ବନ୍ଦ ହେବ Koo ଆପ୍ ! ଲିଙ୍କଡଇନ୍ ରେ ପୋଷ୍ଟ କରିଛନ୍ତି କମ୍ପାନୀର ସହ ସଂସ୍ଥାପକ
ନୂଆଦିଲ୍ଲୀ ୩।୭: ମାଇକ୍ରୋ ବ୍ଲଗିଙ୍ଗ ପ୍ଲାଟଫର୍ମ ଟ୍ୱିଟର (ଏବେକା ଏକ୍ସ) କୁ ଟକ୍କର ଦେବା ପାଇଁ ଭାରତରେ ଲଞ୍ଚ ହୋଇଥିବା ଦେଶୀ ଆପ ‘କୁ’ ଏବେ ବନ୍ଦ ହେବ। ୪ ବର୍ଷ ପୂର୍ବେ ଲଞ୍ଚ କରାଯାଇଥିବା ଏବି ଆପ୍ ୟୁଜରଙ୍କୁ ଆକର୍ଷିତ କରିପାରିଲାନି। ଏଣୁ ଗତ ୪ ବର୍ଷ ହେଲା ମାର୍କେଟ୍ରେ ରହିବା ପାଇଁ ଆପ୍ କୁ ସଂଘର୍ଷ କରିବାକୁ ପଡିଛି। ତେବେ ଶେଷରେ ଏହି ଆପ୍ଲିକେସନକୁ ବନ୍ଦ କରିବାକୁ ଏହାର ସଂସ୍ଥାପକ ନିଷ୍ପତ୍ତି ନେଇଛନ୍ତି। ଗତ କିଛି ସମୟ ହେଲା କୁ ଆପର ଅଧିଗ୍ରହଣର କଥା ଚାଲିଥିଲା। ହେଲେ ଏହାକୁ କେହି ଅଧିଗ୍ରହଣ କରିବାକୁ ରାଜି ହୋଇ ନାହାନ୍ତି। ଏଣୁ ‘କୁ’ କମ୍ପାନୀର କୋ ଫାଉଣ୍ଡର ମୟଙ୍କ ବିଦାଭତକା ନିକଟରେ ଲିଙ୍କଡଇନ୍ରେ କରିଥିବା ପୋଷ୍ଟରେ ଏ ନେଇ ସୂଚନା ଦେଇଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ଅନେକ ବଡ଼ ଇଣ୍ଟରନେଟ୍ କମ୍ପାନୀ, ଗ୍ରୁପ ଓ ମିଡିଆ ହାଉସ୍ ମାନଙ୍କ ସହିତ ଏ ନେଇ ଆମେ ଆଲୋଚନା କରିଥିଲୁ। ହେଲେ ଏଥିରେ ସେପରି ପରିଣାମ ମିଳି ନାହିଁ ଯେପିର ଆମେ ଚାହୁଁଥିଲୁ। ୨୦୨୦ ମସିହାରେ ଲଞ୍ଚ ହୋଇଥିବା ‘କୁ’ ଆପ୍ ପ୍ରଥମ ଭାରତୀୟ ମାଇକ୍ରୋବ୍ଲଗିଙ୍ଗ ସାଇଟ୍ ଥିଲା ଯାହା ୟୁଜରଙ୍କ ନିମନ୍ତେ ୧୦ଟି ଅଲଗା ଅଲଗା ଭାଷାରେ ଉପଲବ୍ଧ ଥିଲା। ଏ ପର୍ଯ୍ୟନ୍ତ ଏହି ଆପକୁ ୬୦ ମିଲିୟନ ଅର୍ଥାତ ୬ କୋଟି ବାର ଡାଉନଲୋଡ କରାଯାଇସାରିଲାଣି। ତେବେ କୁ ଆପକୁ ବନ୍ଦ କରିବା ପୂର୍ବରୁ କମ୍ପାନୀର ସହ ସଂସ୍ଥାପକ ଆପ ସମ୍ପର୍କରେ କିଛି ଗୁରୁତ୍ୱପୂର
ନୂଆଦିଲ୍ଲୀ ୩।୭: ମାଇକ୍ରୋ ବ୍ଲଗିଙ୍ଗ ପ୍ଲାଟଫର୍ମ ଟ୍ୱିଟର (ଏବେକା ଏକ୍ସ) କୁ ଟକ୍କର ଦେବା ପାଇଁ ଭାରତରେ ଲଞ୍ଚ ହୋଇଥିବା ଦେଶୀ ଆପ ‘କୁ’ ଏବେ ବନ୍ଦ ହେବ। ୪ ବର୍ଷ ପୂର୍ବେ ଲଞ୍ଚ କରାଯାଇଥିବା ଏବି ଆପ୍ ୟୁଜରଙ୍କୁ ଆକର୍ଷିତ କରିପାରିଲାନି। ଏଣୁ ଗତ ୪ ବର୍ଷ ହେଲା ମାର୍କେଟ୍ରେ ରହିବା ପାଇଁ ଆପ୍ କୁ ସଂଘର୍ଷ କରିବାକୁ ପଡିଛି। ତେବେ ଶେଷରେ ଏହି ଆପ୍ଲିକେସନକୁ ବନ୍ଦ କରିବାକୁ ଏହାର ସଂସ୍ଥାପକ ନିଷ୍ପତ୍ତି ନେଇଛନ୍ତି।
ଗତ କିଛି ସମୟ ହେଲା କୁ ଆପର ଅଧିଗ୍ରହଣର କଥା ଚାଲିଥିଲା। ହେଲେ ଏହାକୁ କେହି ଅଧିଗ୍ରହଣ କରିବାକୁ ରାଜି ହୋଇ ନାହାନ୍ତି। ଏଣୁ ‘କୁ’ କମ୍ପାନୀର କୋ ଫାଉଣ୍ଡର ମୟଙ୍କ ବିଦାଭତକା ନିକଟରେ ଲିଙ୍କଡଇନ୍ରେ କରିଥିବା ପୋଷ୍ଟରେ ଏ ନେଇ ସୂଚନା ଦେଇଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ଅନେକ ବଡ଼ ଇଣ୍ଟରନେଟ୍ କମ୍ପାନୀ, ଗ୍ରୁପ ଓ ମିଡିଆ ହାଉସ୍ ମାନଙ୍କ ସହିତ ଏ ନେଇ ଆମେ ଆଲୋଚନା କରିଥିଲୁ। ହେଲେ ଏଥିରେ ସେପରି ପରିଣାମ ମିଳି ନାହିଁ ଯେପିର ଆମେ ଚାହୁଁଥିଲୁ।

୨୦୨୦ ମସିହାରେ ଲଞ୍ଚ ହୋଇଥିବା ‘କୁ’ ଆପ୍ ପ୍ରଥମ ଭାରତୀୟ ମାଇକ୍ରୋବ୍ଲଗିଙ୍ଗ ସାଇଟ୍ ଥିଲା ଯାହା ୟୁଜରଙ୍କ ନିମନ୍ତେ ୧୦ଟି ଅଲଗା ଅଲଗା ଭାଷାରେ ଉପଲବ୍ଧ ଥିଲା। ଏ ପର୍ଯ୍ୟନ୍ତ ଏହି ଆପକୁ ୬୦ ମିଲିୟନ ଅର୍ଥାତ ୬ କୋଟି ବାର ଡାଉନଲୋଡ କରାଯାଇସାରିଲାଣି। ତେବେ କୁ ଆପକୁ ବନ୍ଦ କରିବା ପୂର୍ବରୁ କମ୍ପାନୀର ସହ ସଂସ୍ଥାପକ ଆପ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ କଥା ସେୟାର କରିଛନ୍ତି, ଯେପରି କୁ ଆପ୍ରେ ପ୍ରତି ମାସରେ ୧୦ ନିୟୁତ ଆକ୍ଟିଭ ୟୁଜର, ୨.୧ ନିୟୁତ ଡେଲି ଆକ୍ଟିଭ ୟୁଜର, ପ୍ରତିମାସରେ ୧୦ ନିୟୁତ ପୋଷ୍ଟ ଓ ୯ ହଜାରରୁ ଅଧିକ ଭିଆଇପି ଆକାଉଣ୍ଟସ୍ ସମ୍ପର୍କରେ ସୂଚିତ କରିଛନ୍ତି।
ଗତ କିଛି ମାସ ହେଲା କୁ ଆପରେ କର୍ମଚାରୀ ଛଟେଇ ଚାଲିଥିଲା। ଏପ୍ରିଲ ୨୦୨୩ରେ କମ୍ପାନୀ ପାଖାପାଖି ଏକ ତୃତୀୟାଂଶ କର୍ମଚାରୀଙ୍କୁ ଛଟେଇ କରିଦେଇଥିଲା। କୁ ‘ଆକସେଲ’ ଓ ଟାଇଗର ଗ୍ଲୋବାଲ ଭଳି ନିବେଶକଙ୍କଠୁ ୬୦ ମିଲିୟନ ଡଲାରରୁ ଅଧିକ ନିବେଶ ଯୋଗାଡ କରିଥିଲା। ହେଲେ ଏହା ସତ୍ତ୍ୱେ କମ୍ପାନୀ ଲୋକଙ୍କ ମନରେ ସେପରି ସ୍ଥାନ ସୃଷ୍ଟି କରିପାରିନଥିଲା ଯେପରି ଟ୍ୱିଟରର ରହିଛି। ବୋଧେ ଏହି କାରଣରୁ ଟ୍ୱିଟରକୁ ଟକ୍କର ଦେବାକୁ ଲଞ୍ଚ ହୋଇଥିବା କୁ ଆପ୍ ଏବେ ବନ୍ଦ ହେବାକୁ ଯାଉଛି।