ଟ୍ରେଣ୍ଡରେ ଅଛି ଧୋନିଙ୍କ ହେୟାର ଷ୍ଟାଇଲ୍, ୟୁଜର୍ସ କହିଲେ- ବିଟାଉନ ଅଭିନେତା ବି ଫିକା ପଡିଯିବେ…

ମୁମ୍ଵାଇ ୩୦।୦୬; କ୍ରିକେଟ୍‌ କିମ୍ବଦନ୍ତୀ ତାରକା  ମହେନ୍ଦ୍ର ସିଂହ ଧୋନି କେବଳ  ଫିଲ୍ଡରେ ଦର୍ଶକଙ୍କୁ ବାନ୍ଧି  ରଖନ୍ତି ତାହା ନୁହେଁ, ଷ୍ଟାଇଲ୍‌   ଷ୍ଟେଟ୍‌ମେଣ୍ଟ୍‌ ମାମଲାରେ  ବି ସର୍ବଦା ଧ୍ୟାନ ଆକର୍ଷଣ  କରନ୍ତି । ନୂଆ ଲୁକ୍‌କୁ ନେଇ  ଏବେ ଇଣ୍ଟର୍‌ନେଟ୍‌ରେ  ଝଡ଼ ସୃଷ୍ଟି କରିଛନ୍ତି ଧୋନି । ତାଙ୍କ ନୂଆ ଷ୍ଟାଇଲ୍‌କୁ ଫ୍ୟାନ୍‌  ଏତେ ପସନ୍ଦ କରୁଛନ୍ତି ଯେ  ସୋସିଆଲ ମିଡିଆରେ ତାଙ୍କ  ଫଟୋ ଭାଇରାଲ ହେଉଛି ।  ଚଳିତ ଆଇପିଏଲ୍‌ରେ ଧୋନିଙ୍କ ଲମ୍ବା କେଶ ସବୁରି ଧ୍ୟାନ ଆକର୍ଷଣ କରିଥିଲା । View this post on InstagramA post shared by Aalim Hakim (@aalimhakim)ଏବେ ପୁଣି ଥରେ ନୂଆ ହେୟାରଷ୍ଟାଇଲ୍‌ ଜରିଆରେ ସେ ଖବରର ଶିରୋନାମା  ପାଲଟିଛନ୍ତି । ସେଲିବ୍ରିଟି ହେୟାରଷ୍ଟାଇଲିଷ୍ଟ୍‌ ଆଲିମ ହକିମ ଧୋନିଙ୍କ ନୂଆ ହେୟାର  ଷ୍ଟାଇଲ୍‌ ଫଟୋ ଶେୟାର କରିଛନ୍ତି । ଫଟୋରେ ଢେଉଢେଉକା କେଶରେ ଧୂସର   ରଙ୍ଗର ଛାପ ଧୋନିଙ୍କୁ ବେଶ ମାନୁଛି । ଆଲିମ ହକିମ୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଫଟୋ  ପୋଷ୍ଟ କରି କ୍ୟାପ୍‌ସନ ଲେଖିଛନ୍ତି ‘ଆମ ୟଙ୍ଗ୍‌, ଡାଇନାମିକ୍‌ ଓ ହ୍ୟାଣ୍ଡ୍‌ସମ ମହେନ୍ଦ୍ର ସିଂହ ଧୋନି । ତାଙ୍କ କେଶକୁ କାଟି ଓ ଷ୍ଟାଇଲ୍‌ କରି ମୁଁ ଖୁବ୍‌ ଆନନ୍ଦିତ । ସେ  ଅତ୍ୟନ୍ତ ବିନମ୍ର ଭାବେ ମୋତେ ନିଜର ଫଟୋ ଉଠାଇବାକୁ ଦିଅନ୍ତି ।’ କଳା ଟି-ସାର୍ଟ  ସାଙ୍ଗକୁ ଧୋନିଙ୍କ ନୂଆ ହେୟାରଷ୍ଟାଇଲ୍‌ର ଫଟୋ ଶେୟାର ହେବା ମାତ୍ରେ ଭାଇର

ଟ୍ରେଣ୍ଡରେ ଅଛି ଧୋନିଙ୍କ ହେୟାର ଷ୍ଟାଇଲ୍, ୟୁଜର୍ସ କହିଲେ- ବିଟାଉନ ଅଭିନେତା ବି ଫିକା ପଡିଯିବେ…

ମୁମ୍ଵାଇ ୩୦।୦୬; କ୍ରିକେଟ୍‌ କିମ୍ବଦନ୍ତୀ ତାରକା  ମହେନ୍ଦ୍ର ସିଂହ ଧୋନି କେବଳ  ଫିଲ୍ଡରେ ଦର୍ଶକଙ୍କୁ ବାନ୍ଧି  ରଖନ୍ତି ତାହା ନୁହେଁ, ଷ୍ଟାଇଲ୍‌   ଷ୍ଟେଟ୍‌ମେଣ୍ଟ୍‌ ମାମଲାରେ  ବି ସର୍ବଦା ଧ୍ୟାନ ଆକର୍ଷଣ  କରନ୍ତି । ନୂଆ ଲୁକ୍‌କୁ ନେଇ  ଏବେ ଇଣ୍ଟର୍‌ନେଟ୍‌ରେ  ଝଡ଼ ସୃଷ୍ଟି କରିଛନ୍ତି ଧୋନି । ତାଙ୍କ ନୂଆ ଷ୍ଟାଇଲ୍‌କୁ ଫ୍ୟାନ୍‌  ଏତେ ପସନ୍ଦ କରୁଛନ୍ତି ଯେ  ସୋସିଆଲ ମିଡିଆରେ ତାଙ୍କ  ଫଟୋ ଭାଇରାଲ ହେଉଛି ।  ଚଳିତ ଆଇପିଏଲ୍‌ରେ ଧୋନିଙ୍କ ଲମ୍ବା କେଶ ସବୁରି ଧ୍ୟାନ ଆକର୍ଷଣ କରିଥିଲା । 


ଏବେ ପୁଣି ଥରେ ନୂଆ ହେୟାରଷ୍ଟାଇଲ୍‌ ଜରିଆରେ ସେ ଖବରର ଶିରୋନାମା  ପାଲଟିଛନ୍ତି । ସେଲିବ୍ରିଟି ହେୟାରଷ୍ଟାଇଲିଷ୍ଟ୍‌ ଆଲିମ ହକିମ ଧୋନିଙ୍କ ନୂଆ ହେୟାର  ଷ୍ଟାଇଲ୍‌ ଫଟୋ ଶେୟାର କରିଛନ୍ତି । ଫଟୋରେ ଢେଉଢେଉକା କେଶରେ ଧୂସର   ରଙ୍ଗର ଛାପ ଧୋନିଙ୍କୁ ବେଶ ମାନୁଛି । ଆଲିମ ହକିମ୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଫଟୋ  ପୋଷ୍ଟ କରି କ୍ୟାପ୍‌ସନ ଲେଖିଛନ୍ତି ‘ଆମ ୟଙ୍ଗ୍‌, ଡାଇନାମିକ୍‌ ଓ ହ୍ୟାଣ୍ଡ୍‌ସମ ମହେନ୍ଦ୍ର ସିଂହ ଧୋନି । ତାଙ୍କ କେଶକୁ କାଟି ଓ ଷ୍ଟାଇଲ୍‌ କରି ମୁଁ ଖୁବ୍‌ ଆନନ୍ଦିତ । 

ସେ  ଅତ୍ୟନ୍ତ ବିନମ୍ର ଭାବେ ମୋତେ ନିଜର ଫଟୋ ଉଠାଇବାକୁ ଦିଅନ୍ତି ।’ କଳା ଟି-ସାର୍ଟ  ସାଙ୍ଗକୁ ଧୋନିଙ୍କ ନୂଆ ହେୟାରଷ୍ଟାଇଲ୍‌ର ଫଟୋ ଶେୟାର ହେବା ମାତ୍ରେ ଭାଇରାଲ   ହୋଇଗଲା । ହକିମଙ୍କର ଏହି ପୋଷ୍ଟ୍‌କୁ ୩.୪ ଲକ୍ଷରୁ ଅଧିକ ୟୁଜର ଲାଇକ୍‌  କରିଛନ୍ତି । ଏହି ସଂଖ୍ୟା ଆହୁରି ବଢ଼ିବାରେ ଲାଗିଛି ।