ଟ୍ରଲରକୁ ଧକ୍କା ଦେଲା ମାରୁତି ଭ୍ୟାନ୍‌: ୫ମୃତ, ୫ ଗୁରୁତର

ହେମଗିର,୨,୧୧(ଚୈତନ୍ୟ ପଟେଲ): ସୁନ୍ଦରଗଡ ଜିଲା ହେମଗିର ଥାନା ସ୍ଥିତ କନ୍ଦାଧୁଡା ଓ ଟପରିଆ ରାସ୍ତାରେ ଛିଡା ହୋଇଥିବା ଟ୍ରଲରକୁ ପଛରୁ ଧକ୍କା ଦେଲା ମାରୁତି ଇକୋ। ଫଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ହେମଗିର ପୋଲସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନାନୁସାରେ, ଶନିବାର କିଛି ଲୋକ ସଂକୀର୍ତ୍ତନ ସାରି ପିକଅପ ଭ୍ୟାନ୍‌ରେ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ରାସ୍ତାରେ ଛିଡା ହୋଇଥିବା ଟ୍ରଲରକୁ ପିକଅପ […] The post ଟ୍ରଲରକୁ ଧକ୍କା ଦେଲା ମାରୁତି ଭ୍ୟାନ୍‌: ୫ମୃତ, ୫ ଗୁରୁତର appeared first on Dharitri Odia News.

ଟ୍ରଲରକୁ ଧକ୍କା ଦେଲା ମାରୁତି ଭ୍ୟାନ୍‌: ୫ମୃତ, ୫ ଗୁରୁତର

ହେମଗିର,୨,୧୧(ଚୈତନ୍ୟ ପଟେଲ): ସୁନ୍ଦରଗଡ ଜିଲା ହେମଗିର ଥାନା ସ୍ଥିତ କନ୍ଦାଧୁଡା ଓ ଟପରିଆ ରାସ୍ତାରେ ଛିଡା ହୋଇଥିବା ଟ୍ରଲରକୁ ପଛରୁ ଧକ୍କା ଦେଲା ମାରୁତି ଇକୋ। ଫଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ହେମଗିର ପୋଲସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନାନୁସାରେ, ଶନିବାର କିଛି ଲୋକ ସଂକୀର୍ତ୍ତନ ସାରି ପିକଅପ ଭ୍ୟାନ୍‌ରେ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ରାସ୍ତାରେ ଛିଡା ହୋଇଥିବା ଟ୍ରଲରକୁ ପିକଅପ ଭ୍ୟାନ୍‌ଟି ପଛରୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହେମଗିର ସାସ୍ଥ୍ୟକେନ୍ଦ୍ରରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଛତିଶଗଡ ସ୍ଥିତ ରାଇଗଡ଼ରଠାରେ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଏହି ଦୁଘଟଣାରେ ଅନ୍ୟ ୫ ଜଣେ ଗୁରୁତର ଭାବରେ ହେମଗିର ଓ ସୁନ୍ଦରଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବା ସହିତ ଲୋକେ ରାସ୍ତାରୋକ କରିଛନ୍ତି।

The post ଟ୍ରଲରକୁ ଧକ୍କା ଦେଲା ମାରୁତି ଭ୍ୟାନ୍‌: ୫ମୃତ, ୫ ଗୁରୁତର appeared first on Dharitri Odia News.