ଟ୍ରମ୍ପଙ୍କ କ୍ୟାବିନେଟରେ VVIPଙ୍କ ଏଣ୍ଟ୍ରି, ମସ୍କ ଓ ଭାରତୀୟ ବଂଶୋଦ୍ଭବ ବିବେକ ରାମସ୍ୱାମୀଙ୍କୁ ବଡ ଦାୟିତ୍ୱ

ନୂଆଦିଲ୍ଲୀ ୧୩/୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତିଥିବା ଡୋନାଲ୍ଡ ଟ୍ରମ୍ପ ୨୦୨୫ ମସିହାରେ ଜାନୁଆରୀ ୨୦ ରେ ପୁଣିଥରେ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ ନେବେ । ତାଙ୍କ ସରକାରକୁ ପ୍ରଭାବଶାଳୀ ଏବଂ ଦକ୍ଷ କରିବା ପାଇଁ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଆରମ୍ଭ କରିଦେଲେଣି । ଏହି କ୍ରମରେ ଟ୍ରମ୍ପ ସରକାରୀ ଦକ୍ଷତା ବିଭାଗ (DoGE) ର ଦାୟିତ୍ୱ ଏଲନ୍ ମସ୍କ ଏବଂ ବିବେକ ରାମସ୍ୱାମୀଙ୍କୁ ଦେଇଛନ୍ତି । ସରକାରୀ କାର୍ଯ୍ୟ ଦକ୍ଷତା (DoGE) ର ମୂଳ ଉଦ୍ଦେଶ୍ୟ ହେଉଛି ସରକାରୀ କାର୍ଯ୍ୟରେ ଉନ୍ନତି ଆଣିବା, ଅମଲାତନ୍ତ୍ରକୁ କାଟ୍‌ ଛାଣ୍ଟ ଏବଂ ଫେଡେରାଲ୍ ଏଜେନ୍ସିଗୁଡିକର ଗଠନକୁ ପରିବର୍ତ୍ତନ କରିବା । ମୋଟାମୋଟି ଭାବେ କହିବାକୁ ଗଲେ ଅଫିସର ରାଜ୍ ଶେଷ କରିବା ଲକ୍ଷ୍ୟରେ ଅଛନ୍ତି ଟ୍କମ୍ପ । ଟ୍ରମ୍ପଙ୍କ ଅନୁଯାୟୀ, ସରକାରୀ ସମ୍ବଳର ଅପବ୍ୟବହାରକୁ ରୋକିବା, ଅନାବଶ୍ୟକ ଖର୍ଚ୍ଚ ହ୍ରାସ କରିବା ଏବଂ ଅନାବଶ୍ୟକ ନିୟମ ହଟାଇବା ପାଇଁ ଏହି ବିଭାଗ କାର୍ଯ୍ୟ କରିବ। ଟ୍ରମ୍ପ ଏହାକୁ ତାଙ୍କର “ସେଭ୍ ଆମେରିକା ଆନ୍ଦୋଳନ” ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି କହିଛନ୍ତି । BREAKING: President-Elect Donald Trump announces Elon Musk and Vivek Ramaswamy will lead the Department of Government Efficiency (D.O.G.E.) pic.twitter.com/zYtr6qZjeJ— America (@america) November 13, 2024ଏଲନ୍ ମସ

ଟ୍ରମ୍ପଙ୍କ କ୍ୟାବିନେଟରେ VVIPଙ୍କ ଏଣ୍ଟ୍ରି, ମସ୍କ ଓ ଭାରତୀୟ ବଂଶୋଦ୍ଭବ ବିବେକ ରାମସ୍ୱାମୀଙ୍କୁ ବଡ ଦାୟିତ୍ୱ

ନୂଆଦିଲ୍ଲୀ ୧୩/୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତିଥିବା ଡୋନାଲ୍ଡ ଟ୍ରମ୍ପ ୨୦୨୫ ମସିହାରେ ଜାନୁଆରୀ ୨୦ ରେ ପୁଣିଥରେ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ ନେବେ । ତାଙ୍କ ସରକାରକୁ ପ୍ରଭାବଶାଳୀ ଏବଂ ଦକ୍ଷ କରିବା ପାଇଁ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଆରମ୍ଭ କରିଦେଲେଣି । ଏହି କ୍ରମରେ ଟ୍ରମ୍ପ ସରକାରୀ ଦକ୍ଷତା ବିଭାଗ (DoGE) ର ଦାୟିତ୍ୱ ଏଲନ୍ ମସ୍କ ଏବଂ ବିବେକ ରାମସ୍ୱାମୀଙ୍କୁ ଦେଇଛନ୍ତି । 

ସରକାରୀ କାର୍ଯ୍ୟ ଦକ୍ଷତା (DoGE) ର ମୂଳ ଉଦ୍ଦେଶ୍ୟ ହେଉଛି ସରକାରୀ କାର୍ଯ୍ୟରେ ଉନ୍ନତି ଆଣିବା, ଅମଲାତନ୍ତ୍ରକୁ କାଟ୍‌ ଛାଣ୍ଟ ଏବଂ ଫେଡେରାଲ୍ ଏଜେନ୍ସିଗୁଡିକର ଗଠନକୁ ପରିବର୍ତ୍ତନ କରିବା । ମୋଟାମୋଟି ଭାବେ କହିବାକୁ ଗଲେ ଅଫିସର ରାଜ୍ ଶେଷ କରିବା ଲକ୍ଷ୍ୟରେ ଅଛନ୍ତି ଟ୍କମ୍ପ । ଟ୍ରମ୍ପଙ୍କ ଅନୁଯାୟୀ, ସରକାରୀ ସମ୍ବଳର ଅପବ୍ୟବହାରକୁ ରୋକିବା, ଅନାବଶ୍ୟକ ଖର୍ଚ୍ଚ ହ୍ରାସ କରିବା ଏବଂ ଅନାବଶ୍ୟକ ନିୟମ ହଟାଇବା ପାଇଁ ଏହି ବିଭାଗ କାର୍ଯ୍ୟ କରିବ। ଟ୍ରମ୍ପ ଏହାକୁ ତାଙ୍କର “ସେଭ୍ ଆମେରିକା ଆନ୍ଦୋଳନ” ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି କହିଛନ୍ତି । 


ଏଲନ୍ ମସ୍କ ଏବଂ ବିବେକ ରାମସ୍ୱାମୀଙ୍କ ଭୂମିକା:

ଟେସଲା ଏବଂ ସ୍ପେସ୍ ଏକ୍ସ ମୁଖ୍ୟ ଏଲନ୍ ମସ୍କ ଏବଂ ଭାରତୀୟ ବଂଶୋଦ୍ଭବ ବ୍ୟବସାୟୀ ତଥା ଉଦ୍ୟୋଗୀ ବିବେକ ରାମସ୍ୱାମୀଙ୍କୁ DoGE ବିଭାଗର ଦାୟିତ୍ୱ ଦିଆଯାଇଛି । ତାଙ୍କର ଅଭିନବ ତଥା ପ୍ରଭାବଶାଳୀ ଚିନ୍ତାଧାରା ପାଇଁ ଜଣାଶୁଣା ଏଲନ୍ ମସ୍କ ଏହି ବିଭାଗରେ ପ୍ରଯୁକ୍ତିବିଦ୍ୟା ଏବଂ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ସଂସ୍କାର ଉପରେ କାର୍ଯ୍ୟ କରିବେ । ଯାହା ଦ୍ୱାର ସରକାରୀ ସେବାଗୁଡିକ ଅଧିକ ଦକ୍ଷ ଏବଂ ସ୍ୱଚ୍ଛ ହୋଇପାରିବ। ବିବେକ ରାମସ୍ୱାମୀ: ତାଙ୍କର ସ୍ୱଚ୍ଛ ଚିନ୍ତାଧାରା ଏବଂ ବ୍ୟବସାୟିକ ଦକ୍ଷତା ପାଇଁ ଜଣାଶୁଣା । ବିବେକ ସରକାରୀ ଖର୍ଚ୍ଚ କାଟ୍ ଏବଂ ଏଜେନ୍ସିଗୁଡ଼ିକର ପୁନଃ ନିର୍ମାଣ ଉପରେ ଧ୍ୟାନ ଦେବେ । 

ତେବେ ତାଙ୍କ ନିଯୁକ୍ତିକୁ ନେଇ ଉତ୍ସାହ ପ୍ରକାଶ କରି ଏଲନ୍ ମସ୍କ ଆମେରିକାର ସରକାରୀ କାର୍ଯ୍ୟରେ ଉନ୍ନତି ଆଣିବା ପାଇଁ DoGE କୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି। ବିବେକ ରାମସ୍ୱାମୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ସେ ଏହି ଦାୟିତ୍ୱକୁ ହାଲୁକା ଭାବେ ଗ୍ରହଣ କରିବେ ନାହିଁ । ଏହାକୁ ଗମ୍ଭୀରତାର ସହ ଗ୍ରହଣ କରିବେ। ଏଲନ୍ ମସ୍କଙ୍କ ସହ ମିଶି ସେ ଏହି ବିଭାଗକୁ ପ୍ରଭାବଶାଳୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ।