ଟ୍ରାକ୍‌ରେ ବାଇକ୍‌ ଛାଡ଼ି ପଳାଇଲେ ଯୁବକ, ପିଟିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌

ଟ୍ରାକ୍‌ରେ ଦ୍ରୁତ ଗତିରେ ମାଡ଼ି ଆସୁଥିଲା ବନ୍ଦେ ଭାରତ ଏକ୍ସପ୍ରେସ । ଏହି ସମୟରେ ଟ୍ରାକ୍‌ ଅତିକ୍ରମ କରୁଥିବା ଦୁଇ ଯୁବକ ନିଜ ବାଇକ୍‌କୁ ଫୋପାଡ଼ି ଦେଇ ଫେରାର ହୋଇଗଲେ ।

ଟ୍ରାକ୍‌ରେ ବାଇକ୍‌ ଛାଡ଼ି ପଳାଇଲେ ଯୁବକ, ପିଟିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌

ଟ୍ରାକ୍‌ରେ ଦ୍ରୁତ ଗତିରେ ମାଡ଼ି ଆସୁଥିଲା ବନ୍ଦେ ଭାରତ ଏକ୍ସପ୍ରେସ । ଏହି ସମୟରେ ଟ୍ରାକ୍‌ ଅତିକ୍ରମ କରୁଥିବା ଦୁଇ ଯୁବକ ନିଜ ବାଇକ୍‌କୁ ଫୋପାଡ଼ି ଦେଇ ଫେରାର ହୋଇଗଲେ । ଟ୍ରେନ୍‌ଟି ବାଇକ୍‌କୁ ବହୁ ଦୂର ଘୋଷାଡ଼ି ନେଇଥିଲେ ବି ଲାଇନ୍‌ଚ୍ୟୁତ୍‌ ହୋଇନି। ଫଳରେ ଏକ ବଡ଼ ଅଘଟଣ ଅଳ୍ପକେ ଟଳି ଯାଇଛି ଓ ବହୁ ଜୀବନ ବଞ୍ଚି ଯାଇଛି । ଗତକାଲି ଅପରାହ୍ନରେ ଏପରି ଏକ ଭୟଙ୍କର ଘଟଣା ଉତ୍ତରପ୍ରଦେଶର ପ୍ରୟାଗରାଜରେ ଘଟିଛି।

ଗତକାଲି ବନ୍ଦେ ଭାରତ ଟ୍ରେନ୍‌ ବାରଣାସୀରୁ ପ୍ରୟାଗରାଜ ଜଙ୍କସନ୍‌ ଅଭିମୁଖେ ଯାଉଥିଲା। ଟ୍ରେନ୍‌ଟି ଝାନସୀ ଷ୍ଟେଶନ ନିକଟରେ ହୋଇଥିବା ବେଳେ ଦୁଇ ଯୁବକ ଏକ ବାଇକ୍‌ରେ ବନ୍ଧକା ତାହିରାପୁର ରେଲୱେ ଅଣ୍ଟରପାସ୍‌ ଅତିକ୍ରମ କରୁଥିଲେ।

ଏହି ସମୟରେ ବନ୍ଦେ ଭାରତ ଟ୍ରେନ୍‌ ମାଡ଼ି ଆସୁଥିବା ଦେଖି ସେମାନେ ବାଇକ୍‌କୁ ଟ୍ରାକ୍‌ରେ ଛାଡ଼ି ପଳାଇଥିଲେ। ଆଖି ପିଛୁଳାକେ ଟ୍ରେନ୍‌ଟି ବାଇକ୍‌କୁ ଖୁବ୍‌ ଜୋରରେ ପିଟିବା ସହ ତା’ ଇଞ୍ଜିନରେ ଗାଡ଼ିଟି ଫସି ଯାଇଥିଲା। ଏହାପରେ ଟ୍ରେନ୍‌ ସହ ବାଇକଟି କିଛି ଦୂରକୁ ଘୋଷାଡ଼ି ହୋଇଥିଲା। ଏହାଦେଖଇ ଲୋକ ପାଇଲଟ ଏମରଜେନ୍ସି ବ୍ରେକ୍‌ ଲଗାଇ ଗାଡ଼ିଟିକୁ ଅଟକାଇଥିଲେ।

ଏନେଇ ପୂର୍ବତଟ ରେଲୱେ କଣ୍ଟ୍ରୋଲ ରୁମ୍‌କୁ ସୂଚନା ଦିଆଯାଇଥିବା ବେଳେ ଉକ୍ତ ଟ୍ରାକ୍‌ ଦେଇ ରେଳ ଚଳାଚଳକୁ ତୁରନ୍ତ ରୋକି ଦିଆଗଲା। ସଙ୍ଗେସଙ୍ଗଆ ବରିଷ୍ଠ ରେଳ ବିଭାଗ ଅଧିକାରୀ, RPF ଓ GRP ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ଉକ୍ତ ଗାଡ଼ି ନମ୍ବର ଯାଞ୍ଚ କରାଯିବା ସହ ଗାଡ଼ି ମାଲିକଙ୍କୁ ସନ୍ଧାନ କରାଯାଉଛି। ଏଥିସହ ତାଙ୍କ ନାମରେ ମାମଲା ରୁଜୁ ହୋଇଛି।