ଟ୍ରମ୍ପଙ୍କ ଟାର୍ଗେଟରେ ଚୀନ, ସାମଗ୍ରୀ ଉପରେ ୧୦୪ ପ୍ରତିଶତ ଟାରିଫ ଲଗାଇଛି ଆମେରିକା
ଡୋନାଲ୍ଡ ଟ୍ରମ୍ପଙ୍କ ଚୀନ ଉପରେ ଟାରିଫ ଲାଗୁ ବିଶ୍ବରେ ହଇଚଇ ସୃଷ୍ଟି କରିଛି । ଟାରିଫକୁ ନେଇ ଟ୍ରମ୍ପ ଚୀନ ଉପରେ ଟାର୍ଗେଟ କରିଛନ୍ତି । ଟାରିଫ ପାଇଁ ଚୀନ ବଡ କ୍ଷତିଗ୍ରସ୍ତର ଶିକାର ହେବାକୁ ଯାଉଛି । ବୁଧବାର ଅର୍ଥାତ ଆଜି ରାତି ୧୨ଟାରୁ ୧୦୪ ପ୍ରତିଶତ ଚୀନ ଉପରେ ଟାରିଫ ଲାଗୁହେବ । ଆମେରିକା ୩ୟ ଥର ପାଇଁ ଚୀନ ଉପରେ ବୋମା ମାଡ ଆକ୍ରମଣ କରୁଛି । ଯାହା ଦ୍ବାରା ଚୀନ ଓ […] The post ଟ୍ରମ୍ପଙ୍କ ଟାର୍ଗେଟରେ ଚୀନ, ସାମଗ୍ରୀ ଉପରେ ୧୦୪ ପ୍ରତିଶତ ଟାରିଫ ଲଗାଇଛି ଆମେରିକା appeared first on KNews Odisha.

ଡୋନାଲ୍ଡ ଟ୍ରମ୍ପଙ୍କ ଚୀନ ଉପରେ ଟାରିଫ ଲାଗୁ ବିଶ୍ବରେ ହଇଚଇ ସୃଷ୍ଟି କରିଛି । ଟାରିଫକୁ ନେଇ ଟ୍ରମ୍ପ ଚୀନ ଉପରେ ଟାର୍ଗେଟ କରିଛନ୍ତି । ଟାରିଫ ପାଇଁ ଚୀନ ବଡ କ୍ଷତିଗ୍ରସ୍ତର ଶିକାର ହେବାକୁ ଯାଉଛି । ବୁଧବାର ଅର୍ଥାତ ଆଜି ରାତି ୧୨ଟାରୁ ୧୦୪ ପ୍ରତିଶତ ଚୀନ ଉପରେ ଟାରିଫ ଲାଗୁହେବ । ଆମେରିକା ୩ୟ ଥର ପାଇଁ ଚୀନ ଉପରେ ବୋମା ମାଡ ଆକ୍ରମଣ କରୁଛି । ଯାହା ଦ୍ବାରା ଚୀନ ଓ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାର ସମ୍ଭାବନା ରହିଛି ।
ଚୀନ ଉପରେ ୧୦୪ ପ୍ରତିଶତ ଟାରିଫ ଲାଗୁ ପରେ ଟ୍ରମ୍ପଙ୍କ ନିଶାନାରେ ଔଷଧ ଆମଦାନୀ । ଫାର୍ମାସ୍ୟୁଟିକାଲ୍ସ ଉପରେ ଆମେରିକା ବଡ଼ ଧରଣର ଟିକସ ଲଗାଇବାକୁ ଯାଉଛି। ଏନେଇ ଖୁବଶୀଘ୍ର ଘୋଷଣା ହେବ ବୋଲି ଟ୍ରମ୍ପ କହିଛନ୍ତି। ପୂର୍ବରୁ ଟ୍ରମ୍ପ ପ୍ରଶାସନ ଫାର୍ମାସ୍ୟୁଟିକାଲ ଓ ସେମିକଣ୍ଡକ୍ଟରକୁ ରେସିପ୍ରୋକାଲ ଟାରିଫରୁ ବାଦ ଦେଇଥିଲା । ତେବେ ଔଷଧ ଆମଦାନୀ ଉପରେ ଆମେରିକା ବଡ଼ ଧରଣର ଟାରିଫ ଲଗାଇବା ପରେ ବିଶେଷକରି ଭାରତୀୟ ଔଷଧ ନିର୍ମାତା କଂପାନୀମାନେ ପ୍ରଭାବିତ ହେବେ । ଭାରତ ଆମେରିକାକୁ ସର୍ବାଧିକ ଔଷଧ ଯୋଗାଣ କରିଥାଏ । ୨୦୨୪ରେ ଭାରତୀୟ ଔଷଧ ନିର୍ମାତାମାନେ ଆମେରିକାକୁ ୧୨.୭୨ ବିଲିୟନ ଅମେରିକୀୟ ଡଲାର ଔଷଧ ରପ୍ତାନି କରିଥିଲେ । ନିକଟରେ ଭାରତରୁ ଆମଦାନୀ ସାମଗ୍ରୀ ଉପରେ ୨୬ ପ୍ରତିଶତ ଟିକସ ଲଗାଇଥିଲେ ଟ୍ରମ୍ପ । ଏବେ ଫାର୍ମାସ୍ୟୁଟିକାଲ୍ସ ଉପରେ ଟ୍ରମ୍ପ ବଡ଼ ଟିକସ ଲାଗୁ କରିବାକୁ ଯାଉଛନ୍ତି । ଏପଟେ ଚୀନ ସାମଗ୍ରୀ ଉପରେ ୧୦୪ ପ୍ରତିଶତ ଟାରିଫ ଲଗାଇଛି ଆମେରିକା । ଏନେଇ ହ୍ବାଇଟ ହାଉସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ବିଶ୍ବର ଦୁଇ ପ୍ରମୁଖ ମହାଶକ୍ତି ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଏବେ ଚରମ ସୀମାରେ ପହଞ୍ଚିଛି।
ସୂଚନାଯୋଗ୍ୟ ପୂର୍ବରୁ ଗୋଟିଏ ଟାରିଫ ୨ଏପ୍ରିଲରୁ ଲାଗୁକୁ ନେଇ ଚର୍ଚ୍ଚା ବନ୍ଦ ନହୋଇଥିବାବେଳେ ଟ୍ରମ୍ପ ଟାରିଫର ୩ୟ ବୋମା ମାଡ କରିବାକୁ ଯାଉଛି । ଯାହା ଆଜି ରାତିଠାରୁ ଲାଗୁ ହେବ । କିନ୍ତୁ ଆମେରିକା କେଉଁଥି ପାଇଁ ଏପରି ହିଂସାତ୍ମକ ହୋଇପଡିଛି ଯାହା ବର୍ତ୍ତମାନ ଏଭଳି ରୂପ ନେବାରେ ଲାଗିଛି ।
Also Read : ଟ୍ରମ୍ପଙ୍କ ୫୦% ଟାରିଫ ବୃଦ୍ଧି ଧମକରେ ଓହରିବ କି ଚୀନ? ନୂଆ ପର୍ଯ୍ୟାୟ ପ୍ରବେଶରେ ଆଶଙ୍କା ସୃଷ୍ଟି
The post ଟ୍ରମ୍ପଙ୍କ ଟାର୍ଗେଟରେ ଚୀନ, ସାମଗ୍ରୀ ଉପରେ ୧୦୪ ପ୍ରତିଶତ ଟାରିଫ ଲଗାଇଛି ଆମେରିକା appeared first on KNews Odisha.