ଟ୍ରେନି IAS ପୂଜା ଖେଡକରଙ୍କୁ ଝଟକା,FIR ରୁଜୁ କଲା UPSC
ନୂଆଦିଲ୍ଲୀ ୧୯।୭: ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ଟ୍ରେନି ଆଇଏଏସ୍ ଅଫିସର ପୂଜା ଖେଡକରଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛନ୍ତି। ସିଭିଲ ସର୍ଭିସ ପରୀକ୍ଷାରେ ଠକେଇ ଅଭିଯୋଗରେ ଏହି ଏତଲା ରୁଜୁ ହୋଇଛି। ଏଣୁ ୟୁପିଏସସି ପୂଜା ଖେଡକରଙ୍କୁ ତାଙ୍କ ପ୍ରାର୍ଥୀତ୍ୱ କାହିଁକି ରଦ୍ଦ କରାଯିବନି ସେ ନେଇ ସୋ କଜ ନୋଟିସ୍ ମଧ୍ୟ ଜାରି କରିଛନ୍ତି। ତାଙ୍କ ବିରୋଧରେ ନକଲୀ ପରିଚୟ ପତ୍ରରେ ସିଭିଲ ସର୍ଭିସ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ନେଇ ଏଫଆଇଆରରେ କୁହାଯାଇଛି। ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ୨୦୨୨ଲାଗି ତାଙ୍କ ପ୍ରାର୍ଥୀତ୍ୱ ରଦ୍ଦ କରିବା ଓ ଭବିଷ୍ୟତର କୌଣସି ପରୀକ୍ଷାରେ ସାମିଲ ହେବାରୁ ତାଙ୍କୁ ରୋକିବା ନିମନ୍ତେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ୨୦୨୩ ବ୍ୟାଚ୍ର ଅଧିକାରୀ ପୂଜା ଖେଡକରଙ୍କ ପୁଣେରେ ପ୍ରଶିକ୍ଷଣ କାଳରେ ବିଶେଷାଧିକାରର ଦୂରୁପଯୋଗ କରିବା ଓ ସିଭିଲସେବା ମନୋନୟନ ନିମନ୍ତେ ନକଲୀ ପ୍ରମାଣପତ୍ର ବ୍ୟବହାର କରିଥିବାର ଅଭିଯୋଗ ହୋଇଥିଲା। ୟୁପିଏସସି ଏକ ଅଧିକାରୀକ ବୟାନରେ କହିଛନ୍ତି ଯେ ସିଭିଲ ସେବା ପରୀକ୍ଷା ୨୦୨୨ ନିମନ୍ତେ ମନୋନୀତ ପ୍ରାର୍ଥୀ ପୂଜା ମନୋରମା ଦିଲ୍ଲୀପ ଖେଡକରଙ୍କୁ ନେଇ ବିସ୍ତୃତ ଓ ଗହନ ଯାଞ୍ଚ କରାଯାଇଛି।ଏହି ଯାଞ୍ଚରୁ ଜଣା ପଡିଛି ଯେ ଖେଡକର ତାଙ୍କ ନାମ, ତାଙ୍କ ମାତାପିତାଙ୍କ ନାମ, ନିଜ ଫଟୋ, ସ୍ୱାକ୍ଷର, ନିଜ ଇ-ମେଲ ଆଇଡି, ମୋବାଇଲ ନମ୍ବର ଓ ଠିକଣା
ନୂଆଦିଲ୍ଲୀ ୧୯।୭: ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ଟ୍ରେନି ଆଇଏଏସ୍ ଅଫିସର ପୂଜା ଖେଡକରଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛନ୍ତି। ସିଭିଲ ସର୍ଭିସ ପରୀକ୍ଷାରେ ଠକେଇ ଅଭିଯୋଗରେ ଏହି ଏତଲା ରୁଜୁ ହୋଇଛି। ଏଣୁ ୟୁପିଏସସି ପୂଜା ଖେଡକରଙ୍କୁ ତାଙ୍କ ପ୍ରାର୍ଥୀତ୍ୱ କାହିଁକି ରଦ୍ଦ କରାଯିବନି ସେ ନେଇ ସୋ କଜ ନୋଟିସ୍ ମଧ୍ୟ ଜାରି କରିଛନ୍ତି।
ତାଙ୍କ ବିରୋଧରେ ନକଲୀ ପରିଚୟ ପତ୍ରରେ ସିଭିଲ ସର୍ଭିସ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ନେଇ ଏଫଆଇଆରରେ କୁହାଯାଇଛି। ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ୨୦୨୨ଲାଗି ତାଙ୍କ ପ୍ରାର୍ଥୀତ୍ୱ ରଦ୍ଦ କରିବା ଓ ଭବିଷ୍ୟତର କୌଣସି ପରୀକ୍ଷାରେ ସାମିଲ ହେବାରୁ ତାଙ୍କୁ ରୋକିବା ନିମନ୍ତେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ୨୦୨୩ ବ୍ୟାଚ୍ର ଅଧିକାରୀ ପୂଜା ଖେଡକରଙ୍କ ପୁଣେରେ ପ୍ରଶିକ୍ଷଣ କାଳରେ ବିଶେଷାଧିକାରର ଦୂରୁପଯୋଗ କରିବା ଓ ସିଭିଲସେବା ମନୋନୟନ ନିମନ୍ତେ ନକଲୀ ପ୍ରମାଣପତ୍ର ବ୍ୟବହାର କରିଥିବାର ଅଭିଯୋଗ ହୋଇଥିଲା। ୟୁପିଏସସି ଏକ ଅଧିକାରୀକ ବୟାନରେ କହିଛନ୍ତି ଯେ ସିଭିଲ ସେବା ପରୀକ୍ଷା ୨୦୨୨ ନିମନ୍ତେ ମନୋନୀତ ପ୍ରାର୍ଥୀ ପୂଜା ମନୋରମା ଦିଲ୍ଲୀପ ଖେଡକରଙ୍କୁ ନେଇ ବିସ୍ତୃତ ଓ ଗହନ ଯାଞ୍ଚ କରାଯାଇଛି।
ଏହି ଯାଞ୍ଚରୁ ଜଣା ପଡିଛି ଯେ ଖେଡକର ତାଙ୍କ ନାମ, ତାଙ୍କ ମାତାପିତାଙ୍କ ନାମ, ନିଜ ଫଟୋ, ସ୍ୱାକ୍ଷର, ନିଜ ଇ-ମେଲ ଆଇଡି, ମୋବାଇଲ ନମ୍ବର ଓ ଠିକଣା ବଦଳାଇ ପରିଚୟ ଲୁଚାଇଥିଲେ। ସେ ପରୀକ୍ଷା ନିୟମାନୁସାରେ ଅନୁମେୟ ସୀମାରୁ ଅଧିକ ପ୍ରୟାଶର ଲାଭ ଉଠାଇଛନ୍ତି। ବୟାନ ଅନୁସାରେ ୟୁପିଏସସି ପୂଜା ଖେଡକରଙ୍କ ବିରୋଧରେ ଏତଲା ରୁଜୁ କରି ଅପରାଧିକ ମୋକଦ୍ଦମା ଚଳାଇବା ପାଇଁ କାର୍ଯ୍ୟାନୁଷ୍ଠାନ କରିଛନ୍ତି।