ଟ୍ରାୟମ୍ଫ ଅପଡେଟ୍ ଭର୍ସନ MY2025 Tiger 1200 ଭାରତରେ ଲଞ୍ଚ୍

ନୂଆଦିଲ୍ଲୀ: ବ୍ରିଟେନ୍ ମୋଟରସାଇକେଲ କମ୍ପାନୀ ଟ୍ରାୟମ୍ଫ ଅପଡେଟଡ ଏମୱାଇ୨୦୨୫ ଟାଇଗର ୧୨୦୦(MY2025 Tiger 1200) ଭାରତରେ ଲଞ୍ଚ କରିଛି। ଏହାର ଏକ୍ସ-ଶୋ ରୁମ ମୂଲ୍ୟ ୧୯.୩୯ ଲକ୍ଷ ରଖାଯାଇଛି। ନୂଆ ଟାଇଗର ୧୨୦୦ ବାଇକ୍‌ରେ ପୂର୍ବ ଅପେକ୍ଷା ଅଧିକ ନୂଆ ନୂଆ ଫିଚର ଦିଆଯାଇଛି। ଏହା ଟାଇଗର ୧୨୦୦ ଜିଟି ଓ ରାଲେ ଦୁଇଟି ଭ୍ୟାରିଏଣ୍ଟରେ ଲଞ୍ଚ ହୋଇଛି।  ଦୁଇ ଭ୍ୟାରିଏଣ୍ଟ ମଧ୍ୟରୁ ଜିଟି ଟ୍ରିମ ମୋଟରସାଇକେଲ ଦୂରଯାତ୍ରା ଓ ଭ୍ରମଣ ପାଇଁ ସୁବିଧା ହେବ। ସେହିପରି ରାଲେ ମଡେଲ ପଥୁରିଆ କିମ୍ବା ବଣପାହାଡ଼ ଭରା ରାସ୍ତାରେ ଯିବାକୁ ସୁବିଧା। ଏହି ଦୁଇଟି ଭ୍ୟାରିଏଣ୍ଟରେ ମଧ୍ୟ ସବ୍‌ଭ୍ୟାରିଏଣ୍ଟ ରହିଛି। ଜିଟି ଭ୍ୟାରିଏଣ୍ଟରେ ଗୋଟିଏ ପ୍ରୋ ଓ ଗୋଟିଏ ଏକ୍ସପ୍ଲୋରର ରହିଥିବା ବେଳେ ରାଲେ ପ୍ରୋ ଓ ରାଲେ ଏକ୍ସପ୍ଲୋରର ବାଇକ ରହିଛି।  ୨୦୨୫ ଟ୍ରାଇମ୍ଫ ଟାଇଗର ୧୨୦୦ରେ ପୁରୁଣା ଅପକ୍ଷା ଅନେକ ନୂଆ ଫିଚର ଦିଆଯାଇଛି। ନୂଆ ମଡେଲ ଫ୍ଲାଟର ସିଟ୍ ଦିଆଯାଇଛି। ଏଥିରେ ଚାଳକଙ୍କ ସୁବିଧା ପାଇଁ ସିଟକୁ ତଳୁଆ ରଖାଯାଇଥିବା ବେଳେ ଅଧିକ ସ୍ପେଶ୍ ରହିଛି। ଯେଉଁଥିରେ ଦୂର ଯାତ୍ରା ପାଇଁ ସୁବିଧା ହେବ। ସେହିପରି ଇଲେକ୍ଟ୍ରିକ ହୋମ ବଟନ ଦବାଇ ସିଟ୍ ହାଇଟ୍ କମ୍ ବେଶି କରିବାର ଫିଚର ମଧ୍ୟ ରହିଛି। ଦୂର ଯାତ୍ରା ଆରାମ ଦାୟକ କରିବା ପାଇଁ ଚାଳକଙ୍କୁ ଲମ୍ବା କ୍ଲଚ ଲିଭର ଦିଆଯାଇଛି।ଟ୍ରାୟମ୍ଫରେ ୧୧୬୦ ସିସି ଟ୍ରିପଲ ସିଲିଣ୍ଡର ଇଞ୍ଜିନ ରହିଛି। ଯାହା ଭଲ ଭାବରେ ଲୋ ସ୍

ଟ୍ରାୟମ୍ଫ ଅପଡେଟ୍ ଭର୍ସନ MY2025 Tiger 1200 ଭାରତରେ ଲଞ୍ଚ୍

ନୂଆଦିଲ୍ଲୀ: ବ୍ରିଟେନ୍ ମୋଟରସାଇକେଲ କମ୍ପାନୀ ଟ୍ରାୟମ୍ଫ ଅପଡେଟଡ ଏମୱାଇ୨୦୨୫ ଟାଇଗର ୧୨୦୦(MY2025 Tiger 1200) ଭାରତରେ ଲଞ୍ଚ କରିଛି। ଏହାର ଏକ୍ସ-ଶୋ ରୁମ ମୂଲ୍ୟ ୧୯.୩୯ ଲକ୍ଷ ରଖାଯାଇଛି। ନୂଆ ଟାଇଗର ୧୨୦୦ ବାଇକ୍‌ରେ ପୂର୍ବ ଅପେକ୍ଷା ଅଧିକ ନୂଆ ନୂଆ ଫିଚର ଦିଆଯାଇଛି। ଏହା ଟାଇଗର ୧୨୦୦ ଜିଟି ଓ ରାଲେ ଦୁଇଟି ଭ୍ୟାରିଏଣ୍ଟରେ ଲଞ୍ଚ ହୋଇଛି।  

ଦୁଇ ଭ୍ୟାରିଏଣ୍ଟ ମଧ୍ୟରୁ ଜିଟି ଟ୍ରିମ ମୋଟରସାଇକେଲ ଦୂରଯାତ୍ରା ଓ ଭ୍ରମଣ ପାଇଁ ସୁବିଧା ହେବ। ସେହିପରି ରାଲେ ମଡେଲ ପଥୁରିଆ କିମ୍ବା ବଣପାହାଡ଼ ଭରା ରାସ୍ତାରେ ଯିବାକୁ ସୁବିଧା। ଏହି ଦୁଇଟି ଭ୍ୟାରିଏଣ୍ଟରେ ମଧ୍ୟ ସବ୍‌ଭ୍ୟାରିଏଣ୍ଟ ରହିଛି। ଜିଟି ଭ୍ୟାରିଏଣ୍ଟରେ ଗୋଟିଏ ପ୍ରୋ ଓ ଗୋଟିଏ ଏକ୍ସପ୍ଲୋରର ରହିଥିବା ବେଳେ ରାଲେ ପ୍ରୋ ଓ ରାଲେ ଏକ୍ସପ୍ଲୋରର ବାଇକ ରହିଛି।  


୨୦୨୫ ଟ୍ରାଇମ୍ଫ ଟାଇଗର ୧୨୦୦ରେ ପୁରୁଣା ଅପକ୍ଷା ଅନେକ ନୂଆ ଫିଚର ଦିଆଯାଇଛି। ନୂଆ ମଡେଲ ଫ୍ଲାଟର ସିଟ୍ ଦିଆଯାଇଛି। ଏଥିରେ ଚାଳକଙ୍କ ସୁବିଧା ପାଇଁ ସିଟକୁ ତଳୁଆ ରଖାଯାଇଥିବା ବେଳେ ଅଧିକ ସ୍ପେଶ୍ ରହିଛି। ଯେଉଁଥିରେ ଦୂର ଯାତ୍ରା ପାଇଁ ସୁବିଧା ହେବ। ସେହିପରି ଇଲେକ୍ଟ୍ରିକ ହୋମ ବଟନ ଦବାଇ ସିଟ୍ ହାଇଟ୍ କମ୍ ବେଶି କରିବାର ଫିଚର ମଧ୍ୟ ରହିଛି। ଦୂର ଯାତ୍ରା ଆରାମ ଦାୟକ କରିବା ପାଇଁ ଚାଳକଙ୍କୁ ଲମ୍ବା କ୍ଲଚ ଲିଭର ଦିଆଯାଇଛି।

ଟ୍ରାୟମ୍ଫରେ ୧୧୬୦ ସିସି ଟ୍ରିପଲ ସିଲିଣ୍ଡର ଇଞ୍ଜିନ ରହିଛି। ଯାହା ଭଲ ଭାବରେ ଲୋ ସ୍ପିଡ୍ କଣ୍ଟ୍ରୋଲ କରିପାରିବ। ଏହାର ମୋଟର ୧୪୮ ବିଏଚପି ଏବଂ ୯୦୦ ଆରପିଏମ ଏବଂ ୭୦୦୦ ଆରପିଏମ୍‌ରେ ୧୩୦ ଏନଏମ ପିକ ଟର୍କ ଜେନେରେଟ୍ କରିବ। ଏହାର ମିଟର ୭ ଇଞ୍ଜର ଟିଏଫ୍‌ଟି ସ୍କ୍ରିନ, ବ୍ଲୁଟୁଥ, ବ୍ଲିଣ୍ଡ ସ୍ପଟ ରାଡାର ସିଷ୍ଟମ, ଆଡାପ୍ଟିଭ କର୍ଣ୍ଣର ଏଲଇଡି ଲ୍ୟାମ୍ପ୍ସ, ଟାୟାର ପ୍ରେସର ମନିଟରିଂ ସିଷ୍ଟମ, ହିଲ ବୋଲ୍ଡ, ଓ ମାଇ ଟ୍ରମ୍ପ ଆପ୍ଲେକସନରେ ବ୍ଲୁଟୁଥ କନେକ୍ଟିଭିଟି ଦିଆଯାଇଛି।