ଟ୍ରେନରୁ ପଡ଼ିଥିଲେ ବି ବର୍ତ୍ତିଗଲା ୫ ବର୍ଷର ଶିଶୁ

ନନ୍ଦିଘୋଷ ବ୍ୟୁରୋ: ରଖେ ହରି ମାରେ କିଏ। ଅଧ ରାତିରେ ଦ୍ରୁତରେ ଗତିରେ ଯାଉଥିବା ଟ୍ରେନରୁ ଖସି ପଡ଼ିଥିଲା ୫... The post ଟ୍ରେନରୁ ପଡ଼ିଥିଲେ ବି ବର୍ତ୍ତିଗଲା ୫ ବର୍ଷର ଶିଶୁ appeared first on .

ଟ୍ରେନରୁ ପଡ଼ିଥିଲେ ବି ବର୍ତ୍ତିଗଲା ୫ ବର୍ଷର ଶିଶୁ

ନନ୍ଦିଘୋଷ ବ୍ୟୁରୋ: ରଖେ ହରି ମାରେ କିଏ। ଅଧ ରାତିରେ ଦ୍ରୁତରେ ଗତିରେ ଯାଉଥିବା ଟ୍ରେନରୁ ଖସି ପଡ଼ିଥିଲା ୫ ବର୍ଷର ପିଲାଟିଏ। ଟ୍ରେନ୍ ଟ୍ରାକରେ ସେ ପଡ଼ିଥିଲା। କିଛି ସମୟ ପରେ ସେହି ଟ୍ରାକରେ ଏକ ମାଲଗାଡ଼ି ଯିବା ବେଳେ ଡ୍ରାଇଭର ଦେଖିଥିଲେ, ପିଲାଟିଏ ଧାରଣାରେ ପଡ଼ିଛି। ସାଙ୍ଗେ ସାଙ୍ଗେ ସେ ରେଢ଼ାଖୋଲ ଷ୍ଟେସନକୁ ଖବର ଦେଇଥିଲେ। ଆରପିଏଫ୍ ଆସି ପିଲାଟିକୁ ଉଦ୍ଧାର କରିଥିଲା। ଏବେ ସେ ସୁସ୍ଥ ଅଛି। ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ରେଢ଼ାଖୋଲ ପାଖରେ। ଗତ ରାତିରେ ଦୁର୍ଗ ପୁରୀ ଇଣ୍ଟରସିଟି ଟ୍ରେନରେ ୫ ବର୍ଷର ପ୍ରୀତିଶପ୍ରଜ୍ଞା ହୋତା ଓ ତାଙ୍କ ପରିବାର ଭୁବନେଶ୍ଵର ଆସୁଥିଲେ। ରାତି ପ୍ରାୟ ୨ଟାରେ ବୋଧହୁଏ ପିଲାଟି ଟୟଲେଟକୁ ଆସି ଥାଇପାରେ । ଏହି ସମୟରେ ସେ ଟ୍ରେନରୁ ଖସି ପଡ଼ିଥିଲା। କିଛି ସମୟ ପରେ ସେହି ଟ୍ରାକରେ ଏକ ମାଲଗାଡ଼ି ଆସିଥିଲା। ଟ୍ରେନ ଡ୍ରାଇଭର ଦେଖିଥିଲେ, ପିଲାଟିଏ ରେଳ ଧାରଣାରେ ପଡି଼ଛି। ସେ ତୁରନ୍ତ ରେଢ଼ାଖୋଲ ଷ୍ଟେସନକୁ ଫୋନ କରିଥିଲେ। ଆରପିଏଫ୍ ଆସି ପିଲାଟିକୁ ଉଦ୍ଧାର କରିଥିଲା। ପରେ ତା ପରିବାରକୁ ହସ୍ତାନ୍ତର କରାଯାଇଛି। ସେ ଏବେ ସୁସ୍ଥ ଅଛି।

The post ଟ୍ରେନରୁ ପଡ଼ିଥିଲେ ବି ବର୍ତ୍ତିଗଲା ୫ ବର୍ଷର ଶିଶୁ appeared first on .