ଟ୍ରମ୍ପ ବିରୋଧୀ ମାର୍କ କାର୍ନିଙ୍କ ଜବରଦସ୍ତ ବିଜୟ: ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୯।୪: କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ଲିବରାଲ ପାର୍ଟି ଜିତିବାରେ ସଫଳ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ପୋଷ୍ଟ କରି ମାର୍କ କାର୍ନି ଅଭିନନ୍ଦନ ଜଣାଇଛନ୍ତି। ଭାରତ ଏବଂ କାନାଡା ସମାନ ଗଣତାନ୍ତ୍ରିକ ମୂଲ୍ୟବୋଧ, ଆଇନର ଶାସନ ପ୍ରତି ଦୃଢ଼ ପ୍ରତିବଦ୍ଧତା ଏବଂ ଲୋକ-ଲୋକ ମଧ୍ୟରେ ସ୍ପନ୍ଦନଶୀଳ ସମ୍ପର୍କ ଦ୍ୱାରା ବନ୍ଧିତ। ଆମର ସହଭାଗୀତାକୁ ସୁଦୃଢ଼ କରିବା ଏବଂ ଆମ ଲୋକଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବା ପାଇଁ ମୁଁ ଆପଣଙ୍କ ସହିତ କାମ କରିବାକୁ […] The post ଟ୍ରମ୍ପ ବିରୋଧୀ ମାର୍କ କାର୍ନିଙ୍କ ଜବରଦସ୍ତ ବିଜୟ: ଶୁଭେଚ୍ଛା ଜଣାଇଲେ ମୋଦି appeared first on Dharitri Odia News.

ଟ୍ରମ୍ପ ବିରୋଧୀ ମାର୍କ କାର୍ନିଙ୍କ ଜବରଦସ୍ତ ବିଜୟ: ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୯।୪: କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ଲିବରାଲ ପାର୍ଟି ଜିତିବାରେ ସଫଳ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ପୋଷ୍ଟ କରି ମାର୍କ କାର୍ନି ଅଭିନନ୍ଦନ ଜଣାଇଛନ୍ତି। ଭାରତ ଏବଂ କାନାଡା ସମାନ ଗଣତାନ୍ତ୍ରିକ ମୂଲ୍ୟବୋଧ, ଆଇନର ଶାସନ ପ୍ରତି ଦୃଢ଼ ପ୍ରତିବଦ୍ଧତା ଏବଂ ଲୋକ-ଲୋକ ମଧ୍ୟରେ ସ୍ପନ୍ଦନଶୀଳ ସମ୍ପର୍କ ଦ୍ୱାରା ବନ୍ଧିତ। ଆମର ସହଭାଗୀତାକୁ ସୁଦୃଢ଼ କରିବା ଏବଂ ଆମ ଲୋକଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବା ପାଇଁ ମୁଁ ଆପଣଙ୍କ ସହିତ କାମ କରିବାକୁ ଅପେକ୍ଷା କରିଛି ବୋଲି ମୋଦି ନିଜ ବାର୍ତ୍ତାରେ କହିଛନ୍ତି।

କାନାଡାରେ, ମାର୍କ କାର୍ନିଙ୍କୁ ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ କରାଯାଇଛି। ସେ ନିର୍ବାଚନୀ ପ୍ରତିଯୋଗିତାରେ କଞ୍ଜରଭେଟିଭ ପାର୍ଟି ନେତା ପିଏରେ ପୋଇଲିଭରେଙ୍କୁ ପଛରେ ପକାଇ ଦେଇଛନ୍ତି। ମାର୍କ କାର୍ନି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ। ଟ୍ରମ୍ପ ବାରମ୍ବାର କାନାଡାକୁ ଆମେରିକାରେ ମିଶାଇବା ପାଇଁ ଆହ୍ବାନ କରିଥିଲେ, ଏହି ପଦକ୍ଷେପକୁ କାର୍ନି ଦୃଢ଼ ବିରୋଧ କରିଥିଲେ ଏବଂ ତାଙ୍କ ଦେଶର ସାର୍ବଭୌମତ୍ୱକୁ ରକ୍ଷା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଜନସାଧାରଣ ତାଙ୍କ ମନୋଭାବକୁ ପ୍ରଶଂସା କରିଥିଲେ ଏବଂ ତାଙ୍କୁ ବିପୁଳ ବହୁମତରେ କ୍ଷମତା ଦେଇଥିଲେ।

ମାର୍କ ଜୋସେଫ କାର୍ନି ୧୬ ମାର୍ଚ୍ଚ ୧୯୬୫ରେ କାନାଡାର ଫୋର୍ଟ ସ୍ମିଥରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ପିଲାଦିନ ଏଡମୋଣ୍ଟନରେ ବିତିଥିଲା। ସେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ପାଇଥିଲେ। ମାର୍କ କାର୍ନି ପ୍ରସିଦ୍ଧ ଫାଇନାନ୍ସ କମ୍ପାନୀ ଗୋଲ୍ଡମ୍ୟାନ ସାକ୍ସ ସହିତ ଜଣେ ନିବେଶ ବ୍ୟାଙ୍କର୍‌ ଭାବରେ ତାଙ୍କର କ୍ୟାରିଅର୍‌ ଆରମ୍ଭ କରିଥିଲେ। ସେ ନ୍ୟୁୟର୍କ, ଲଣ୍ଡନ, ଟୋକିଓ ଏବଂ ଟୋରଣ୍ଟୋ ଭଳି ବିଶ୍ୱ ଆର୍ଥିକ କେନ୍ଦ୍ରଗୁଡ଼ିକରେ କାର୍ଯ୍ୟ କରି ବ୍ୟାପକ ବ୍ୟବସାୟିକ ଅଭିଜ୍ଞତା ହାସଲ କରିଥିଲେ। ଏହା ପରେ ସେ ସରକାରୀ ସେବାର ପଥ ବାଛିଲେ ଏବଂ ୨୦୦୮ ମସିହାରେ ତାଙ୍କୁ ବ୍ୟାଙ୍କ ଅଫ କାନାଡାର ଗଭର୍ନର ଭାବରେ ନିଯୁକ୍ତ କରାଯାଇଥିଲା।

The post ଟ୍ରମ୍ପ ବିରୋଧୀ ମାର୍କ କାର୍ନିଙ୍କ ଜବରଦସ୍ତ ବିଜୟ: ଶୁଭେଚ୍ଛା ଜଣାଇଲେ ମୋଦି appeared first on Dharitri Odia News.