ଟ୍ରେନରେ କଟିଗଲା ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ଗୋଡ, ଅବସ୍ଥା ଗୁରୁତର

ପାରାଦୀପ : ଟ୍ରେନରେ କଟିଗଲା ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ଦୁଇଟି ଗୋଡ। ବିଳମ୍ବିତ ରାତିରେ ପାରାଦ୍ବୀପ ଭୁତୁମୁଣ୍ଡାଇ ବରେଇ ନିକଟରେ ଘଟିଛି ଏପରି ଘଟଣା ।  ଗୁରୁତର ଯୁବକ ହେଲେ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ବଡପାଳ ଗ୍ରାମର ସନ୍ତୋଷ ଜେନା ।  ତେବେ ଟ୍ରେନରେ ଗୋଡ଼ କଟିଯିବ ପରେ ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଉଦ୍ଧାର କରିବା ପରେ ତାଙ୍କୁ ପ୍ରଥମେ କୁଜଙ୍ଗ ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ତାଙ୍କ ଅବସ୍ଥା ଗୁରୁତର […] The post ଟ୍ରେନରେ କଟିଗଲା ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ଗୋଡ, ଅବସ୍ଥା ଗୁରୁତର appeared first on KNews Odisha.

ଟ୍ରେନରେ କଟିଗଲା ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ଗୋଡ, ଅବସ୍ଥା ଗୁରୁତର
train story

ପାରାଦୀପ : ଟ୍ରେନରେ କଟିଗଲା ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ଦୁଇଟି ଗୋଡ। ବିଳମ୍ବିତ ରାତିରେ ପାରାଦ୍ବୀପ ଭୁତୁମୁଣ୍ଡାଇ ବରେଇ ନିକଟରେ ଘଟିଛି ଏପରି ଘଟଣା ।  ଗୁରୁତର ଯୁବକ ହେଲେ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ବଡପାଳ ଗ୍ରାମର ସନ୍ତୋଷ ଜେନା ।  ତେବେ ଟ୍ରେନରେ ଗୋଡ଼ କଟିଯିବ ପରେ ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଉଦ୍ଧାର କରିବା ପରେ ତାଙ୍କୁ ପ୍ରଥମେ କୁଜଙ୍ଗ ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକକୁ ସ୍ଥାନାନ୍ତର କରାଯାଇଛି।  ତେବେ ସନ୍ତୋଷ କେଉଁ କାରଣ ପାଇଁ ଟ୍ରେନ୍ ଲାଇନ୍ କୁ ଯାଇଥିଲେ ଏବଂ ଟ୍ରେନ୍ ଆଗକୁ କିପରି ଆସିଲେ ତାହା ସ୍ପଷ୍ଟ ହୋଇନାହିଁ । ସନ୍ତୋଷ ଟାଟା ବିଦ୍ୟୁତ୍ ବିଭାଗର ଲାଇନ୍ ମ୍ୟାନ ଭାବେ କାର୍ଯ୍ୟ କରୁଥିବା ସୂଚନା ମିଳିଛି ।

 

ଆହୁରି ପଢ଼ନ୍ତୁ : ଅଣ୍ଡା ତରକାରୀ ପାଇଁ ସ୍ତ୍ରୀକୁ ବାଡେଇ ମାରିଲା, ସ୍ୱାମୀ ଗିରଫ

 

 

The post ଟ୍ରେନରେ କଟିଗଲା ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ଗୋଡ, ଅବସ୍ଥା ଗୁରୁତର appeared first on KNews Odisha.