ବିସ୍କ ଫାର୍ମର ନୂତନ ଅଭିଯାନ

ଭୁବନେଶ୍ୱର,୧୧।୬: ସାଜ ଫୁଡ୍‌ ପ୍ରଡକ୍ଟସ ପ୍ରାଇଭେଟ ଲିମିଟେଡର ପ୍ରମୁଖ ବିସ୍କୁଟ ଓ ବେକରି ବ୍ରାଣ୍ଡ୍‌ ‘ବିସ୍କ ଫାର୍ମ’ର ନୂତନ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ରାଣ୍ଡ୍‌ର ଲୋକପ୍ରିୟ ରିଚ୍‌ ମାରି ବିସ୍କୁଟ ବର୍ଗମାଳା କ୍ରୟ ଉପରେ କମ୍ପାନୀ ଗ୍ରାହକମାନଙ୍କୁ କ୍ୟାଶବ୍ୟାକ୍‌ ରିୱାର୍ଡ ଓ ସୁନା କଏନ ଜିତିବାର ସୁଯୋଗ ପ୍ରଦାନ କରୁଛି। ସେହିଭଳି ଏହି ଅଭିଯାନ ଜରିଆରେ ବିସ୍କ ଫାର୍ମର ଭାଗ୍ୟଶାଳୀ ଗ୍ରାହକମାନେ ‘ବିସ୍କ ଫାର୍ମ ରିଚ୍‌ ମେରି ବିସ୍କୁଟ’ର ୩୦୦ ଗ୍ରାମ୍‌ ବିସ୍କୁଟ ପ୍ୟାକ୍‌ […] The post ବିସ୍କ ଫାର୍ମର ନୂତନ ଅଭିଯାନ appeared first on Dharitri Odia News.

ବିସ୍କ ଫାର୍ମର ନୂତନ ଅଭିଯାନ

ଭୁବନେଶ୍ୱର,୧୧।୬: ସାଜ ଫୁଡ୍‌ ପ୍ରଡକ୍ଟସ ପ୍ରାଇଭେଟ ଲିମିଟେଡର ପ୍ରମୁଖ ବିସ୍କୁଟ ଓ ବେକରି ବ୍ରାଣ୍ଡ୍‌ ‘ବିସ୍କ ଫାର୍ମ’ର ନୂତନ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ରାଣ୍ଡ୍‌ର ଲୋକପ୍ରିୟ ରିଚ୍‌ ମାରି ବିସ୍କୁଟ ବର୍ଗମାଳା କ୍ରୟ ଉପରେ କମ୍ପାନୀ ଗ୍ରାହକମାନଙ୍କୁ କ୍ୟାଶବ୍ୟାକ୍‌ ରିୱାର୍ଡ ଓ ସୁନା କଏନ ଜିତିବାର ସୁଯୋଗ ପ୍ରଦାନ କରୁଛି। ସେହିଭଳି ଏହି ଅଭିଯାନ ଜରିଆରେ ବିସ୍କ ଫାର୍ମର ଭାଗ୍ୟଶାଳୀ ଗ୍ରାହକମାନେ ‘ବିସ୍କ ଫାର୍ମ ରିଚ୍‌ ମେରି ବିସ୍କୁଟ’ର ୩୦୦ ଗ୍ରାମ୍‌ ବିସ୍କୁଟ ପ୍ୟାକ୍‌ କିଣିଲେ ୧୦ ଗ୍ରାମ ସୁନା ମୁଦ୍ରା କିମ୍ବା ୧୦୦୦ ଟଙ୍କା ପର୍ଯ୍ୟନ୍ତ ଭାଉଚର ଜିତିବାର ସୁଯୋଗ ପାଇବେ।
ଉଲ୍ଲେଖଯୋଗ୍ୟ, ଏହି ଅଭିଯାନରେ ସାମିଲ ହେବା ପାଇଁ ଗ୍ରାହକଙ୍କୁ କେବଳ ବିସ୍କ ଫାର୍ମ ରିଚ ମେରି ବିସ୍କୁଟର ୩୦୦ଗ୍ରାମ ପ୍ୟାକ୍‌ କିଣିବାକୁ ପଡିବ ଏବଂ ସୁନା ମୁଦ୍ରା କିମ୍ବା କ୍ୟାଶବ୍ୟାକ୍‌ ଜିତିବାର ସୁଯୋଗ ପାଇଁ ୯୯୦୨୩୯୧୨୦୦କୁ ଆରଏମ ଲଟ୍‌ ନମ୍ବର ଟେକ୍ସଟ୍‌ କରିବାକୁ ପଡିବ।
ସେହିପରି ୧୦ଗ୍ରାମ ସୁନା ମୁଦ୍ରା ଏବଂ କ୍ୟାଶବ୍ୟାକ୍‌ର ବିଜେତାଙ୍କ ନାମ ବିସ୍କ ଫାର୍ମର ସୋସିଆଲ ମିଡିଆ ପୃଷ୍ଠାରେ ଘୋଷଣା କରାଯିବ। ଏପରିକି ପଶ୍ଚିମବଙ୍ଗ, ଆସାମ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ଅରୁଣାଚଳ ପ୍ରଦେଶ, ମିଜୋରାମ, ନାଗାଲାଣ୍ଡ, ମେଘାଳୟ ଓ ତ୍ରିପୁରା ଭଳି ରାଜ୍ୟରେ ଏହି ଅଭିଯାନ ଲାଗୁ ହେବ।
ଏ ସମ୍ପର୍କରେ ସାଜ୍‌ ଫୁଡ୍‌ର ପରିଚାଳନା ନିର୍ଦ୍ଦେଶକ ବିଜୟ କୁମାର ସିଂହ କହିଛନ୍ତି, ରିଚ୍‌ ମେରି ବିସ୍କୁଟ୍‌ ପ୍ୟାକ୍‌ ଉପରେ ଆମେ ସୁନା ମୁଦ୍ରା ଏବଂ କ୍ୟାଶ ବ୍ୟାକ୍‌ ପୁରସ୍କାର ଜିତିବାର ଲୋଭନୀୟ ସୁଯୋଗ ପ୍ରଦାନ କରିବା ସହିତ ବ୍ରାଣ୍ଡର ଅତ୍ୟନ୍ତ ଲୋକପ୍ରିୟ ରିଚ ମେରି ରେଞ୍ଜ ବିସ୍କୁଟର ସ୍ବାଦ ଉପଭୋଗ କରାଉଛୁ। ଏହା ବ୍ୟତୀତ ପୁରସ୍କାର ଜିତିବା ପାଇଁ ମଧ୍ୟ ଆମର ଭାଗ୍ୟବାନ ଗ୍ରାହକଙ୍କ ପାଇଁ ଏକ ଉତ୍ତମ ସୁଯୋଗ ପ୍ରଦାନ କରୁଛୁ।

The post ବିସ୍କ ଫାର୍ମର ନୂତନ ଅଭିଯାନ appeared first on Dharitri Odia News.