ରଥରେ ତିନିଠାକୁରଙ୍କ ଦର୍ଶନ କଲେ ଶ୍ରଦ୍ଧାଳୁ
କର୍ଲାମୁଣ୍ଡା:୭।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ରଥଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। କର୍ଲାମୁଣ୍ଡା(ବସ୍ତି)ଠାରେ ହଜାର ହଜାର ଭକ୍ତଙ୍କ ସମାଗମରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ମା’ସୁଭଦ୍ରାଙ୍କୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ତିନି ଠାକୁର ରଥ ଉପରକୁ ବିଜେ କରିଥିଲେ। ଶେଷରେ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଜଗନ୍ନାଥ ପୂଜା କମିଟି ଓ ଗ୍ରାମବାସୀଙ୍କ ପକ୍ଷରୁ ଶାନ୍ତି ଶୃଙ୍ଖଳା ବ୍ୟବସ୍ଥା କରାଯାଇଥିଲା। ଏଥିରେ ବଲାଙ୍ଗୀର ଜିଲା ଘୁନସର ମହିଳା […] The post ରଥରେ ତିନିଠାକୁରଙ୍କ ଦର୍ଶନ କଲେ ଶ୍ରଦ୍ଧାଳୁ appeared first on Dharitri Odia News.
କର୍ଲାମୁଣ୍ଡା:୭।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ରଥଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। କର୍ଲାମୁଣ୍ଡା(ବସ୍ତି)ଠାରେ ହଜାର ହଜାର ଭକ୍ତଙ୍କ ସମାଗମରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ମା’ସୁଭଦ୍ରାଙ୍କୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ତିନି ଠାକୁର ରଥ ଉପରକୁ ବିଜେ କରିଥିଲେ। ଶେଷରେ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।
ଜଗନ୍ନାଥ ପୂଜା କମିଟି ଓ ଗ୍ରାମବାସୀଙ୍କ ପକ୍ଷରୁ ଶାନ୍ତି ଶୃଙ୍ଖଳା ବ୍ୟବସ୍ଥା କରାଯାଇଥିଲା। ଏଥିରେ ବଲାଙ୍ଗୀର ଜିଲା ଘୁନସର ମହିଳା ସଂକୀର୍ତ୍ତନ ଦଳର ଭଜନ ପରିବେଷଣ ଭକ୍ତମାନଙ୍କୁ ଆକର୍ଷିତ କରିଥିଲା। ତେବେ ଶିଶୁମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ତଥା ସୁସ୍ଥ ସବଳ ହେବାର କାମନାରେ ମା’ମାନେ ଶହଶହ ଶିଶୁଙ୍କୁ ରଥାରୂଢ ଜଗନ୍ନାଥ, ବଳଭଦ୍ର, ମା’ ସୁଭଦ୍ରାଙ୍କ ଦର୍ଶନ କରାଇଥିଲେ। ସେହିପରି ବ୍ଲକର ରିଷିଡା, ଟକାରୁମାଲ, ରେଗଡା, ତେରେସିଙ୍ଗା, ଗଜବାହଲ ଆଦି ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି।
The post ରଥରେ ତିନିଠାକୁରଙ୍କ ଦର୍ଶନ କଲେ ଶ୍ରଦ୍ଧାଳୁ appeared first on Dharitri Odia News.