ଟ୍ରେଡଫିନ୍‌ର ପ୍ରଥମ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୧୧: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ରୋଜଗାର ଭିତ୍ତିକ ଶିକ୍ଷାନୁଷ୍ଠାନ ‘ଟ୍ରେଡଫିନ’ର ପ୍ରଥମ ବାର୍ଷିକ ଉତ୍ସବ ରବିବାର ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର ସ୍ଥିତ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କମ୍ପାନୀ ସେକ୍ରେଟାରୀ ରଶ୍ମିରଞ୍ଜନ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତୀୟ ଷ୍ଟକ୍‌ ମାର୍କେଟ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଥିଲେ। ସେହିଭଳି ଅନୁଷ୍ଠାନର ପ୍ରତିଷ୍ଠାତା ଚିତ୍ତରଞ୍ଜନ ବେହେରା କହିଥିଲେ, ଇକ୍ୟୁଟିଜ୍‌-ଆଇଜେଡ୍‌ ଅନୁଷ୍ଠାନ ବିଗତ ଚାରିବର୍ଷ ହେବ ନିଜର ପାଠ୍ୟକ୍ରମ ଜରିଆରେ […] The post ଟ୍ରେଡଫିନ୍‌ର ପ୍ରଥମ ବାର୍ଷିକ ଉତ୍ସବ appeared first on Dharitri Odia News.

ଟ୍ରେଡଫିନ୍‌ର ପ୍ରଥମ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୧୧: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ରୋଜଗାର ଭିତ୍ତିକ ଶିକ୍ଷାନୁଷ୍ଠାନ ‘ଟ୍ରେଡଫିନ’ର ପ୍ରଥମ ବାର୍ଷିକ ଉତ୍ସବ ରବିବାର ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର ସ୍ଥିତ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କମ୍ପାନୀ ସେକ୍ରେଟାରୀ ରଶ୍ମିରଞ୍ଜନ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତୀୟ ଷ୍ଟକ୍‌ ମାର୍କେଟ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଥିଲେ। ସେହିଭଳି ଅନୁଷ୍ଠାନର ପ୍ରତିଷ୍ଠାତା ଚିତ୍ତରଞ୍ଜନ ବେହେରା କହିଥିଲେ, ଇକ୍ୟୁଟିଜ୍‌-ଆଇଜେଡ୍‌ ଅନୁଷ୍ଠାନ ବିଗତ ଚାରିବର୍ଷ ହେବ ନିଜର ପାଠ୍ୟକ୍ରମ ଜରିଆରେ ରାଜ୍ୟର ଅନେକ ଶିକ୍ଷିତ ବେକାରଙ୍କୁ ରୋଜଗାରକ୍ଷମ କରାଇପାରିଛି। ବର୍ତ୍ତମାନ ଭିନ୍ନକ୍ଷମମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ କରି ରୋଜଗାରକ୍ଷମ କରିବା ଏବଂ ଗୃହିଣୀମାନଙ୍କୁ ୫୦% ରିହାତିରେ ଶିକ୍ଷା ପ୍ରଦାନ କରି ସେମାନଙ୍କୁ ରୋଜଗାରକ୍ଷମ ସହିତ ଘରେ ରହି ଉପାର୍ଜନକ୍ଷମ କରାଇବା ଆମର ଲକ୍ଷ୍ୟ ରହିଛି। ସେହିପରି ଆଜିଠାରୁ ପ୍ରଥମ କରି ତିନୋଟି ନୂତନ କୋର୍ସ ଯଥା- ଇଣ୍ଡେକ୍ସ ଅପସନ୍‌ କୋର୍ସ, ଭାରତୀୟ ଷ୍ଟକ୍‌ ମାର୍କେଟ କୋର୍ସ ଏବଂ ଆଡଭାନ୍ସ ଫୋରେକ୍ସ କୋର୍ସ ଶିକ୍ଷା ପ୍ରଦାନ କରାଯିବ। ଏତଦ୍ୱାରା ଛାତ୍ରୀଛାତ୍ରମାନେ ଏଠାରୁ ଶିକ୍ଷା ଗ୍ରହଣ କରି ଆର୍ଥିକ ସ୍ବଚ୍ଛଳ ହେବା ସହ ସ୍ବାବଲମ୍ବୀ ହୋଇପାରିବେ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶକ ଯଶବୀର ସାମଲ, ଜନସମ୍ପର୍କ ଅଧିକାରୀ ସୂର୍ଯ୍ୟକାନ୍ତ ଓଝା ପ୍ରମୁଖ ଉପସ୍ଥିତ ରହି ଅନୁଷ୍ଠାନର ବିଭିନ୍ନ କୋର୍ସ ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ।

The post ଟ୍ରେଡଫିନ୍‌ର ପ୍ରଥମ ବାର୍ଷିକ ଉତ୍ସବ appeared first on Dharitri Odia News.