ଟ୍ରେଞ୍ଜରେ ପଡି ହାତୀ ଅସୁସ୍ଥ, ବନ ବିଭାଗ ପାଖରେ ନଥିଲା ଖବର, ଅଗ୍ନିଶମ ବାହିନୀ କଲା ଉଦ୍ଧାର

ନୀଳଗିରି: ପୁଣିଥରେ ପଦାରେ ପଡିଲା କୁଳଡିହା ବନ ବିଭାଗର ଅପାରଗତା।ଗୋଟିଏ ପରେ ହାତୀ ଅଭୟାରଣ୍ୟ ରେ ମୃତ୍ୟୁବରଣ କରିଚାଲିଥିବା ବେଳେ ଆଉ ଏକ ହାତୀ ଗୁରୁତର ଭାବେ ଅସୁସ୍ଥ ହୋଇ ଝରଣାଘାଟି ବିଟ ଚମଚଟା ଜଙ୍ଗଲ ଭିତରେ ଖୋଲ ଯାଇଥିବା ଟ୍ରେଞ୍ଜରେ ଗଳି ପଡିଥିଲା।ବନବିଭାଗ ପାଖରେ ସେଭଳି ଖୋଜ ଖବର ମଧ୍ୟ ନଥିଲା।ବହୁ ଦିନ ପରେ ଖବର ପାଇ ଆଜି ନୀଳଗିରି ଅଗ୍ନିଶମ ବାହିନୀ ସହାୟତାରେ ଏକ ଜେସିବି ମେସିନ ସାହାଯ୍ୟରେ ହାତୀଟିକୁ ଉଦ୍ଧାର କରାଯାଇ ଯାଇଛି।ହାତୀଟି ଅସୁସ୍ଥ ହୋଇ ଜୀବନ ମରଣ ସହିତ ସଂଘର୍ଷ କରୁଛି।ତେବେ ଗୋଟିଏ ପରେ ଗୋଟିଏ ହାତୀ ଅସୁସ୍ଥ ହେବା ଓ ଶିକାରୀ ଗୁଳିରେ ମଧ୍ୟ ଜୀବନ ଯାଉଥିବା ବେଳେ ଆଗକୁ ଅଭୟାରଣ୍ୟରେ ହାତୀ ବଂଶ ଶୁନ ହୋଇଯିବ ବୋଲି କୁହାଯାଇଛି।

ଟ୍ରେଞ୍ଜରେ ପଡି ହାତୀ ଅସୁସ୍ଥ, ବନ ବିଭାଗ ପାଖରେ ନଥିଲା ଖବର, ଅଗ୍ନିଶମ ବାହିନୀ କଲା ଉଦ୍ଧାର

ନୀଳଗିରି: ପୁଣିଥରେ ପଦାରେ ପଡିଲା କୁଳଡିହା ବନ ବିଭାଗର ଅପାରଗତା।ଗୋଟିଏ ପରେ ହାତୀ ଅଭୟାରଣ୍ୟ ରେ ମୃତ୍ୟୁବରଣ କରିଚାଲିଥିବା ବେଳେ ଆଉ ଏକ ହାତୀ ଗୁରୁତର ଭାବେ ଅସୁସ୍ଥ ହୋଇ ଝରଣାଘାଟି ବିଟ ଚମଚଟା ଜଙ୍ଗଲ ଭିତରେ ଖୋଲ ଯାଇଥିବା ଟ୍ରେଞ୍ଜରେ ଗଳି ପଡିଥିଲା।ବନବିଭାଗ ପାଖରେ ସେଭଳି ଖୋଜ ଖବର ମଧ୍ୟ ନଥିଲା।

ବହୁ ଦିନ ପରେ ଖବର ପାଇ ଆଜି ନୀଳଗିରି ଅଗ୍ନିଶମ ବାହିନୀ ସହାୟତାରେ ଏକ ଜେସିବି ମେସିନ ସାହାଯ୍ୟରେ ହାତୀଟିକୁ ଉଦ୍ଧାର କରାଯାଇ ଯାଇଛି।ହାତୀଟି ଅସୁସ୍ଥ ହୋଇ ଜୀବନ ମରଣ ସହିତ ସଂଘର୍ଷ କରୁଛି।ତେବେ ଗୋଟିଏ ପରେ ଗୋଟିଏ ହାତୀ ଅସୁସ୍ଥ ହେବା ଓ ଶିକାରୀ ଗୁଳିରେ ମଧ୍ୟ ଜୀବନ ଯାଉଥିବା ବେଳେ ଆଗକୁ ଅଭୟାରଣ୍ୟରେ ହାତୀ ବଂଶ ଶୁନ ହୋଇଯିବ ବୋଲି କୁହାଯାଇଛି।