ଟ୍ରାକରେ ଗଡ଼ିବ ପ୍ରାଇଭେଟ୍ ଟ୍ରେନ, କେତେ ରହିବ ଟିକେଟ ଦାମ୍ ? ଗ୍ରାହକଙ୍କୁ କଣ କଣ ମିଳିବ ଫାଇଦା...
ନୂଆଦିଲ୍ଲୀ ୧୦।୦୫: ଭାରତୀୟ ରେଳ ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି । ଭାରତୀୟ ରେଲୱେ ନିଜର ବିଶାଳ ନେଟୱର୍କ ପାଇଁ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭାରତରେ ଏକ୍ସପ୍ରେସ, ଲୋକାଲ, ସୁପରଫାଷ୍ଟ ଭଳି ଟ୍ରେନ ଯାତାୟତ କରିଥାଏ । କିନ୍ତୁ ବର୍ତ୍ତମାନ ଦେଶରେ ଗଡ଼ିବ ଘରୋଇ ଟ୍ରେନ ଅର୍ଥାତ୍ ପ୍ରାଇଭେଟ୍ ଟ୍ରେନ୍ । ଜାଣନ୍ତି କି କେଉଁ ଭାରତର କେଉଁ ରାଜ୍ୟରେ ଗଡିବ ଏହି ଟ୍ରେନ୍ ? ବାସ୍ତବରେ କେରଳ ପ୍ରଥମ ରାଜ୍ୟ ଭାବେ ଘରୋଇ ଟ୍ରେନ ଆରମ୍ଭ କରିବାକୁ ଯାଉଛି । ଜୁନ୍ ୪ ତାରିଖରୁ ଥିରୁବନନ୍ତପୁରମ୍ ଏହା ଆରମ୍ଭ ହେବ । ଏହା କେରଳର ଥିରୁବନନ୍ତପୁରମ୍, କୋଲାମ, କୋଟାୟମ୍, ଏର୍ନାକୁଲମ୍, ଥ୍ରିସୁର, କୋଜିକୋଡେ, କନ୍ନୁର ଏବଂ କାସାରାଗୋଡରୁ ମିଳିପାରିବ । ତେବେ ଏହି ପ୍ରାଇଭେଟ୍ ଟ୍ରେନ୍ର କେତେ ରହିବ ଟିକେଟ ଦାମ୍ ? କଣ କଣ ସୁବିଧା ଯୋଗାଇବ ଯାତ୍ରୀଙ୍କୁ ? ଆସନ୍ତୁ ଜାଣିବା…ଯଦି ଜଣେ ଯାତ୍ରୀ ଗୋଆ, ମୁମ୍ବାଇ କିମ୍ବା ଅଯୋଧ୍ୟା ଯାତ୍ରା କରିବାକୁ ଚାହାଁନ୍ତି । ତେବେ ତାଙ୍କ ପାଇଁ ବିଭିନ୍ନ ପ୍ୟାକେଜ୍ ରହିଛି । ଯାତ୍ରୀ ତାଙ୍କ ପସନ୍ଦ ଅନୁଯାୟୀ ଟ୍ରେନ୍ରେ କୋଚ୍ ପସନ୍ଦ କରିପାରିବେ । ଆଉ ଏହି ଅନୁଯାୟୀ ହିଁ ତାଙ୍କର ଯାତ୍ରାର ଭଡା ହେବ । ଯଦି ଯାତ୍ରୀ ଜଣକ ଗୋଆ କିମ୍ବା ମୁମ୍ବାଇ ଯାତ୍ରା କରନ୍ତି ତ
ନୂଆଦିଲ୍ଲୀ ୧୦।୦୫: ଭାରତୀୟ ରେଳ ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି । ଭାରତୀୟ ରେଲୱେ ନିଜର ବିଶାଳ ନେଟୱର୍କ ପାଇଁ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭାରତରେ ଏକ୍ସପ୍ରେସ, ଲୋକାଲ, ସୁପରଫାଷ୍ଟ ଭଳି ଟ୍ରେନ ଯାତାୟତ କରିଥାଏ । କିନ୍ତୁ ବର୍ତ୍ତମାନ ଦେଶରେ ଗଡ଼ିବ ଘରୋଇ ଟ୍ରେନ ଅର୍ଥାତ୍ ପ୍ରାଇଭେଟ୍ ଟ୍ରେନ୍ । ଜାଣନ୍ତି କି କେଉଁ ଭାରତର କେଉଁ ରାଜ୍ୟରେ ଗଡିବ ଏହି ଟ୍ରେନ୍ ?

ବାସ୍ତବରେ କେରଳ ପ୍ରଥମ ରାଜ୍ୟ ଭାବେ ଘରୋଇ ଟ୍ରେନ ଆରମ୍ଭ କରିବାକୁ ଯାଉଛି । ଜୁନ୍ ୪ ତାରିଖରୁ ଥିରୁବନନ୍ତପୁରମ୍ ଏହା ଆରମ୍ଭ ହେବ । ଏହା କେରଳର ଥିରୁବନନ୍ତପୁରମ୍, କୋଲାମ, କୋଟାୟମ୍, ଏର୍ନାକୁଲମ୍, ଥ୍ରିସୁର, କୋଜିକୋଡେ, କନ୍ନୁର ଏବଂ କାସାରାଗୋଡରୁ ମିଳିପାରିବ । ତେବେ ଏହି ପ୍ରାଇଭେଟ୍ ଟ୍ରେନ୍ର କେତେ ରହିବ ଟିକେଟ ଦାମ୍ ? କଣ କଣ ସୁବିଧା ଯୋଗାଇବ ଯାତ୍ରୀଙ୍କୁ ? ଆସନ୍ତୁ ଜାଣିବା…

ଯଦି ଜଣେ ଯାତ୍ରୀ ଗୋଆ, ମୁମ୍ବାଇ କିମ୍ବା ଅଯୋଧ୍ୟା ଯାତ୍ରା କରିବାକୁ ଚାହାଁନ୍ତି । ତେବେ ତାଙ୍କ ପାଇଁ ବିଭିନ୍ନ ପ୍ୟାକେଜ୍ ରହିଛି । ଯାତ୍ରୀ ତାଙ୍କ ପସନ୍ଦ ଅନୁଯାୟୀ ଟ୍ରେନ୍ରେ କୋଚ୍ ପସନ୍ଦ କରିପାରିବେ । ଆଉ ଏହି ଅନୁଯାୟୀ ହିଁ ତାଙ୍କର ଯାତ୍ରାର ଭଡା ହେବ । ଯଦି ଯାତ୍ରୀ ଜଣକ ଗୋଆ କିମ୍ବା ମୁମ୍ବାଇ ଯାତ୍ରା କରନ୍ତି ତେବେ ତାଙ୍କୁ ଏହି ଟ୍ରେନ୍ରେ ଯାତ୍ରା କରିବା ପାଇଁ ଦେବାକୁ ପଡିବ ୧୩,୯୯୯ ରୁ ୧୮,୮୨୫ ଟଙ୍କା । ଯଦି ସେ ଅଯୋଧ୍ୟା ପାଇଁ ଯିବାକୁ ଇଚ୍ଛା କରନ୍ତି ତେବେ ସେ ପ୍ୟାକେଜ୍ ବାବଦକୁ ୩୦,୫୫୦ ରୁ ୩୭,୧୫୦ ଟଙ୍କା ଦେବେ ।

ଏହାସହିତ ୧୦ ବର୍ଷରୁ କମ୍ ପିଲାମାନେ ମାଗଣା ଯାତ୍ରା କରିବେ ଏବଂ ୧୦ ବର୍ଷରୁ ଅଧିକ ପିଲାମାନେ ଟିକେଟ୍ ମୂଲ୍ୟରେ ୫୦% ରିହାତି ପାଇବେ । ଏହି ପ୍ରାଇଭେଟ ଟ୍ରେନରେ ୭୫୦ ଯାତ୍ରୀଙ୍କୁ ଆରାମରେ ଯାତ୍ରା କରିପାରିବେ । ଏଥିରେ ୨ ଟି ସ୍ଲିପିଂ କ୍ଲାସ ବଗି, ୧୧ ଟି ଥାର୍ଡ଼ କ୍ଲାସ ଏସି କୋଚ୍ ଓ ୨ ଟି ସେକେଣ୍ଡ କ୍ଲାସ ଏୟାର କଣ୍ଡିସନର କୋଚ ରହିଛି।

ଟ୍ରେନର ସୀମିତ ଷ୍ଟପ ଅଛି । କେବଳ ଯେଉଁମାନେ ଟିକେଟ ବୁକ୍ କରିଛନ୍ତି ସେମାନେ ଟ୍ରେନରେ ଏଣ୍ଟ୍ରି କରିପାରିବେ । ଏଥିରେ ପାରାମେଡିକାଲ୍ ଟିମ୍ ଏବଂ ପ୍ୟାଣ୍ଟ୍ରି ସମେତ ମୋଟ ୬୦ ଜଣ କର୍ମଚାରୀ ଉପଲବ୍ଧ ଅଛନ୍ତି। ଏହି ଟ୍ରେନରେ ସିସିଟିଭି କ୍ୟାମେରା ଏବଂ ୱାଇଫାଇ ଲଗାଯାଇଛି । ଏହାବ୍ୟତୀତ ଏହି ପ୍ରାଇଭେଟ୍ ଟ୍ରେନ୍ରେ ଅନ୍-ବୋର୍ଡ କ୍ରୁ ଓ ଡାକ୍ତରୀ ଟିମ୍ ମଧ୍ୟ ରହିଛନ୍ତି ।