ଟ୍ରମ୍ପ୍‌ଙ୍କ ଶୁଳ୍କରେ ଭାରତ ସବୁଠୁ ଅଧିକ ପ୍ରଭାବିତ

ନୂଆଦିଲ୍ଲୀ : ଟ୍ରମ୍ପ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିବା ଶୁଳ୍କକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଏଥିଯୋଗୁ ବିଶ୍ବର ଅଧିକାଂଶ ରାଷ୍ଟ୍ର ପ୍ରଭାବିତ ହେବେ। ହେଲେ ଟ୍ରମ୍ପ୍‌ଙ୍କ ଏହି ଶୁଳ୍କର ପ୍ରଭାବ ଭାରତ ଉପରେ ସବୁଠାରୁ ଅଧିକ ରହିବ ବୋଲି ଷ୍ଟାଣ୍ଡାର୍ଡ ଆଣ୍ଡ୍‌ ପୁଅର୍ସ (ଏସ୍‌ଆଣ୍ଡ୍‌ପି)ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି। ଏହାବ୍ୟତୀତ ଅଧୀନରେ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଅନେକ ଅର୍ଥନୀତି ଉପରେ ମଧ୍ୟ ଏହି ଶୁଳ୍କ ଚାପ ଅଧÒକ ରହିବ ବୋଲିଏଜେନ୍ସି ସତର୍କ କରାଇଦେଇଛି। ଟ୍ରମ୍ପ୍‌ଙ୍କ […]

ଟ୍ରମ୍ପ୍‌ଙ୍କ ଶୁଳ୍କରେ ଭାରତ ସବୁଠୁ ଅଧିକ ପ୍ରଭାବିତ
India most affected by Trump's tariffs

ନୂଆଦିଲ୍ଲୀ : ଟ୍ରମ୍ପ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିବା ଶୁଳ୍କକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଏଥିଯୋଗୁ ବିଶ୍ବର ଅଧିକାଂଶ ରାଷ୍ଟ୍ର ପ୍ରଭାବିତ ହେବେ। ହେଲେ ଟ୍ରମ୍ପ୍‌ଙ୍କ ଏହି ଶୁଳ୍କର ପ୍ରଭାବ ଭାରତ ଉପରେ ସବୁଠାରୁ ଅଧିକ ରହିବ ବୋଲି ଷ୍ଟାଣ୍ଡାର୍ଡ ଆଣ୍ଡ୍‌ ପୁଅର୍ସ (ଏସ୍‌ଆଣ୍ଡ୍‌ପି)ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି। ଏହାବ୍ୟତୀତ ଅଧୀନରେ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଅନେକ ଅର୍ଥନୀତି ଉପରେ ମଧ୍ୟ ଏହି ଶୁଳ୍କ ଚାପ ଅଧÒକ ରହିବ ବୋଲିଏଜେନ୍ସି ସତର୍କ କରାଇଦେଇଛି।

ଟ୍ରମ୍ପ୍‌ଙ୍କ ଶୁଳ୍କ ଲାଗୁ ପରେ ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହେବାକୁ ଥିବା ଭାରତ ପଛକୁ ଦକ୍ଷିଣ କୋରିଆ ଏବଂ ଥାଇଲ୍ୟାଣ୍ଡ ରହିଛନ୍ତି। ଏହାଛଡା ଭିଏତନାମ, ତାଇୱାନ, ଥାଇଲ୍ୟାଣ୍ଡ ଏବଂ ଦକ୍ଷିଣ କୋରିଆ ଭଳି ଅର୍ଥନୀତିଗୁଡ଼ିକର ଆମେରିକା ସହ ବାଣିଜ୍ୟ କାରବାର ବେଶ ଅଧିକ ରହିଛି। ସେ ଦୃଷ୍ଟିରୁ ଏହି ରାଷ୍ଟ୍ରଗୁଡିକ ମଧ୍ୟ ଏହା ଦ୍ବାରା ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ରେଟିଂ ଏଜେନ୍ସି ଏସ୍‌ଆଣ୍ଡ୍‌ପି ଗ୍ଲୋବାଲ ସୋମବାର ଏହାର ରିପୋର୍ଟ ‘ଆମେରିକୀୟ ବାଣିଜ୍ୟ ଶୁଳ୍କ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅର୍ଥନୀତିକୁ ପ୍ରଭାବିତ କରିବାର ସମ୍ଭାବନା’ ଶୀର୍ଷକରେ ଏହା କହିଛି।

ଏହାର ଅର୍ଥ ହେଉଛି ଯଦି ଶୁଳ୍କ ଲାଗୁ କରାଯାଏ ତେବେ ସେମାନଙ୍କ ଉପରେ ସବୁଠାରୁ ଅଧିକ ଆର୍ଥିକ ପ୍ରଭାବ ପଡ଼ିବ। ଏଜେନ୍ସି କହିଛି ଯେ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର କିଛି ରାଷ୍ଟ୍ର ଆମେରିକୀୟ ଉତ୍ପାଦଗୁଡ଼ିକ ଉପରେ ତୁଳନାତ୍ମକ ଭାବରେ ଅଧିକ ଶୁଳ୍କ ଲାଗୁ କରୁଛନ୍ତି। ପ୍ରତିଶୋଧମୂଳକ ଶୁଳ୍କ କାର୍ଯ୍ୟାନୁଷ୍ଠାନ’ ପାଇଁ ସେହି ଅର୍ଥନୀତିଗୁଡ଼ିକ ଉପରେ ବର୍ତ୍ତମାନ ଅନୁଶୀଳନ କରାଯାଉଛି। ହେଲେ ଏହା ଉପରେ ଏବେଠାରୁ ଆକଳନ କରିବା ବେଶ କଷ୍ଟକର, କାରଣ ଆମେରିକାର କେଉଁ ସ୍ତରର ଶୁଳ୍କ ସହିତ ଏହା ମେଳ ଖାଇବ ତାହା ସ୍ପଷ୍ଟ ହୋଇପାରୁନାହିଁ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ଭାରତ ସମେତ ତାଙ୍କର ବାଣିଜ୍ୟିକ ଅଂଶୀଦାରମାନଙ୍କ ଉପରେ ପ୍ରତିଶୋଧମୂଳକ ଶୁଳ୍କ ଲାଗୁ କରିବେ। ଆମେରିକା ପ୍ରଶାସନ ପୂର୍ବରୁ ଚୀନରୁ ଆମଦାନୀ ଉପରେ ଅତିରିକ୍ତ ୧୦ ପ୍ରତିଶତ ଏବଂ ଇସ୍ପାତ ଏବଂ ଆଲୁମିନିୟମ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିସାରିଛି। ଏହା ହୁଏତ ଏହାର ଶେଷ ପଦକ୍ଷେପ ନୁହେଁ ବୋଲି ଏସ୍‌ଆଣ୍ଡ୍‌ପି କହିଛି। ଆମେରିକା ସହଯୋଗୀ ଅର୍ଥନୀତି ଉପରେ ବାଣିଜ୍ୟ ଶୁଳ୍କ ଲାଗୁ କରିବାରେ ଅଧÒକ ଅନିଚ୍ଛା ଦେଖାଇବାର ଅନିଶ୍ଚିତତା ଅଧିକ।