ଟ୍ରେନି ମହିଳା ଡାକ୍ତର ଦୁଷ୍କର୍ମ-ହତ୍ୟା ଘଟଣାରେ ନୂଆ ଟ୍ବିଷ୍ଟ, ବ୍ୟବଚ୍ଛେଦ ରିପୋର୍ଟରେ ହେଲା ବଡ଼ ଖୁଲାସା
କୋଲକାତା,୧୩।୮: କୋଲକାତା ଆର.ଜି. କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଘଟଣାକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା ଥମିବା ନାଁ ଧରୁ ନାହିଁ। ଏହି ସମୟରେ ପୀଡିତାଙ୍କ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟରୁ ଜଣାପଡିଛି ଯେ, ଅଭିଯୁକ୍ତଜଣକ ଟ୍ରେନି ଡାକ୍ତରଙ୍କୁ ଅତି ନିର୍ମମ ଭାବେ ପିଟିବା ପରେ ତାଙ୍କ ସହ ଦୁଷ୍କର୍ମ କରିଥିଲା। ଏହାପରେ ତଣ୍ଟି ଚିପି ତାଙ୍କ ହତ୍ୟା କରିଥିବା […] The post ଟ୍ରେନି ମହିଳା ଡାକ୍ତର ଦୁଷ୍କର୍ମ-ହତ୍ୟା ଘଟଣାରେ ନୂଆ ଟ୍ବିଷ୍ଟ, ବ୍ୟବଚ୍ଛେଦ ରିପୋର୍ଟରେ ହେଲା ବଡ଼ ଖୁଲାସା appeared first on Dharitri Odia News.
କୋଲକାତା,୧୩।୮: କୋଲକାତା ଆର.ଜି. କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଘଟଣାକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା ଥମିବା ନାଁ ଧରୁ ନାହିଁ। ଏହି ସମୟରେ ପୀଡିତାଙ୍କ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟରୁ ଜଣାପଡିଛି ଯେ, ଅଭିଯୁକ୍ତଜଣକ ଟ୍ରେନି ଡାକ୍ତରଙ୍କୁ ଅତି ନିର୍ମମ ଭାବେ ପିଟିବା ପରେ ତାଙ୍କ ସହ ଦୁଷ୍କର୍ମ କରିଥିଲା। ଏହାପରେ ତଣ୍ଟି ଚିପି ତାଙ୍କ ହତ୍ୟା କରିଥିବା ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ହୋଇଛି।
କହିରଖୁଛୁ ଯେ କୋଲକାତାର ଆର.ଜି କର ହସ୍ପିଟାଲରେ ଜଣେ ତାଲିମପ୍ରାପ୍ତ ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ବିରୋଧରେ ଦେଶର ବିଭିନ୍ନ ସ୍ଥାନରୁ ଡାକ୍ତରମାନେ ବିରୋଧ କରୁଛନ୍ତି। ଏହି ସମୟରେ ପୀଡିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ସମସ୍ତଙ୍କୁ ଚକିତ କରିଛି।
ପୀଡିତାଙ୍କୁ ଏତେ ପରିମାଣରେ ମାଡ ଦିଆଯାଇଥିଲା ଯେ ତାଙ୍କ ଶରୀରର ପ୍ରତ୍ୟେକ ଅଙ୍ଗରେ ଆଘାତ ଚିହ୍ନ ରହିଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ପୀଡିତାଙ୍କ ହାତ ଓ ମୁହଁରେ କାମୁଡ଼ା ଚିହ୍ନ ଦେଖିବାକୁ ମିଳିଥିଲା। ରିପୋର୍ଟରେ କୁହାଯାଇଛି ଯେ ତାଙ୍କ ଆଖିରୁ କାଚ ଖଣ୍ଡ ପଶିଯାଇଥିଲା। କେବଳ ଏତିକି ନୁହେଁ ଅଭିଯୁକ୍ତ ପୀଡିତାଙ୍କ ମୁଣ୍ଡକୁ କାନ୍ଥରେ ପିଟି ଦେଇଥିଲେ। ଯେଉଁଥିପାଇଁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।
The post ଟ୍ରେନି ମହିଳା ଡାକ୍ତର ଦୁଷ୍କର୍ମ-ହତ୍ୟା ଘଟଣାରେ ନୂଆ ଟ୍ବିଷ୍ଟ, ବ୍ୟବଚ୍ଛେଦ ରିପୋର୍ଟରେ ହେଲା ବଡ଼ ଖୁଲାସା appeared first on Dharitri Odia News.