ଷଣ କରୁଛନ୍ତି।
ଭାଇରାଲ ଭିଡିଓ ଅନୁସାରେ, ପୃଥିବୀବାସୀଙ୍କ ମାଂସ ଚାହିଦା ମେଣ୍ଟାଇବା ପାଇଁ ପ୍ରତିବର୍ଷ ୧୦,୦୦୦ କୋଟି ଜୀବ ହତ୍ୟା ହେଉଛି। ବିଭିନ୍ନ ମାଂସ ମଧ୍ୟରୁ ସବୁଠୁ ଅଧିକା କୁକୁଡ଼ା ମାଂସ ଖାଉଛନ୍ତି ବିଶ୍ୱବାସୀ। ଆଉ ଏଥିପାଇଁ ପ୍ରତିଦିନ ୨୦ କୋଟି ୫୦ ଲକ୍ଷ କୁକୁଡ଼ାଙ୍କୁ ବଳିଦାନ ଦେବାକୁ ପଡୁଛି। ପରିସଂଖ୍ୟାନ ଉପରେ ଯଦି ନଜର ପକାଇବା ତେବେ ପ୍ରତି ଏକ ମିନିଟରେ ୧ ଲକ୍ଷ ୪୦ ହଜାର କୁକୁଡ଼ାଙ୍କୁ ବଦ୍ଧ କରାଯାଉଛି।
Unbeliavable! Total number of animals eaten by people globally