ଟ୍ରାକିଂବେଳେ ବନ କର୍ମଚାରୀଙ୍କୁ ଶୁଣ୍ଢରେ ଟେକି କଚାଡ଼ିଲା ହାତୀ, ଭାଙ୍ଗିଦେଲା ହାତ

ବଣାଇଁ,୩ା୧୦(ପ୍ରଦୀପ ତ୍ରିପାଠୀ): ଗୁରୁବାର ବଣାଇଁ ବନଖଣ୍ଡ ତଥା କୁଳିପୋଷ ରେଞ୍ଜ ଅଧୀନ ଗଣିଘଷା ନିକଟରେ ଗତକାଲି ଠାରୁ ଘୂରି ବୁଲୁଥିବା ୪ଟିକିଆ ହାତୀ ପଲ ସମ୍ପର୍କରେ ସୂଚନା ପାଇ ବନବିଭାଗ ପକ୍ଷରୁ ଟ୍ରାକିଂ ଓ ଘଉଡ଼ାଇବା କାର୍ଯ୍ୟ ଚାଲିଥିଲା। ହାତୀଙ୍କ ବାସ୍ତବିକ ସ୍ଥିତି ଜଣା ପଡ଼ୁ ନ ଥିବାରୁ ବନ କର୍ମଚାରୀ ହାତୀ ସମ୍ମୁଖରେ ପଡ଼ି ଯାଇଥିଲେ। ହଠାତ୍‌ ହାତୀଙ୍କ ପାଲଟା ଆକ୍ରମଣ କ୍ରମେ ଜଣେ ଗଜସାଥୀଙ୍କୁ ଗୋଟେ ହାତୀ ଶୁଣ୍ଢରେ ଧରି କଚାଡ଼ିବା ଫଳରେ ହାତ […] The post ଟ୍ରାକିଂବେଳେ ବନ କର୍ମଚାରୀଙ୍କୁ ଶୁଣ୍ଢରେ ଟେକି କଚାଡ଼ିଲା ହାତୀ, ଭାଙ୍ଗିଦେଲା ହାତ appeared first on Dharitri Odia News.

ଟ୍ରାକିଂବେଳେ ବନ କର୍ମଚାରୀଙ୍କୁ ଶୁଣ୍ଢରେ ଟେକି କଚାଡ଼ିଲା ହାତୀ, ଭାଙ୍ଗିଦେଲା ହାତ

ବଣାଇଁ,୩ା୧୦(ପ୍ରଦୀପ ତ୍ରିପାଠୀ): ଗୁରୁବାର ବଣାଇଁ ବନଖଣ୍ଡ ତଥା କୁଳିପୋଷ ରେଞ୍ଜ ଅଧୀନ ଗଣିଘଷା ନିକଟରେ ଗତକାଲି ଠାରୁ ଘୂରି ବୁଲୁଥିବା ୪ଟିକିଆ ହାତୀ ପଲ ସମ୍ପର୍କରେ ସୂଚନା ପାଇ ବନବିଭାଗ ପକ୍ଷରୁ ଟ୍ରାକିଂ ଓ ଘଉଡ଼ାଇବା କାର୍ଯ୍ୟ ଚାଲିଥିଲା। ହାତୀଙ୍କ ବାସ୍ତବିକ ସ୍ଥିତି ଜଣା ପଡ଼ୁ ନ ଥିବାରୁ ବନ କର୍ମଚାରୀ ହାତୀ ସମ୍ମୁଖରେ ପଡ଼ି ଯାଇଥିଲେ। ହଠାତ୍‌ ହାତୀଙ୍କ ପାଲଟା ଆକ୍ରମଣ କ୍ରମେ ଜଣେ ଗଜସାଥୀଙ୍କୁ ଗୋଟେ ହାତୀ ଶୁଣ୍ଢରେ ଧରି କଚାଡ଼ିବା ଫଳରେ ହାତ ଭାଙ୍ଗିବା ସହିତ ମୁଣ୍ଡ ଓ ମୁହଁ, ଆଖି କ୍ଷତାକ୍ତ ହୋଇଥିଲା। ଅନ୍ୟ ଜଣେ ବନରକ୍ଷୀ ମଧ୍ୟ ଠିକ ସମୟରେ ପାଖରେ ଥିବାରୁ ତାଙ୍କୁ ହାତୀ ଆକ୍ରମଣ କରି ଆହତ କରିଥିଲା। ଦୁଇ ଆହତ ହେଲେ କୁଳିପୋଷ ରେଞ୍ଜ ଗଣିଘଷା ଗ୍ରାମର ଗଜସାଥୀ ସନ୍ତୋଷ ମୁଣ୍ଡା ଓ ବରସୁଆଁ ରେଞ୍ଜର ବନରକ୍ଷୀ ଅନିରୁଦ୍ଧ ବେହେରା। ତାଙ୍କୁ କିଛି ସମୟ ପୂର୍ବରୁ ବନବିଭାଗ ଘଟଣାସ୍ଥଳରୁ ଉଦ୍ଧାର କରି ପ୍ରଥମେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟ ଓ ଏବେ କୁଳିପୋଷ ରେଞ୍ଜର ଜଣେ ବନପାଳ ପ୍ରଦୀପ ଭୋଇଙ୍କ ତତ୍ତ୍ୱାବଧାନରେ ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତର କରାଯାଉଛି। ଆହତ ଗଜସାଥୀଙ୍କୁ ବନବିଭାଗ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି ହେଉଛି।

The post ଟ୍ରାକିଂବେଳେ ବନ କର୍ମଚାରୀଙ୍କୁ ଶୁଣ୍ଢରେ ଟେକି କଚାଡ଼ିଲା ହାତୀ, ଭାଙ୍ଗିଦେଲା ହାତ appeared first on Dharitri Odia News.