ଟ୍ରଲିବ୍ୟାଗ୍‌ରୁ ମିଳିଲା ଓଠ ସିଲ୍‌ ଥିବା ଯୁବତୀଙ୍କ ମୃତଦେହ

କୋଲକାତା,୨୨।୪: କୋଲକାତା ଉପକଣ୍ଠ ବାଗୁଇହାଟିର ଏକ ରାସ୍ତା ପାର୍ଶ୍ୱରେ ପଡ଼ିରହିଥିବା ଟ୍ରଲିବ୍ୟାଗ୍‌ରୁ ଜଣେ ଯୁବତୀଙ୍କ ଓଠ ସିଲ୍‌ ହୋଇଥିବା ମୃତଦେହ ମିଳିଛି। ସୋମବାର ରାତିରେ କେହି ଉକ୍ତ ଟ୍ରଲିବ୍ୟାଗ୍‌କୁ ସେଠାରେ ପକାଇଦେଇ ପଳାଇ ଥିବା ପୋଲିସ ଅନୁମାନ କରୁଛି। ମଙ୍ଗଳବାର ଖବରକାଗଜ ହକର ତାହାକୁ ଦେଖିବା ପରେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ପୋଲିସ ଟ୍ରଲିବ୍ୟାଗ୍‌ ଖୋଲି ତା’ ଭିତରୁ ଜଣେ ସାଲଓ୍ବାର କୁର୍ତ୍ତା ପିନ୍ଧିଥିବା ଯୁବତୀଙ୍କୁ ମୃତଦେହ ଠାବ କରିଥିଲା। ତାଙ୍କ ଓଠକୁ ଟେପ୍‌ ଲଗାଇ […] The post ଟ୍ରଲିବ୍ୟାଗ୍‌ରୁ ମିଳିଲା ଓଠ ସିଲ୍‌ ଥିବା ଯୁବତୀଙ୍କ ମୃତଦେହ appeared first on Dharitri Odia News.

ଟ୍ରଲିବ୍ୟାଗ୍‌ରୁ ମିଳିଲା ଓଠ ସିଲ୍‌ ଥିବା ଯୁବତୀଙ୍କ ମୃତଦେହ

କୋଲକାତା,୨୨।୪: କୋଲକାତା ଉପକଣ୍ଠ ବାଗୁଇହାଟିର ଏକ ରାସ୍ତା ପାର୍ଶ୍ୱରେ ପଡ଼ିରହିଥିବା ଟ୍ରଲିବ୍ୟାଗ୍‌ରୁ ଜଣେ ଯୁବତୀଙ୍କ ଓଠ ସିଲ୍‌ ହୋଇଥିବା ମୃତଦେହ ମିଳିଛି। ସୋମବାର ରାତିରେ କେହି ଉକ୍ତ ଟ୍ରଲିବ୍ୟାଗ୍‌କୁ ସେଠାରେ ପକାଇଦେଇ ପଳାଇ ଥିବା ପୋଲିସ ଅନୁମାନ କରୁଛି।

ମଙ୍ଗଳବାର ଖବରକାଗଜ ହକର ତାହାକୁ ଦେଖିବା ପରେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ପୋଲିସ ଟ୍ରଲିବ୍ୟାଗ୍‌ ଖୋଲି ତା’ ଭିତରୁ ଜଣେ ସାଲଓ୍ବାର କୁର୍ତ୍ତା ପିନ୍ଧିଥିବା ଯୁବତୀଙ୍କୁ ମୃତଦେହ ଠାବ କରିଥିଲା। ତାଙ୍କ ଓଠକୁ ଟେପ୍‌ ଲଗାଇ ସିଲ୍‌ କରିଦିଆଯାଇଥିଲା। ମୃତ୍ୟୁର କାରଣ ଜଣାପଡ଼ି ନ ଥିବାବେଳେ ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି। ତେବେ ମହିଳାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଟ୍ରଲିବ୍ୟାଗ୍‌ରେ ଭର୍ତ୍ତି କରାଯାଇଥିବା ପ୍ରାଥମିକ ଅନୁଧ୍ୟାନରୁ ଜଣାପଡ଼ିଛି।

The post ଟ୍ରଲିବ୍ୟାଗ୍‌ରୁ ମିଳିଲା ଓଠ ସିଲ୍‌ ଥିବା ଯୁବତୀଙ୍କ ମୃତଦେହ appeared first on Dharitri Odia News.