ଟ୍ରାଫିକ୍ ଇନ୍ସପେକ୍ଟରଙ୍କୁ ରାସ୍ତାରେ ମାଡ଼ିବିସିଲା ଭିଜିଲାନ୍ସ, କାରରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା
ଭୁବନେଶ୍ୱର,(ସତ୍ୟଜିତ୍ ରାଉତ)/ ରାୟଗଡ଼ା,୯ା୨(ଆଶିଷ ରଞ୍ଜନ ପଣ୍ଡା): କ୍ଷମତାର ଦୁରୁପଯୋଗ କରି ବେଆଇନ ଭାବେ ବିପୁଳ ସମ୍ପତ୍ତି ଠୁଳ କରୁଛନ୍ତି ସରକାରୀ ବାବୁ। କିଏ ଖସିଯାଉଛନ୍ତି ତ ଆଉ କିଏ ଧରାପଡୁଛନ୍ତି। ଏବେ ଭିଜିଲାନ୍ସ ପଞ୍ଝାରେ ଫସିଛନ୍ତି ଆଉଜଣେ ସରକାରୀ ବାବୁ। ସେ ହେଲେ ଜଗତ୍ସିଂହପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍ଟିଓ)ର ଟ୍ରାଫିକ୍ ଇନ୍ସପେକ୍ଟର ପ୍ରଶାନ୍ତ କୁମାର ମହାପାତ୍ର। ପ୍ରଶାନ୍ତ ୪.୨୭ ଲକ୍ଷ ଟଙ୍କା ଧରି ଭୁବନେଶ୍ୱର ଆସୁଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। କେତେଜଣ ଲୋକଙ୍କଠାରୁ ବିପୁଳ ପରିମାଣର […] The post ଟ୍ରାଫିକ୍ ଇନ୍ସପେକ୍ଟରଙ୍କୁ ରାସ୍ତାରେ ମାଡ଼ିବିସିଲା ଭିଜିଲାନ୍ସ, କାରରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା appeared first on Dharitri Odia News.
ଭୁବନେଶ୍ୱର,(ସତ୍ୟଜିତ୍ ରାଉତ)/ ରାୟଗଡ଼ା,୯ା୨(ଆଶିଷ ରଞ୍ଜନ ପଣ୍ଡା): କ୍ଷମତାର ଦୁରୁପଯୋଗ କରି ବେଆଇନ ଭାବେ ବିପୁଳ ସମ୍ପତ୍ତି ଠୁଳ କରୁଛନ୍ତି ସରକାରୀ ବାବୁ। କିଏ ଖସିଯାଉଛନ୍ତି ତ ଆଉ କିଏ ଧରାପଡୁଛନ୍ତି। ଏବେ ଭିଜିଲାନ୍ସ ପଞ୍ଝାରେ ଫସିଛନ୍ତି ଆଉଜଣେ ସରକାରୀ ବାବୁ। ସେ ହେଲେ ଜଗତ୍ସିଂହପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍ଟିଓ)ର ଟ୍ରାଫିକ୍ ଇନ୍ସପେକ୍ଟର ପ୍ରଶାନ୍ତ କୁମାର ମହାପାତ୍ର। ପ୍ରଶାନ୍ତ ୪.୨୭ ଲକ୍ଷ ଟଙ୍କା ଧରି ଭୁବନେଶ୍ୱର ଆସୁଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। କେତେଜଣ ଲୋକଙ୍କଠାରୁ ବିପୁଳ ପରିମାଣର ଟଙ୍କା ଗ୍ରହଣ କରିଥିବା ନେଇ ଭିଜିଲାନ୍ସ ଜାଣିବାକୁ ପାଇଥିଲା। ଏହାପରେ ଭିଜିଲାନ୍ସର ଟିମ୍ ତାଙ୍କ ଉପରେ ନଜର ରଖିଥିଲା। ଶୁକ୍ରବାର ୪ ଲକ୍ଷ ୨୭ ହଜାର ଟଙ୍କାକୁ ଧରି ପ୍ରଶାନ୍ତ କାର୍ (ଓଡି୦୨ସିପି୫୪୧୪) ଯୋଗେ ଜଗତ୍ସିଂପୁରରୁ ଭୁବନେଶ୍ୱର ଆସୁଥିବା ଭିଜିଲାନ୍ସ ଟିମ୍ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲା। କଟକ ଜିଲା ବିରିବାଟି ତାରିଣୀ ଛକ ନିକଟରେ ଭିଜିଲାନ୍ସ ଟିମ୍ ପ୍ରଶାନ୍ତଙ୍କ କାର୍କୁ ଅଟକାଇ ଯାଞ୍ଚ କରିବାରୁ ଉକ୍ତ ବିପୁଳ ଟଙ୍କା ମିଳିଥିଲା। ତେବେ ଏହି ଟଙ୍କା ସଂକ୍ରାନ୍ତରେ ସେ ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ତେଣୁ ତାଙ୍କ ନିକଟରୁ ମିଳିଥିବା ସମସ୍ତ ଟଙ୍କାକୁ ଭିଜିଲାନ୍ସ ପକ୍ଷରୁ ଜବତ କରାଯାଇଛି। ଏହାପରେ ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ କରିଥିବା ଦିଗକୁ ନେଇ ଭିଜିଲାନ୍ସ ପକ୍ଷରୁ ପ୍ରଶାନ୍ତଙ୍କ ଦୁଇଟି ସ୍ଥାନରେ ଯାଞ୍ଚ ଜାରି ରହିଛି। ଏଥିସହ ବେଆଇନ ଟଙ୍କା ସଂକ୍ରାନ୍ତରେ ତାଙ୍କୁ ଅଧିକ ପଚରାଉଚରା କରାଯାଉଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆମ ରାୟଗଡ଼ା ପ୍ରତିନିଧିଙ୍କଠାରୁ ମିଳିଥିବା ସୂଚନାନୁସାlରେ, ରାୟଗଡ଼ା ଟାଉନ୍ ରାମକୃଷ୍ଣ ନଗରରେ ଭଡ଼ାରେ ଲାଗିଥିବା ପ୍ରଶାନ୍ତ ଘରେ ରାୟଗଡ଼ା ଭିଜିଲାନ୍ସର ୪ଜଣିଆ ଟିମ୍ ଯାଞ୍ଚ କରୁଛନ୍ତି। ଭଡ଼ାରେ ରହୁଥିବା ଲୋକଙ୍କ ବୟାନ ରେକର୍ଡ କରାଯାଇଥିବା ଜଣାପଡିଛି।
The post ଟ୍ରାଫିକ୍ ଇନ୍ସପେକ୍ଟରଙ୍କୁ ରାସ୍ତାରେ ମାଡ଼ିବିସିଲା ଭିଜିଲାନ୍ସ, କାରରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା appeared first on Dharitri Odia News.