ଟ୍ରେଣ୍ଡସ୍‌ର ରଜ ମଉଜ

ଭୁବନେଶ୍ୱର, ୧।୬(ଅଭୟ ଦାଶ): ରିଲାଏନ୍ସ ରିଟେଲର ପୋଷାକ ଓ ଆସେସୋରିଜ୍‌ ସ୍ପେଶାଲିଟି ଚେନ୍‌ ‘ଟ୍ରେଣ୍ଡସ୍‌’ର ରଜ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ଶନିବାରଠାରୁ ଟ୍ରେଣ୍ଡସ୍‌ର ରଜ ମଉଜ ଏବଂ ଶ୍ରେଷ୍ଠ ରଜ ଲୁକ୍ସ ପ୍ରତିଯୋଗିତା ସହ ରଜ ଅଭିଯାନ ଆରମ୍ଭ ହୋଇଯାଇଛି। ଏପରିକି ପାର୍ବଣ ଋତୁରେ ଗ୍ରାହକଙ୍କ ପାଇଁ ଖୁସି ଓ ଆନନ୍ଦ ଆଣିବା ନିମନ୍ତେ ଏଭଳି ଏକ ଅଭିନବ କାର୍ଯ୍ୟକ୍ରମ ବ୍ରାଣ୍ଡ୍‌ ପକ୍ଷରୁ ଶୁଭାରମ୍ଭ କରାଯାଇଛି। ଉଲ୍ଲେଖଯୋଗ୍ୟ, ଟ୍ରେଣ୍ଡସ୍‌ର ରଜ ଅଭିଯାନ ୨୦୨୪ ଜୁନ୍‌ ୧ରୁ […] The post ଟ୍ରେଣ୍ଡସ୍‌ର ରଜ ମଉଜ appeared first on Dharitri Odia News.

ଟ୍ରେଣ୍ଡସ୍‌ର ରଜ ମଉଜ

ଭୁବନେଶ୍ୱର, ୧।୬(ଅଭୟ ଦାଶ): ରିଲାଏନ୍ସ ରିଟେଲର ପୋଷାକ ଓ ଆସେସୋରିଜ୍‌ ସ୍ପେଶାଲିଟି ଚେନ୍‌ ‘ଟ୍ରେଣ୍ଡସ୍‌’ର ରଜ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ଶନିବାରଠାରୁ ଟ୍ରେଣ୍ଡସ୍‌ର ରଜ ମଉଜ ଏବଂ ଶ୍ରେଷ୍ଠ ରଜ ଲୁକ୍ସ ପ୍ରତିଯୋଗିତା ସହ ରଜ ଅଭିଯାନ ଆରମ୍ଭ ହୋଇଯାଇଛି। ଏପରିକି ପାର୍ବଣ ଋତୁରେ ଗ୍ରାହକଙ୍କ ପାଇଁ ଖୁସି ଓ ଆନନ୍ଦ ଆଣିବା ନିମନ୍ତେ ଏଭଳି ଏକ ଅଭିନବ କାର୍ଯ୍ୟକ୍ରମ ବ୍ରାଣ୍ଡ୍‌ ପକ୍ଷରୁ ଶୁଭାରମ୍ଭ କରାଯାଇଛି। ଉଲ୍ଲେଖଯୋଗ୍ୟ, ଟ୍ରେଣ୍ଡସ୍‌ର ରଜ ଅଭିଯାନ ୨୦୨୪ ଜୁନ୍‌ ୧ରୁ ୧୯ ପର୍ଯ୍ୟନ୍ତ ଜାରି ରହିବ। ଏପରିକି ଟ୍ରେଣ୍ଡସ୍‌ର ରଜ ମଉଜ ଏବଂ ଶ୍ରେଷ୍ଠ ରଜ ଲୁକ୍ସ ପ୍ରତିଯୋଗିତାର ଅବଧି ମଧ୍ୟରେ ଆଶାୟୀ ଗ୍ରାହକମାନେ ଶ୍ରେଷ୍ଠ ରଜ ଲୁକ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଆକର୍ଷଣୀୟ ପୁରସ୍କାର ଜିତିବାର ସୁଯୋଗ ମଧ୍ୟ ନେଇପାରିବେ। ସେହିଭଳି ରଜ ଅଭିଯାନକୁ ଗ୍ରାହକଙ୍କ ପାଇଁ ଅଧିକ ରୋମାଞ୍ଚକ ଏବଂ ଲାଭଦାୟକ କରିବା ପାଇଁ ଟ୍ରେଣ୍ଡସ୍‌ ଏକ ସ୍ବତନ୍ତ୍ର ପଦକ୍ଷେପ ଆରମ୍ଭ କରିଛି। ଏଥିରେ ୩,୯୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟରେ କିଣାକିଣି କରୁଥିବା ଗ୍ରାହକମାନେ ମାତ୍ର ୨୪୯ଟଙ୍କା କିମ୍ବା ୩୯୯ ଟଙ୍କାର ଏକ ଆକର୍ଷଣୀୟ ଉପହାର ପାଇପାରିବେ। ପ୍ରତିଯୋଗୀ ନିଜର ଏକ ସେଲ୍ଫି କ୍ଲିକ୍‌ କରି କିମ୍ବା ଏକ ମିନିଟ୍‌ର ରିଲ୍‌ ପ୍ରସ୍ତୁତ କରି ସେମାନଙ୍କ ଇନ୍‌ଷ୍ଟାଗ୍ରାମ କିମ୍ବା ଫେସ୍‌ବୁକ୍‌ ପ୍ରୋଫାଇଲରେ ପୋଷ୍ଟ କରିବା ସହିତ @RelianceTrends ପୃଷ୍ଠାକୁ ଟ୍ୟାଗ୍‌ କରି ଶ୍ରେଷ୍ଠ ରଜ ଲୁକ୍ସ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ।

The post ଟ୍ରେଣ୍ଡସ୍‌ର ରଜ ମଉଜ appeared first on Dharitri Odia News.