ଟ୍ରେନ ସୁରକ୍ଷାରେ ଥିଲେ, ଟ୍ରେନରେ କଟିଗଲେ

ତିହିଡି,୨୬।୧୨(ସଞ୍ଜିତ ବଳ): ଟ୍ରେନ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ସୁରକ୍ଷା କର୍ମୀଙ୍କର ଟ୍ରେନରେ କଟି ମୃତ୍ୟୁ ଘଟିଛି। ଘଟଣା ହେଉଛି ତିହିଡି ବ୍ଲକ ପୀରହାଟ ଥାନା ଅଧୀନ ଭଦ୍ରକ-ଧାମରା ରେଳପଥର ଗୁରୁଦାସପୁର ନିକଟରେ। ଗୁରୁବାର ସକାଳେ ଟ୍ରେନରେ କଟିଯାଇଥିବା ସୁରକ୍ଷା କର୍ମୀଙ୍କ ନାଁ ସତ୍ୟପ୍ରକାଶ ସାହୁ (୩୮)ଏବଂ ତାଙ୍କ ଘର କେଉଁଝର ଜିଲା ଶୋଷ ଥାନା ଅଧୀନ ଧରମପୁର ଗ୍ରାମରେ ବୋଲି ଜଣାଯାଇଛି । ସତ୍ୟପ୍ରକାଶ ଗୁରୁଦାସପୁର ଫାଟକ ନିକଟରେ ସୁରକ୍ଷା କର୍ମୀ ଭାବେ ନିଯୁକ୍ତି ପାଇଥିଲେ। […] The post ଟ୍ରେନ ସୁରକ୍ଷାରେ ଥିଲେ, ଟ୍ରେନରେ କଟିଗଲେ appeared first on Dharitri Odia News.

ଟ୍ରେନ ସୁରକ୍ଷାରେ ଥିଲେ, ଟ୍ରେନରେ କଟିଗଲେ

ତିହିଡି,୨୬।୧୨(ସଞ୍ଜିତ ବଳ): ଟ୍ରେନ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ସୁରକ୍ଷା କର୍ମୀଙ୍କର ଟ୍ରେନରେ କଟି ମୃତ୍ୟୁ ଘଟିଛି। ଘଟଣା ହେଉଛି ତିହିଡି ବ୍ଲକ ପୀରହାଟ ଥାନା ଅଧୀନ ଭଦ୍ରକ-ଧାମରା ରେଳପଥର ଗୁରୁଦାସପୁର ନିକଟରେ। ଗୁରୁବାର ସକାଳେ ଟ୍ରେନରେ କଟିଯାଇଥିବା ସୁରକ୍ଷା କର୍ମୀଙ୍କ ନାଁ ସତ୍ୟପ୍ରକାଶ ସାହୁ (୩୮)ଏବଂ ତାଙ୍କ ଘର କେଉଁଝର ଜିଲା ଶୋଷ ଥାନା ଅଧୀନ ଧରମପୁର ଗ୍ରାମରେ ବୋଲି ଜଣାଯାଇଛି । ସତ୍ୟପ୍ରକାଶ ଗୁରୁଦାସପୁର ଫାଟକ ନିକଟରେ ସୁରକ୍ଷା କର୍ମୀ ଭାବେ ନିଯୁକ୍ତି ପାଇଥିଲେ। ସେ କାର୍ଯ୍ୟରତ ଥିବା ବେଳେ ଗୁରୁବାର ସକାଳେ ଟ୍ରେନରେ କଟିଯାଇଥିବା ଜଣାପଡ଼ିଛ। ଖବର ପାଇ ପୀରହାଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସତ୍ୟପ୍ରକାଶଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାରେ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ ୩୧/୨୪)ରୁଜୁ ହୋଇଛ।

The post ଟ୍ରେନ ସୁରକ୍ଷାରେ ଥିଲେ, ଟ୍ରେନରେ କଟିଗଲେ appeared first on Dharitri Odia News.