ଭାଜପା ଲୋକ ସଭା ପ୍ରାର୍ଥୀ ପାଇଁ ଚର୍ଚ୍ଚାରେ ଭର୍ତ୍ତୃହରି
କଟକ,୨୯ା୩(ଶିଳ୍ପା ପ୍ରିୟଦର୍ଶିନୀ): କଟକ ଏମ୍ପି ଭର୍ତ୍ତୃହରି ମହତାବ ଗୁୁରୁବାର ଦିଲ୍ଲୀସ୍ଥିତ ଭାଜପା ମୁଖ୍ୟ କାର୍ଯ୍ୟାଳୟରେ ଦଳରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ଭର୍ତ୍ତୃହରି ଗତ ୨୨ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିବାବେଳେ କେଉଁ ଦଳରେ ଯୋଗଦେବେ ତାହା ସ୍ପଷ୍ଟ କରି ନ ଥିଲେ। ପରବର୍ତ୍ତୀ ସମୟରେ କଟକ ଭାଜପାର ନେତୃବୃନ୍ଦ ତାଙ୍କୁ ସାକ୍ଷାତ୍ କରିଥିଲେ, ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରେ କଟକ ବିହାରୀବାଗଠାରେ ଭର୍ତ୍ତୃହରିଙ୍କ ହୋଲି ବନ୍ଧୁମିଳନରେ ମଧ୍ୟ ସମାନ ଦୃଶ୍ୟ ନଜରକୁ […] The post ଭାଜପା ଲୋକ ସଭା ପ୍ରାର୍ଥୀ ପାଇଁ ଚର୍ଚ୍ଚାରେ ଭର୍ତ୍ତୃହରି appeared first on Dharitri Odia News.
କଟକ,୨୯ା୩(ଶିଳ୍ପା ପ୍ରିୟଦର୍ଶିନୀ): କଟକ ଏମ୍ପି ଭର୍ତ୍ତୃହରି ମହତାବ ଗୁୁରୁବାର ଦିଲ୍ଲୀସ୍ଥିତ ଭାଜପା ମୁଖ୍ୟ କାର୍ଯ୍ୟାଳୟରେ ଦଳରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ଭର୍ତ୍ତୃହରି ଗତ ୨୨ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିବାବେଳେ କେଉଁ ଦଳରେ ଯୋଗଦେବେ ତାହା ସ୍ପଷ୍ଟ କରି ନ ଥିଲେ। ପରବର୍ତ୍ତୀ ସମୟରେ କଟକ ଭାଜପାର ନେତୃବୃନ୍ଦ ତାଙ୍କୁ ସାକ୍ଷାତ୍ କରିଥିଲେ, ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରେ କଟକ ବିହାରୀବାଗଠାରେ ଭର୍ତ୍ତୃହରିଙ୍କ ହୋଲି ବନ୍ଧୁମିଳନରେ ମଧ୍ୟ ସମାନ ଦୃଶ୍ୟ ନଜରକୁ ଆସିବା ପରେ ଚର୍ଚ୍ଚା ଅଧିକ ହେଉଥିଲା ଯେ ଭର୍ତ୍ତୃହରି ଭାଜପାରେ ଯୋଗଦେବେ। ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଭାଜପାରେ ଭର୍ତ୍ତୃହରି ଯୋଗଦେବା ପରେ ଏବେ ଭାଜପାର କଟକ ଲୋକ ସଭା ପ୍ରାର୍ଥୀ ଏକ ପ୍ରକାରର ସ୍ଥିର ଥିବା ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି। ହେଲେ ଭର୍ତ୍ତୃହରିଙ୍କ ପୂର୍ବରୁ କଟକ ଲୋକ ସଭା ପ୍ରାର୍ଥୀ ଭାବେ ଭାଜପା ରାଜ୍ୟ ଉପସଭାପତି ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ଦଳ ଟିକେଟ ଦେବା ନେଇ ଚର୍ଚ୍ଚା ଧରିଥିଲା। ଏବେ ଦଳ ପ୍ରାର୍ଥୀ ଘୋଷଣା କରି ନାହିଁ ସତ, ହେଲେ ୬ ଥର ଏମ୍ପି ହୋଇଥିବା ଭର୍ତ୍ତୃହରି ଗୁରୁବାର ପଦ୍ମ ଧରିବା ପରେ ତାଙ୍କୁ ଭାଜପା ସୁନିଶ୍ଚିତ ଟିକେଟ ଦେଇ କଟକରେ ଥିବା ତାଙ୍କ ପ୍ରଭାବକୁ ବଜାୟ ରଖିବ ବୋଲି ସାଧାରଣ ଲୋକଙ୍କ ଚର୍ଚ୍ଚାକୁ ଏହା ଖୋରାକ୍ ଯୋଗାଇଛି। ପୁଣି ଆଲୋଚନା ହେଉଛି, ଯଦି ଦଳ ଭର୍ତ୍ତୃହରିଙ୍କୁ ଲୋକ ସଭା ପ୍ରାର୍ଥୀ ଭାବେ ଘୋଷଣା କରେ ତେବେ ପୂର୍ଣ୍ଣଚନ୍ଦ୍ରଙ୍କୁ ଦଳ ନିରାଶ କରିବ ନାହିଁ । ଭାଜପା ତାଙ୍କୁ ବିଧାନସଭା ପ୍ରାର୍ଥୀ ଘୋଷଣା କରିପାରେ ବୋଲି ଆଲୋଚନା ହେଉଛି। ଏନେଇ ଭର୍ତ୍ତୃହରି କହିଛନ୍ତି, ରାଷ୍ଟ୍ରବାଦ, ଏକାତ୍ମତା ଓ ପୂର୍ବୋଦୟ ଏହି ତିନୋଟି କେବଳ ଭାଜପା ଜରିଆରେ ହୋଇପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶକ୍ତି, ଅମିତ୍ ଶାହଙ୍କ ବିଶ୍ୱାସ, ଜେ.ପି. ନଡ୍ଡାଙ୍କ ପ୍ରେରଣା ଆଗକୁ ବଢ଼ିବାକୁ ପ୍ରେରଣା ଦେଇଛି। ନୂଆ ପଥରେ ଯୋଗ ଦେଇଛି, ଆଶା ରହିଛି ସାଧାରଣ ଲୋକ ପୂର୍ବପରି ମୋ ସହ ସହମତ ହେବେ। ଭାଜପାରେ ଯୋଗ ଦେଇଛି, କାର୍ଯ୍ୟ କରିବି। ଦଳ କାହାକୁ ଟିକେଟ ଦେବ ତାହା କେବଳ ଦଳ ହିଁ ନିଷ୍ପତ୍ତି ନେବ। ଅପରପକ୍ଷରେ ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ।
The post ଭାଜପା ଲୋକ ସଭା ପ୍ରାର୍ଥୀ ପାଇଁ ଚର୍ଚ୍ଚାରେ ଭର୍ତ୍ତୃହରି appeared first on Dharitri Odia News.