ଟ୍ରମ୍ପଙ୍କ ଆଗରେ ମୁଣ୍ଡ ନୁଆଁଇଲା ଏହି ଦେଶ, ମାନିଲା ସବୁ ସର୍ତ୍ତ

ଓ୍ବାଶିଂଟନ୍‌,୨୮।୧: ୨୦ ଜାନୁଆରୀ ୨୦୨୫ରେ ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେଇଛନ୍ତି। ଟ୍ରମ୍ପ କ୍ଷମତାକୁ ଫେରିବା ପରେ, ଅନଧିକୃତ ପ୍ରବାସୀ ପ୍ରସଙ୍ଗ ପୁଣି ଥରେ ରାଜନୀତିରେ ଆଲୋଚନାର ବିଷୟ ପାଲଟିଛି। ଆମେରିକା ସରକାର ଏବେ ପ୍ରବାସୀମାନଙ୍କୁ ଦେଶାନ୍ତର କରିବାରେ ବ୍ୟସ୍ତ। ଟ୍ରମ୍ପଙ୍କ ଏହି ପଦକ୍ଷେପ ବିରୋଧରେ କଲମ୍ବିଆ ମୁଣ୍ଡ ଟେକିଲା ଏବଂ ନିଜ ଦେଶରେ ନିର୍ବାସନ ବିମାନକୁ ଅନୁମତି ଦେଲା ନାହିଁ। କିନ୍ତୁ ୨୪ ଘଣ୍ଟା ମଧ୍ୟରେ ଟ୍ରମ୍ପ କଲମ୍ବିଆ ରାଷ୍ଟ୍ରପତି […] The post ଟ୍ରମ୍ପଙ୍କ ଆଗରେ ମୁଣ୍ଡ ନୁଆଁଇଲା ଏହି ଦେଶ, ମାନିଲା ସବୁ ସର୍ତ୍ତ appeared first on Dharitri Odia News.

ଟ୍ରମ୍ପଙ୍କ ଆଗରେ ମୁଣ୍ଡ ନୁଆଁଇଲା ଏହି ଦେଶ, ମାନିଲା ସବୁ ସର୍ତ୍ତ

ଓ୍ବାଶିଂଟନ୍‌,୨୮।୧: ୨୦ ଜାନୁଆରୀ ୨୦୨୫ରେ ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେଇଛନ୍ତି। ଟ୍ରମ୍ପ କ୍ଷମତାକୁ ଫେରିବା ପରେ, ଅନଧିକୃତ ପ୍ରବାସୀ ପ୍ରସଙ୍ଗ ପୁଣି ଥରେ ରାଜନୀତିରେ ଆଲୋଚନାର ବିଷୟ ପାଲଟିଛି। ଆମେରିକା ସରକାର ଏବେ ପ୍ରବାସୀମାନଙ୍କୁ ଦେଶାନ୍ତର କରିବାରେ ବ୍ୟସ୍ତ। ଟ୍ରମ୍ପଙ୍କ ଏହି ପଦକ୍ଷେପ ବିରୋଧରେ କଲମ୍ବିଆ ମୁଣ୍ଡ ଟେକିଲା ଏବଂ ନିଜ ଦେଶରେ ନିର୍ବାସନ ବିମାନକୁ ଅନୁମତି ଦେଲା ନାହିଁ।

କିନ୍ତୁ ୨୪ ଘଣ୍ଟା ମଧ୍ୟରେ ଟ୍ରମ୍ପ କଲମ୍ବିଆ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋଙ୍କୁ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଲମ୍ବିଆ ଉପରେ ଶୁଳ୍କ ଏବଂ ଅନ୍ୟାନ୍ୟ କଟକଣା ଲଗାଇବାକୁ ଧମକ ଦେବା ପରେ କଲମ୍ବିଆ ଆମେରିକାର ସର୍ତ୍ତାବଳୀ ଅନୁଯାୟୀ ନିର୍ବାସନ ବିମାନଗୁଡ଼ିକୁ ଗ୍ରହଣ କରିବାକୁ ରାଜି ହୋଇଯାଇଛି।

The post ଟ୍ରମ୍ପଙ୍କ ଆଗରେ ମୁଣ୍ଡ ନୁଆଁଇଲା ଏହି ଦେଶ, ମାନିଲା ସବୁ ସର୍ତ୍ତ appeared first on Dharitri Odia News.