ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ: ୩ ଦିନ ପରେ ଗାଁ’ରେ ପହଞ୍ଚିଲା ମୃତଦେହ
ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର ଦାଦନ ଶ୍ରମିକ ଏ.ଯୋଗେନ୍ଦ୍ର ପାତ୍ର (୪୫) ଟ୍ରେନରୁ ଖସି ମୃତ୍ୟୁ ବରଣ କରିଛନ୍ତି। ରାଜେନ୍ଦ୍ର ପ୍ରାୟ ୬ ମାସ ପୂର୍ବେ କାମ କରିବାକୁ ମହାରାଷ୍ଟ୍ର ଯାଇଥିଲେ। ସେ ସେଠାକାର ଏକ ଘରୋଇ କୁକୁଡ଼ା ଫାର୍ମରେ ସୁପରଭାଇଜର ଭାବେ କାମ କରୁଥିଲେ। ଗତ ଗୁରୁବାର ନିଜ ଗ୍ରାମକୁ ଆସିବା ପାଇଁ ସେ ମହାରାଷ୍ଟ୍ରର ଔରାଙ୍ଗବାଦ ରେଲୱେ ଷ୍ଟେସନରେ ଟିକେଟ କାଟି ଟ୍ରେନରେ ଚଢ଼ିଥିଲେ। ହାଇଦ୍ରାବାଦ ଷ୍ଟେସନରେ ଓହ୍ଲାଇଥାନ୍ତେ […] The post ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ: ୩ ଦିନ ପରେ ଗାଁ’ରେ ପହଞ୍ଚିଲା ମୃତଦେହ appeared first on Dharitri Odia News.
ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର ଦାଦନ ଶ୍ରମିକ ଏ.ଯୋଗେନ୍ଦ୍ର ପାତ୍ର (୪୫) ଟ୍ରେନରୁ ଖସି ମୃତ୍ୟୁ ବରଣ କରିଛନ୍ତି। ରାଜେନ୍ଦ୍ର ପ୍ରାୟ ୬ ମାସ ପୂର୍ବେ କାମ କରିବାକୁ ମହାରାଷ୍ଟ୍ର ଯାଇଥିଲେ। ସେ ସେଠାକାର ଏକ ଘରୋଇ କୁକୁଡ଼ା ଫାର୍ମରେ ସୁପରଭାଇଜର ଭାବେ କାମ କରୁଥିଲେ।
ଗତ ଗୁରୁବାର ନିଜ ଗ୍ରାମକୁ ଆସିବା ପାଇଁ ସେ ମହାରାଷ୍ଟ୍ରର ଔରାଙ୍ଗବାଦ ରେଲୱେ ଷ୍ଟେସନରେ ଟିକେଟ କାଟି ଟ୍ରେନରେ ଚଢ଼ିଥିଲେ। ହାଇଦ୍ରାବାଦ ଷ୍ଟେସନରେ ଓହ୍ଲାଇଥାନ୍ତେ କିନ୍ତୁ ଲାଟୁର ଜିଲାର ଉଦଗିର ଷ୍ଟେସନ ପୂର୍ବରୁ ପରିଶ୍ରା କରିବା ପାଇଁ ଯିବା ବେଳେ ଅସାବଧାନତା ଯୋଗୁଁ ଚଳନ୍ତା ଟ୍ରେନରୁ ଖସି ପଡ଼ିଥିଲେ ବୋଲି ସହଯାତ୍ରୀ ମାନେ ସେଠାକାର ରେଲୱେ ପୋଲିସକୁ ଜଣାଇଥିଲେ।
ସ୍ଥାନୀୟ ରେଲୱେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୋଗେନ୍ଦ୍ରଙ୍କୁ ମୂର୍ମୁଶୁୁ ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ରେଲୱେ ପୋଲିସ ମକଦ୍ଦମା ରୁଜୁ କରି ମୃତଦେହ କୁ ବ୍ୟବଚ୍ଛେଦ କରାଇଥିଲେ। ଏନେଇ ରେଲୱ ପୋଲିସ ରାଜେନ୍ଦ୍ର ଙ୍କ ପରିବାର ଲୋକ ଙ୍କୁ ଖବର ଦେଇଥିଲେ।
ଖବର ପାଇ ଯୋଗେନ୍ଦ୍ରଙ୍କ ଭାଇ ଏ.ଜଗନ୍ନାଥ ପାତ୍ର ,ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ ରେଡ୍ଡୀ ଏନେଇ ଗଞ୍ଜାମ ଜିଲା ଶ୍ରମ ଅଧିକାରୀଙ୍କୁ ଜଣାଇବା ପରେ ଶ୍ରମ ଅଧିକାରୀ ମହାରାଷ୍ଟ୍ରର ଉଦଗିର ଥାନା ପୋଲିସ ସହ ଯୋଗାଯୋଗ କରିବା ପରେ ସେଠାକାର ପୋଲିସ ଆମ୍ବୁଲାନ୍ସ ଯୋଗେ ରାଜେନ୍ଦ୍ରଙ୍କ ମରଶରୀରକୁ ଗୌତମୀ ଗ୍ରାମକୁ ପଠାଇଥିଲେ। ତାଙ୍କ ମରଶରୀର ଶନିବାର ବିଳମ୍ବିତ ସନ୍ଧ୍ୟାରେ ପହଞ୍ଚିବା ପରେ ଗାଁ ଶ୍ମଶାନରେ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି।
The post ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ: ୩ ଦିନ ପରେ ଗାଁ’ରେ ପହଞ୍ଚିଲା ମୃତଦେହ appeared first on Dharitri Odia News.