ଚାକିରି ନାଁରେ ଠକେଇ : ୩ ଆନ୍ତଃରାଜ୍ୟ ଠକଙ୍କୁ ଧରିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ

ଭୁବନେଶ୍ୱର : ଓଡ଼ିଶା ପୁଲିସ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା -ଇଓଡବ୍ଲୁ ଆଉ ଏକ ବଡ଼ ଆନ୍ତଃରାଜ୍ୟ ଠକ ଦଳକୁ ଧରିବାରେ ସଫଳ ହୋଇଛି। ଭୁବନେଶ୍ୱରରୁ ଇଓଡବ୍ଲୁ ୩ ଜଣ ଠକଙ୍କୁ ଗିରଫ କରିଛି। ଏମାନେ ଚାକିରି ଦେବା ନାଆଁରେ ଲୋକଙ୍କୁ ଠକୁଥିଲେ ବୋଲି ସୂଚନା ମିଳିଛି । ସେମାନେ ପ୍ୟାନ୍ ଇଣ୍ଡିଆ ନାମରେ ଏକ ଜାଲ୍ ଜବ୍ ରାକେଟ ଚଲାଉଥିଲେ । ମଧ୍ୟପ୍ରଦେଶ, ଜାମ୍ମୁ ଏବଂ କଶ୍ମୀର, ଗୁଜୁରାଟ, ମହାରାଷ୍ଟ୍ର ଓ ଛତିଶଗଡ଼ରେ ଏହି ଠକମାନେ […]

ଚାକିରି ନାଁରେ ଠକେଇ : ୩ ଆନ୍ତଃରାଜ୍ୟ ଠକଙ୍କୁ ଧରିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ
Odisha EOW arrests 3 in PAN-India fake job racket

ଭୁବନେଶ୍ୱର : ଓଡ଼ିଶା ପୁଲିସ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା -ଇଓଡବ୍ଲୁ ଆଉ ଏକ ବଡ଼ ଆନ୍ତଃରାଜ୍ୟ ଠକ ଦଳକୁ ଧରିବାରେ ସଫଳ ହୋଇଛି। ଭୁବନେଶ୍ୱରରୁ ଇଓଡବ୍ଲୁ ୩ ଜଣ ଠକଙ୍କୁ ଗିରଫ କରିଛି। ଏମାନେ ଚାକିରି ଦେବା ନାଆଁରେ ଲୋକଙ୍କୁ ଠକୁଥିଲେ ବୋଲି ସୂଚନା ମିଳିଛି ।

ସେମାନେ ପ୍ୟାନ୍ ଇଣ୍ଡିଆ ନାମରେ ଏକ ଜାଲ୍ ଜବ୍ ରାକେଟ ଚଲାଉଥିଲେ । ମଧ୍ୟପ୍ରଦେଶ, ଜାମ୍ମୁ ଏବଂ କଶ୍ମୀର, ଗୁଜୁରାଟ, ମହାରାଷ୍ଟ୍ର ଓ ଛତିଶଗଡ଼ରେ ଏହି ଠକମାନେ ସକ୍ରିୟ ଥିବା ପୁଲିସ ତଦନ୍ତରୁ ଜଣାପଡିଛି। ଇଓଡବ୍ଲୁ ଦ୍ୱାରା ଗିରଫ ୩ ଜଣଙ୍କ ମଧ୍ୟରୁ ଦୁଇଜଣ ହାଇଦ୍ରାବାଦ ଏବଂ ଜଣେ ଓଡ଼ିଶାର ବୋଲି ଜଣାଯାଇଛି। ଅଭିଯୁକ୍ତମାନେ ହେଲେ ମହମ୍ମଦ ସାନୁଲ୍ଲା ଓ ସାକ୍ଷୀ ଜୈନ ଏବଂ ବାଲେଶ୍ବରର ସୁରତ ଦଳେଇ। ଦିଲ୍ଲୀ, ମୁମ୍ବାଇ ଏବଂ ହାଇଦ୍ରାବାଦରୁ ଏହି ରାକେଟ ଚାଲୁଥିଲା।