ବୈଜୟନ୍ତଙ୍କ ଆଉ ଏକ ସଫଳତା, ବିଜେପିରେ ମିଶିଲେ ରାମ ନାରାୟଣ ଭରଦ୍ୱାଜ

ଗତକାଲି ହରସରନ ସିଂହ ବାଲି ଓ ତାଙ୍କ ପୁଅ ନୂଆଦିଲ୍ଲୀରେ ବିଜେପିର ଦିଲ୍ଲୀ ପ୍ରଦେଶ ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବାଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଥିଲେ।

ବୈଜୟନ୍ତଙ୍କ ଆଉ ଏକ ସଫଳତା, ବିଜେପିରେ ମିଶିଲେ ରାମ ନାରାୟଣ ଭରଦ୍ୱାଜ

ଦିଲ୍ଲୀ ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ୱ ନେବା ପରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମିଳିଛି ଆଉ ଏକ ବଡ଼ ସଫଳତା। ଗତକାଲି ଆମ ଆଦମୀ ପାର୍ଟିର ପୂର୍ବତନ ମନ୍ତ୍ରୀ ହରସରନ ସିଂହ ବାଲି ଓ ତାଙ୍କ ପୁଅ ଗୁର୍ମିତ ସିଂହ ‍ବିଜେପିରେ ଯୋଗ ଦେଇଥିବା ବେଳେ ଆଜି ଆଉ ଜଣେ ପ୍ରଭାବଶାଳୀ ନେତା ରାମ ନାରାୟଣ ଭରଦ୍ୱାଜ ବିଜେପିରେ ଯୋଗ ଦେଇଛନ୍ତି।

ଦୁଇ ଦିନରେ ଆମ ଆଦମୀ ପାର୍ଟିର ଦୁଇ ପ୍ରଭାବଶାଳୀ ନେତା ଦଳ ଛାଡ଼ିବା ଆପ୍ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି। ବୈଜୟନ୍ତ ପଣ୍ଡାଙ୍କ ସଫଳ ରଣନୀତି ଓ ଦୃଢ଼ ନେତୃତ୍ୱ ପାଇଁ ଦିଲ୍ଲୀର ଆମ ଆଦମୀ ପାର୍ଟିର ଟାଣୁଆ ଓ ପ୍ରଭାବଶାଳୀ ନେତାମାନେ ବିଜେପିରେ ଯୋଗ ଦେଉଛନ୍ତି ଏବଂ ଆଗାମୀ ଦିନରେ ଅଧିକରୁ ଅଧିକ ନେତା ବିଜେପିରେ ସାମିଲ ହେବେ ବୋଲି ସୂଚନା ମିଳିଛି।

ଗତକାଲି ହରସରନ ସିଂହ ବାଲି ଓ ତାଙ୍କ ପୁଅ ନୂଆଦିଲ୍ଲୀରେ ବିଜେପିର ଦିଲ୍ଲୀ ପ୍ରଦେଶ ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବାଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଥିଲେ।