ମହଙ୍ଗା ପଡିଲା ମୟଙ୍କଙ୍କୁ ହର୍ଷିତଙ୍କ ପ୍ଲାଇଂ କିସ୍‌, ଲାଗିଲା ବଡ଼ଧରଣର ଜରିମାନା

କୋଲକାତା ୨୪।୦୩ : ଆଇପିଏଲ୍‌ ୨୦୨୪ର ତୃତୀୟ ମୁକାବିଲା ଜିତିଛି କୋଲକାତା ନାଇଟ ରାଇଡର୍ସ । ରାତି ୮ଟାରେ ଖେଳାଯାଇ ଥିବା ଏହି ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ୪ ଓ୍ୱିକେଟ୍‌ରେ ପରାସ୍ତ କରିଛି କୋଲକାତା ନାଇଟ୍‌ ରାଇଡର୍ସ । ଇଡେନ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ହାଇଦ୍ରାବାଦ୍‌ ବ୍ୟାଟର ମୟଙ୍କ ଅଗ୍ରଓ୍ୱାଲ୍‌ଙ୍କୁ ଆଉଟ୍‌ କରିବା ପରେ କୋଲକାତାର ବୋଲର ହର୍ଷିତ ରାଣା ପ୍ଲାଇଂ କିସ କରିଥିଲେ । ଯାହା ଏବେ ତାଙ୍କୁ ମହଙ୍ଗା ପଡିଛି । ଜରିମାନା ରୂପରେ ମ୍ୟାଚ୍‌ ଫିରୁ ୬୦ ପ୍ରତିଶତ କଟାଯାଇଛି । ଖବର ଅନୁଯାୟୀ, କୋଲକାତାର ୨୦୮ ରନ୍‌ର ଟାର୍ଗେଟ ପରେ ପଡିଆକୁ ଓହ୍ଲାଇଥିଲେ ମୟଙ୍କ ଅଗ୍ରଓ୍ୱାଲ ଏବଂ ଅଭିଷେକ। ପଡିଆରେ ଦୁଇ ବ୍ୟାଟର ଧୁଆଁଧାର ବ୍ୟାଟିଂ ମଧ୍ୟ କରିଥିଲେ । କୋଲକାତା ବୋଲର ମଧ୍ୟ ବହୁତ ଚାପରେ ଥିବାର ନଜର ଆସିଥିଲେ। ଏହି ସମୟରେ ୬ଷ୍ଠ ଓଭରରେ ହର୍ଷିତ ରାଣା ଆସିଥିଲେ ବୋଲିଂ କରିବାକୁ । ୬ଷ୍ଠ ଓଭରରେ ତୃତୀୟ ବଲ୍‌ରେ ମୟଙ୍କ ଆଉଟ୍‌ ହୋଇଥିଲେ। ମୟଙ୍କ ମାତ୍ର ୨୧ ବଲ୍‌ରେ ୩୨ ରନ୍‌ ସଂଗ୍ରହ କରିଥିଲେ । ତେବେ ମୟଙ୍କ ଆଉଟ୍‌ ହେବା ପରେ ହର୍ଷିତ ରାଣା ପ୍ଲାଇଂ କିସ୍‌ କରିଥିଲେ। ଯାହାକି କ୍ରିକେଟ୍‌ ନିୟମ ବିରୋଧରେ ଥିଲା। ଯାହାକୁ ବିଚାର କରି ମ୍ୟାଚ୍‌ ରେଫରୀ ହର୍ଷିତ ରାଣାଙ୍କ ମ୍ୟାଚ୍‌ ଫିରୁ ୬୦ ପ୍ରତିଶତ ଜରିମାନା ଲଗାଇଛନ୍ତି । ସୂଚନାଯୋଗ୍ୟ ଯେ, କୋଲକାତା ନାଇଟ୍‌ ରାଇଡର୍ସ ପ୍ରଥମ ବ୍ୟାଟିଂ କ

ମହଙ୍ଗା ପଡିଲା ମୟଙ୍କଙ୍କୁ ହର୍ଷିତଙ୍କ ପ୍ଲାଇଂ କିସ୍‌, ଲାଗିଲା ବଡ଼ଧରଣର ଜରିମାନା

କୋଲକାତା ୨୪।୦୩ : ଆଇପିଏଲ୍‌ ୨୦୨୪ର ତୃତୀୟ ମୁକାବିଲା ଜିତିଛି କୋଲକାତା ନାଇଟ ରାଇଡର୍ସ । ରାତି ୮ଟାରେ ଖେଳାଯାଇ ଥିବା ଏହି ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ୪ ଓ୍ୱିକେଟ୍‌ରେ ପରାସ୍ତ କରିଛି କୋଲକାତା ନାଇଟ୍‌ ରାଇଡର୍ସ । ଇଡେନ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ହାଇଦ୍ରାବାଦ୍‌ ବ୍ୟାଟର ମୟଙ୍କ ଅଗ୍ରଓ୍ୱାଲ୍‌ଙ୍କୁ ଆଉଟ୍‌ କରିବା ପରେ କୋଲକାତାର ବୋଲର ହର୍ଷିତ ରାଣା ପ୍ଲାଇଂ କିସ କରିଥିଲେ । ଯାହା ଏବେ ତାଙ୍କୁ ମହଙ୍ଗା ପଡିଛି । ଜରିମାନା ରୂପରେ ମ୍ୟାଚ୍‌ ଫିରୁ ୬୦ ପ୍ରତିଶତ କଟାଯାଇଛି । 

ଖବର ଅନୁଯାୟୀ, କୋଲକାତାର ୨୦୮ ରନ୍‌ର ଟାର୍ଗେଟ ପରେ ପଡିଆକୁ ଓହ୍ଲାଇଥିଲେ ମୟଙ୍କ ଅଗ୍ରଓ୍ୱାଲ ଏବଂ ଅଭିଷେକ। ପଡିଆରେ ଦୁଇ ବ୍ୟାଟର ଧୁଆଁଧାର ବ୍ୟାଟିଂ ମଧ୍ୟ କରିଥିଲେ । କୋଲକାତା ବୋଲର ମଧ୍ୟ ବହୁତ ଚାପରେ ଥିବାର ନଜର ଆସିଥିଲେ। ଏହି ସମୟରେ ୬ଷ୍ଠ ଓଭରରେ ହର୍ଷିତ ରାଣା ଆସିଥିଲେ ବୋଲିଂ କରିବାକୁ । ୬ଷ୍ଠ ଓଭରରେ ତୃତୀୟ ବଲ୍‌ରେ ମୟଙ୍କ ଆଉଟ୍‌ ହୋଇଥିଲେ। ମୟଙ୍କ ମାତ୍ର ୨୧ ବଲ୍‌ରେ ୩୨ ରନ୍‌ ସଂଗ୍ରହ କରିଥିଲେ । ତେବେ ମୟଙ୍କ ଆଉଟ୍‌ ହେବା ପରେ ହର୍ଷିତ ରାଣା ପ୍ଲାଇଂ କିସ୍‌ କରିଥିଲେ। ଯାହାକି କ୍ରିକେଟ୍‌ ନିୟମ ବିରୋଧରେ ଥିଲା। ଯାହାକୁ ବିଚାର କରି ମ୍ୟାଚ୍‌ ରେଫରୀ ହର୍ଷିତ ରାଣାଙ୍କ ମ୍ୟାଚ୍‌ ଫିରୁ ୬୦ ପ୍ରତିଶତ ଜରିମାନା ଲଗାଇଛନ୍ତି । 

ସୂଚନାଯୋଗ୍ୟ ଯେ, କୋଲକାତା ନାଇଟ୍‌ ରାଇଡର୍ସ ପ୍ରଥମ ବ୍ୟାଟିଂ କରି ୨୦୮ ରନ୍‌ କରିଥିଲେ । ଦଳ ପକ୍ଷରୁ ସଲ୍ଟ ୪୦ ବଲ୍‌ରେ ୫୪ ରନ୍‌ ବିସ୍ଫୋରକ ପାରି ଖେଳିଥିଲେ । ଏହାପରେ ରମଣଦୀପ ୩୫ ରନ୍‌ କରିଥିଲେ । ହେଲେ ଶେଷ ଆଡକୁ ଆନ୍ଦ୍ରେ ରସେଲ ୨୫ ବଲ୍‌ରେ ୬୪ ରନ୍‌ ଧୁଆଁଧାର ଇନିଂସ ଖେଳିଥିଲେ । ଯାହାଫଳରେ ଟିମ୍‌ ୨୦୮ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲେ । ଜବାବରେ ହାଇଦ୍ରାବାଦ୍‌ ୨୦ ଓଭରରେ ୭ ଓ୍ୱିକେଟ୍‌ ହରାଇ ୨୦୪ ରନ୍‌ କରିବାକୁ ହିଁ ସକ୍ଷମ ହୋଇଥିଲା । ହାଇଦ୍ରାବାଦ୍‌ ପକ୍ଷରୁ ହେନେରିକ କ୍ଲାସନ ୨୯ ବଲ୍‌ ଖେଳି ୬୩ ରନ୍‌ କରିଥିଲେ । କିନ୍ତୁ ଟିମ୍‌କୁ ବିଜୟୀ କରିବାରେ ସକ୍ଷମ ହୋଇନଥିଲେ ।