ଟ୍ରେନ୍ ଟଏଲେଟ୍ରୁ ମୃତଦେହ ଉଦ୍ଧାର
ସମ୍ବଲପୁର : ଟ୍ରେନ୍ ଟଏଲେଟରୁ ମୃତଦେହ ଉଦ୍ଧାର। ସମ୍ବଲପୁର -ନାନ୍ଦେଡ଼ ଟ୍ରେନର ପାଇଖାନା ଭିତରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ ନାନ୍ଦେଡ ସମ୍ବଲପୁର ନାଗାବଳୀ ଏକ୍ସପ୍ରେସ ଆଜି ସକାଳେ ସମ୍ବଲପୁରରେ ପହଞ୍ଚିଥିଲା। ଭୋର୍ ୪ଟା ସମୟରେ ଜଣେ ସଫେଇ କର୍ମଚାରୀ ଟ୍ରେନ୍ ସଫା କରୁଥିବାବେଳେ ଟଏଲେଟ୍ ମଧ୍ୟରେ ଏକ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ଏ ନେଇ ଆରପିଏଫ୍ କୁ ଖବର ଦେଇଥିଲେ। ରେଳବାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ […]

ସମ୍ବଲପୁର : ଟ୍ରେନ୍ ଟଏଲେଟରୁ ମୃତଦେହ ଉଦ୍ଧାର। ସମ୍ବଲପୁର -ନାନ୍ଦେଡ଼ ଟ୍ରେନର ପାଇଖାନା ଭିତରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ ନାନ୍ଦେଡ ସମ୍ବଲପୁର ନାଗାବଳୀ ଏକ୍ସପ୍ରେସ ଆଜି ସକାଳେ ସମ୍ବଲପୁରରେ ପହଞ୍ଚିଥିଲା। ଭୋର୍ ୪ଟା ସମୟରେ ଜଣେ ସଫେଇ କର୍ମଚାରୀ ଟ୍ରେନ୍ ସଫା କରୁଥିବାବେଳେ ଟଏଲେଟ୍ ମଧ୍ୟରେ ଏକ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ଏ ନେଇ ଆରପିଏଫ୍ କୁ ଖବର ଦେଇଥିଲେ। ରେଳବାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ମୃତକ ସମ୍ବଲପୁର ଜିଲ୍ଲା ବଡରମାର ପ୍ରସାଦୀ ବାଗ୍ ବୋଲି ଜଣାପଡିଛି। ସେ ସିକନ୍ଦରାବାଦର ଏକ କମ୍ପାନୀରେ ଶ୍ରମିକ କାମ କରୁଥିଲେ। ଉକ୍ତ ଟ୍ରେନରେ ସେ ସମ୍ବଲପୁର ଫେରୁଥିବା ସୂଚନା ମିଳିଛି।