ହୀରାକୁଦ ଝାଡ଼ାବାନ୍ତିରେ ୩ ମୃତ

ସମ୍ବଲପୁର : ହୀରାକୁଦରେ ଝାଡ଼ାବାନ୍ତି ନେଲା ଆଉ ଜଣଙ୍କ ଜୀବନ । ବୁର୍ଲା ଭୀମସାରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା ନ୍ୟୁ ମାର୍କେଟ ପଡାର ଯମୁନା ବେହେରା । ଏହାକୁ ମିଶାଇ ଝାଡ଼ାବାନ୍ତିରେ ମୁତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ସେପଟେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୦ ପାର୍ କରିଛି । ଭୁବନେଶ୍ବରରୁ ମେଡିକାଲ୍ ଟିମ୍ ଯାଇ ଘଟଣାର ଅନୁଧ୍ୟାନ କରି ଫେରିଛନ୍ତି । ଦୂଷିତ ପାଣି ପିଇ ୭ ଦିନ […]

ହୀରାକୁଦ ଝାଡ଼ାବାନ୍ତିରେ ୩ ମୃତ
ହୀରାକୁଦ ଝାଡ଼ାବାନ୍ତିରେ ୩ ମୃତ

ସମ୍ବଲପୁର : ହୀରାକୁଦରେ ଝାଡ଼ାବାନ୍ତି ନେଲା ଆଉ ଜଣଙ୍କ ଜୀବନ । ବୁର୍ଲା ଭୀମସାରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା ନ୍ୟୁ ମାର୍କେଟ ପଡାର ଯମୁନା ବେହେରା । ଏହାକୁ ମିଶାଇ ଝାଡ଼ାବାନ୍ତିରେ ମୁତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ସେପଟେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୦ ପାର୍ କରିଛି ।

ଭୁବନେଶ୍ବରରୁ ମେଡିକାଲ୍ ଟିମ୍ ଯାଇ ଘଟଣାର ଅନୁଧ୍ୟାନ କରି ଫେରିଛନ୍ତି । ଦୂଷିତ ପାଣି ପିଇ ୭ ଦିନ ହେଲା ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଥିବାବେଳେ ସ୍ଥିତିରେ ସୁଧାର ନାହିଁ । PHD ପାଣିରେ ଚୁଟି, ପଙ୍କ ବାହାରୁଥିବା ଅଭିଯୋଗ କରିଛନ୍ତି ହାରାକୁଦବାସୀ । ତେବେ ହୀରାକୁଦରେ ଝାଡାବାନ୍ତି ବ୍ୟାପିବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ କ୍ରମେ ୨ଜଣିଆ ବିଶେଷଜ୍ଞ ଦଳ ହୀରାକୁଦ ପହଂଚି ସ୍ଥିତି ସମୀକ୍ଷା କରିଛନ୍ତି। ଏହି ୨ଜଣିଆ ଟିମ୍ ପ୍ରଥମେ ହୀରାକୁଦ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଂଚି ଡାକ୍ତରଙ୍କ ସହ ଆଲୋଚନା କରିବା ପରେ ଓ୍ବାର୍ଡ ଯାଇ ଭର୍ତ୍ତି ଥିବା ଆକ୍ରାନ୍ତଙ୍କ ସହ ଆଲୋଚନା କରିଛନ୍ତି।