ଟ୍ରାଫିକ ବ୍ୟବସ୍ଥା ସମ୍ଭାଳିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଭିଡିଓ ଭାଇରାଲ
ଲକ୍ଷ୍ନୌ,୨୯।୪: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତରପ୍ରଦେଶର ଲକ୍ଷ୍ନୌ ଆସନରୁ ଭାଜପା ପ୍ରାର୍ଥୀ ଭାବରେ ପୁନଃ ମନୋନୀତ ହୋଇଛନ୍ତି। ସୋମବାର ସେ ଏଠାରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତାଙ୍କ ନାମାଙ୍କନ ସମୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରାଯାଇଛି। ଏହି ଭିଡିଓରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ରାଫିକ ସିଷ୍ଟମ ଦେଖୁଥିବାର ନଜର ଆସିଛନ୍ତି। ସେଠାରେ ଜାମ ହେବା ମାତ୍ରେ ସେ ନିଜେ ସକ୍ରିୟ ହୋଇଯାଆନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବ୍ୟତୀତ ରାଜନାଥ ସିଂଙ୍କ ରୋଡ ସୋ […] The post ଟ୍ରାଫିକ ବ୍ୟବସ୍ଥା ସମ୍ଭାଳିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଭିଡିଓ ଭାଇରାଲ appeared first on Dharitri Odia News.
ଲକ୍ଷ୍ନୌ,୨୯।୪: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତରପ୍ରଦେଶର ଲକ୍ଷ୍ନୌ ଆସନରୁ ଭାଜପା ପ୍ରାର୍ଥୀ ଭାବରେ ପୁନଃ ମନୋନୀତ ହୋଇଛନ୍ତି। ସୋମବାର ସେ ଏଠାରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତାଙ୍କ ନାମାଙ୍କନ ସମୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରାଯାଇଛି। ଏହି ଭିଡିଓରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ରାଫିକ ସିଷ୍ଟମ ଦେଖୁଥିବାର ନଜର ଆସିଛନ୍ତି। ସେଠାରେ ଜାମ ହେବା ମାତ୍ରେ ସେ ନିଜେ ସକ୍ରିୟ ହୋଇଯାଆନ୍ତି ।
ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବ୍ୟତୀତ ରାଜନାଥ ସିଂଙ୍କ ରୋଡ ସୋ ସମୟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏବଂ ଉପ ମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକଙ୍କ ସମେତ ବହୁ ଭାଜପା ନେତା ରଥରେ ଥିଲେ। କିନ୍ତୁ ତା’ପରେ ଗୋଟିଏ ସ୍ଥାନରେ ଟ୍ରାଫିକ ଜାମ ହୋଇଥିଲା। ଏହା ପରେ ଯୋଗୀ ନିଜେ ମାଇକ ନେଇଥିଲେ ଏବଂ ଟ୍ରାଫିକ ସିଷ୍ଟମ ଠିକ କରୁଥିବା ଦେଖାଯାଇଥିଲା। ଏହି ସମୟ ମଧ୍ୟରେ ପ୍ରସ୍ତୁତ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଶେୟାର କରାଯାଉଛ।
ଭିଡିଓରେ ମୁଖ୍ୟମନ୍ତ୍ରୀ ଯୋଗୀ ନିଜେ ଲକ୍ଷ୍ନୌର ଟ୍ରାଫିକ ସିଷ୍ଟମ ପରିଚାଳନା କରୁଥିବା ନଜର ଆସିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନାମାଙ୍କନ ସମୟରେ ଜନତାଙ୍କ ଭିଡ କାରଣରୁ ହଜରତ ଗଞ୍ଜରେ ଟ୍ରାଫିକ ଜାମ ହୋଇଥିବାବେଳେ ଯୋଗୀ ନିଜେ ମାଇକ ନେଇ ଟ୍ରାଫିକ କ୍ଲିୟର କରିଥିଲେ।
यूपी के सीएम @myogiadityanath ने आज लखनऊ की ट्रैफिक व्यवस्था को ख़ुद संभाल लिया। रक्षा मंत्री राजनाथ सिंह के नामांकन में हज़रत गंज में भीड़ के चलते ट्रैफिक जाम हो गया तो मुख्यमंत्री योगी आदित्यनाथ ने खुद माइक संभाला और ट्रैफिक क्लियर कराया। pic.twitter.com/Nx0PqRWPBY
— SANJAY TRIPATHI (@sanjayjourno) April 29, 2024
The post ଟ୍ରାଫିକ ବ୍ୟବସ୍ଥା ସମ୍ଭାଳିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଭିଡିଓ ଭାଇରାଲ appeared first on Dharitri Odia News.