ଇସ୍ରୋକୁ ନେଇ ଆସିଲା ବଡ଼ ସତ, ଇଞ୍ଜିନିୟର କହିଲେ…

ନୂଆଦିଲ୍ଲୀ, ୬ା୬: ଇତିହାସ ରଚିଥିବା ଚନ୍ଦ୍ରଯାନ ୩ର ମିଶନରେ କାମ କରୁଥିବା ଜଣେ ବୈଜ୍ଞାନିକଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି। ଏକ ସାକ୍ଷାତକାରରେ ସେ ଇସ୍ରୋ ବା ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରର ବର୍ତ୍ତମାନର ସ୍ଥିତି ଉପରେ ଆଲୋକପାତ କରିଛନ୍ତି। ଇସ୍ରୋ ବର୍ତ୍ତମାନ ପର୍ଯ୍ୟନ୍ତ ଆତ୍ମନିର୍ଭର ହୋଇନଥିବା ସେ ପ୍ରକାଶ କରିଛନ୍ତି। ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଚନ୍ଦ୍ରଯାନ ୩ ମିଶନ୍‌ରେ କାର୍ଯ୍ୟ କରୁଥିବା ମହାକାଶ ବିଜ୍ଞାନୀ ପାର୍ଥ ତିୱାରୀ ଇସ୍ରୋ ଆତ୍ମନିର୍ଭର ନୁହେଁ […] The post ଇସ୍ରୋକୁ ନେଇ ଆସିଲା ବଡ଼ ସତ, ଇଞ୍ଜିନିୟର କହିଲେ… appeared first on Dharitri Odia News.

ଇସ୍ରୋକୁ ନେଇ ଆସିଲା ବଡ଼ ସତ, ଇଞ୍ଜିନିୟର କହିଲେ…

ନୂଆଦିଲ୍ଲୀ, ୬ା୬: ଇତିହାସ ରଚିଥିବା ଚନ୍ଦ୍ରଯାନ ୩ର ମିଶନରେ କାମ କରୁଥିବା ଜଣେ ବୈଜ୍ଞାନିକଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି। ଏକ ସାକ୍ଷାତକାରରେ ସେ ଇସ୍ରୋ ବା ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରର ବର୍ତ୍ତମାନର ସ୍ଥିତି ଉପରେ ଆଲୋକପାତ କରିଛନ୍ତି। ଇସ୍ରୋ ବର୍ତ୍ତମାନ ପର୍ଯ୍ୟନ୍ତ ଆତ୍ମନିର୍ଭର ହୋଇନଥିବା ସେ ପ୍ରକାଶ କରିଛନ୍ତି।
ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଚନ୍ଦ୍ରଯାନ ୩ ମିଶନ୍‌ରେ କାର୍ଯ୍ୟ କରୁଥିବା ମହାକାଶ ବିଜ୍ଞାନୀ ପାର୍ଥ ତିୱାରୀ ଇସ୍ରୋ ଆତ୍ମନିର୍ଭର ନୁହେଁ ବୋଲି କହିଛନ୍ତି। ଏଥି ସହିତ ଏହାର ୩ ପ୍ରମୁଖ କାରଣ ମଧ୍ୟ ସେ କହିଛନ୍ତି। ଏଥିରେ ଆଧୁନିକ ଜ୍ଞାନକୌଶଳ ପର୍ଯ୍ୟନ୍ତ ସିମୀତ ପହଞ୍ଚ, ଅନୁସନ୍ଧାନ ଏବଂ ବିକାଶ ପାଇଁ ଆବଶ୍ୟକ ଅର୍ଥ ନମିଳିବା ଏବଂ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ବିଭିନ୍ନ ନିୟମ ସାମିଲ୍‌ ରହିଛି।
ସାକ୍ଷାତକାରରେ ସେ ଆହୁରି କହିଛନ୍ତି, ଇସ୍ରୋ ଉପରକୁ ଆସୁଥିବା ଚ୍ୟାଲେଞ୍ଜଗୁଡ଼ିକୁ ଅତିକ୍ରମ କରିବାକୁ ହେଲେ ଆମକୁ ବହୁତ ପରିଶ୍ରମ କରିବାକୁ ପଡ଼ିବ। ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଗବେଷଣା ପାଇଁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ହେବ। ଅଧୁନିକ ଜ୍ଞାନକୌଶଳରେ ଉନ୍ନତି ପାଇଁ ଆମକୁ ଅନ୍ୟଦେଶମାନଙ୍କ ସହ ବୁଝାମଣା କରିବାକୁ ପଡ଼ିବ। ଏଥିସହିତ ନିୟମ କୋହଳ କରି ପ୍ରାଇଭେଟ୍‌ ସେକ୍ଟରର ଭୂମିକାକୁ ବୃଦ୍ଧି କରିବାକୁ ହେବ।

The post ଇସ୍ରୋକୁ ନେଇ ଆସିଲା ବଡ଼ ସତ, ଇଞ୍ଜିନିୟର କହିଲେ… appeared first on Dharitri Odia News.