ଟ୍ରାଏଲ୍‌ ରନ୍‌ ସମୟରେ ଟ୍ରେନ୍‌ରେ କଟି ୨ଜଣଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଅଡ଼ି ବସିଛନ୍ତି ଗ୍ରାମବାସୀ

ରାୟଗଡା/ଜେକେପୁର,୨୫।୧(ଆଶିଷ ରଞ୍ଜନ ପଣ୍ଡା/ନିଧି ଗାଣ୍ଡେଚା): ରାୟଗଡ଼ା- ଜେକେପୁର ମଧ୍ୟରେ ତୃତୀୟ ରେଳ ଲାଇନ ନିର୍ମାଣ ହେବା ପରେ ବୁଧବାର ରାତିରେ ଟ୍ରାଏଲ ରନ୍‌ କରାଯାଇଥିଲା। ଏହି ସମୟରେ ଟ୍ରେନରେ କଟି ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଦେବଦଳାଗୁଡ଼ା ଗ୍ରାମର ଆମିଶି ରାଓ ପୁଲାକା ଓ ସିବନ କାଡ୍ରାକା। ଅଘଟଣକୁ ନେଇ ଉକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଗୁରୁବାର ଗ୍ରାମବାସୀମାନେ କ୍ଷତି ପୂରଣ ଦାବିରେ ଘଟଣାସ୍ଥଳରେ ଅଡି ବସିଛନ୍ତି। କ୍ଷତି ପୂରଣ ନ ଦେବା […] The post ଟ୍ରାଏଲ୍‌ ରନ୍‌ ସମୟରେ ଟ୍ରେନ୍‌ରେ କଟି ୨ଜଣଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଅଡ଼ି ବସିଛନ୍ତି ଗ୍ରାମବାସୀ appeared first on Dharitri Odia News.

ଟ୍ରାଏଲ୍‌ ରନ୍‌ ସମୟରେ ଟ୍ରେନ୍‌ରେ କଟି ୨ଜଣଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଅଡ଼ି ବସିଛନ୍ତି ଗ୍ରାମବାସୀ

ରାୟଗଡା/ଜେକେପୁର,୨୫।୧(ଆଶିଷ ରଞ୍ଜନ ପଣ୍ଡା/ନିଧି ଗାଣ୍ଡେଚା): ରାୟଗଡ଼ା- ଜେକେପୁର ମଧ୍ୟରେ ତୃତୀୟ ରେଳ ଲାଇନ ନିର୍ମାଣ ହେବା ପରେ ବୁଧବାର ରାତିରେ ଟ୍ରାଏଲ ରନ୍‌ କରାଯାଇଥିଲା। ଏହି ସମୟରେ ଟ୍ରେନରେ କଟି ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଦେବଦଳାଗୁଡ଼ା ଗ୍ରାମର ଆମିଶି ରାଓ ପୁଲାକା ଓ ସିବନ କାଡ୍ରାକା। ଅଘଟଣକୁ ନେଇ ଉକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଗୁରୁବାର ଗ୍ରାମବାସୀମାନେ କ୍ଷତି ପୂରଣ ଦାବିରେ ଘଟଣାସ୍ଥଳରେ ଅଡି ବସିଛନ୍ତି। କ୍ଷତି ପୂରଣ ନ ଦେବା ଯାଏ ସେଠାରୁ ମୃତଦେହ ହଟିବ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ବୁଧବାର ରେଳ ନିରାପତ୍ତା କମିଶନର ବ୍ରିଜେଶ କୁମାର ଏହି ଲାଇନର ସ୍ଥିତି ଅନୁଧ୍ୟାନ କରି ଫେରିବାର କିଛି ଘଣ୍ଟା ପରେ ହିଁ ଏହି ଅଘଟଣ ଘଟିଛି।

ରେଳ ଚଳାଚଳକୁ ସୁଗମ କରିବା ପାଇଁ ବିଶାଖାପାଟଣା- ଟିଟିଲାଗଡ଼ ମଧ୍ୟରେ ତୃତୀୟ ରେଳ ଲାଇନ ନିର୍ମାଣ ଚାଲିଛି। ତେବେ ରାୟଗଡ଼ାଠାରୁ ସିଙ୍ଗାପୁର ରୋଡ ପର୍ଯ୍ୟନ୍ତ ହୋଇଥିବା ଏହି ରେଳ ଲାଇନ ନିର୍ମାଣର ନିରାପତ୍ତା ବ୍ୟବସ୍ଥା ତଦାରଖ କରାଯାଇଥିଲା। ରାତି ପ୍ରାୟ ୯ଟା ସମୟରେ ଏହି ନବ ନିର୍ମିତ ଟ୍ରାକ୍‌ରେ ଟ୍ରେନ ଟ୍ରାଏଲ ରନ୍‌ ହୋଇଥିଲା। ତେବେ ଦେବଦଳାଗୁଡ଼ା ଗ୍ରାମର ଆମିଶି ଓ ସିବନ ଚାଷ କାମ ସାରି ଗାଁ ନିକଟସ୍ଥ ଦେଇ ଯାଇଥିବା ଉକ୍ତ ନୂତନ ରେଳ ଧାରଣା ପାରି ହେବା ସମୟରେ ଟ୍ରେନଟି ତାଙ୍କ ଉପରେ ମାଡ଼ିଯାଇଥିଲା। ସେମାନଙ୍କ ମୃତ୍ୟୁର କ୍ଷତି ପୂରଣ ପ୍ରତିବାଦରେ ବର୍ତ୍ତମାନ ଗୁରୁବାର ସକାଳୁ ଗ୍ରାମବାସୀ ସେଠାରେ ଅଡି ବସିଛନ୍ତି।

The post ଟ୍ରାଏଲ୍‌ ରନ୍‌ ସମୟରେ ଟ୍ରେନ୍‌ରେ କଟି ୨ଜଣଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଅଡ଼ି ବସିଛନ୍ତି ଗ୍ରାମବାସୀ appeared first on Dharitri Odia News.