ଦୁଇ ନାବାଳକ ଭାଇଙ୍କ ମୃତଦେହ ଜବତ, ହତ୍ୟା ସନ୍ଦେହ
ନୟାଗଡ଼,୧୦ା୩(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଫତେଗଡ଼ ଥାନା ଧାନଚେଙ୍ଗଡ଼ା ଶିବମନ୍ଦିର ନିକଟସ୍ଥ ଏକ ବନ୍ଦ ଘରୁ ଦୁଇ ନାବାଳକ ଭାଇଙ୍କ ମୃତଦେହ ଜବତ ହୋଇଛି। ଫତେଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ିନି। ତେବେ ଏହା ହତ୍ୟାକାଣ୍ଡ ବୋଲି ଅଭିଯୋଗ ଉଠୁଛି। ପ୍ରକାଶ ଯେ, ଧାନଚେଙ୍ଗଡ଼ା ଶିବ ମନ୍ଦିର ନିକଟରେ ଥିବା ଏକ ବନ୍ଦ ଘରୁ ଦୁର୍ଗନ୍ଧ ଆସିଥିଲା। ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। […] The post ଦୁଇ ନାବାଳକ ଭାଇଙ୍କ ମୃତଦେହ ଜବତ, ହତ୍ୟା ସନ୍ଦେହ appeared first on Dharitri Odia News.
ନୟାଗଡ଼,୧୦ା୩(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଫତେଗଡ଼ ଥାନା ଧାନଚେଙ୍ଗଡ଼ା ଶିବମନ୍ଦିର ନିକଟସ୍ଥ ଏକ ବନ୍ଦ ଘରୁ ଦୁଇ ନାବାଳକ ଭାଇଙ୍କ ମୃତଦେହ ଜବତ ହୋଇଛି। ଫତେଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ିନି। ତେବେ ଏହା ହତ୍ୟାକାଣ୍ଡ ବୋଲି ଅଭିଯୋଗ ଉଠୁଛି।
ପ୍ରକାଶ ଯେ, ଧାନଚେଙ୍ଗଡ଼ା ଶିବ ମନ୍ଦିର ନିକଟରେ ଥିବା ଏକ ବନ୍ଦ ଘରୁ ଦୁର୍ଗନ୍ଧ ଆସିଥିଲା। ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଖୋଲିବା ବେଳେ ଦୁଇ ନାବାଳକଙ୍କ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଥିଲା। ଏହାପରେ ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଯାଇଛି। ହେଲେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
The post ଦୁଇ ନାବାଳକ ଭାଇଙ୍କ ମୃତଦେହ ଜବତ, ହତ୍ୟା ସନ୍ଦେହ appeared first on Dharitri Odia News.