ଟ୍ରେନ୍ ଟଏଲେଟ୍ରେ ଯୁବକଙ୍କ ମୃତଦେହ ଦେଖି ସଫେଇ କର୍ମଚାରୀ…
ସମ୍ବଲପୁର,୧୦ା୨(ପ୍ରମୋଦ ବହିଦାର): ସମ୍ବଲପୁର ରେଳଷ୍ଟେଶନର ଓ୍ବାଶିଂ ଲାଇନ୍ରେ ଟ୍ରେନ୍ର ଟଏଲେଟ୍ରୁ ଏକ ଯୁବକଙ୍କ ମୃତଦେହକୁ ଜବତ କରିଛି ସମ୍ବଲପୁର ରେଳବାଇ ପୋଲିସ। ମୃତ ଯୁବକ ଜଣକ ସମ୍ବଲପୁର ଜିଲା ବଡ଼ରମାର ପ୍ରସାଦୀ ବାଗ(୩୮) ବୋଲି ପରିଚୟ ମିଳିଛି। ସେ ସିକନ୍ଦରାବାଦରେ କୌଣସି କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ଓ ଉକ୍ତ ଟ୍ରେନରେ ସମ୍ବଲପୁର ଫେରୁ ଥିଲେ। ଟ୍ରେନର ନମ୍ବର ୨୦୮୦୯ ନାନ୍ଦେଡ-ସମ୍ବଲପୁର ନାଗାବଳୀ ଏକ୍ସପ୍ରେସ୍ ଆସି ସମ୍ବଲପୁରରେ ପହଞ୍ଚିଲା ପରେ ସୋମବାର ସକାଳେ ସଫେଇ ପାଇଁ […] The post ଟ୍ରେନ୍ ଟଏଲେଟ୍ରେ ଯୁବକଙ୍କ ମୃତଦେହ ଦେଖି ସଫେଇ କର୍ମଚାରୀ… appeared first on Dharitri Odia News.
ସମ୍ବଲପୁର,୧୦ା୨(ପ୍ରମୋଦ ବହିଦାର): ସମ୍ବଲପୁର ରେଳଷ୍ଟେଶନର ଓ୍ବାଶିଂ ଲାଇନ୍ରେ ଟ୍ରେନ୍ର ଟଏଲେଟ୍ରୁ ଏକ ଯୁବକଙ୍କ ମୃତଦେହକୁ ଜବତ କରିଛି ସମ୍ବଲପୁର ରେଳବାଇ ପୋଲିସ। ମୃତ ଯୁବକ ଜଣକ ସମ୍ବଲପୁର ଜିଲା ବଡ଼ରମାର ପ୍ରସାଦୀ ବାଗ(୩୮) ବୋଲି ପରିଚୟ ମିଳିଛି। ସେ ସିକନ୍ଦରାବାଦରେ କୌଣସି କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ଓ ଉକ୍ତ ଟ୍ରେନରେ ସମ୍ବଲପୁର ଫେରୁ ଥିଲେ। ଟ୍ରେନର ନମ୍ବର ୨୦୮୦୯ ନାନ୍ଦେଡ-ସମ୍ବଲପୁର ନାଗାବଳୀ ଏକ୍ସପ୍ରେସ୍ ଆସି ସମ୍ବଲପୁରରେ ପହଞ୍ଚିଲା ପରେ ସୋମବାର ସକାଳେ ସଫେଇ ପାଇଁ ସମ୍ବଲପୁର ରେଳଷ୍ଟେଶନର ଓ୍ବାଶିଂ ଲାଇନରେ ଛିଡ଼ା ହୋଇଥିଲା। ଏହି ସମୟରେ ସଫେଇ କଲାବେଳେ ଟ୍ରେନ୍ ଏକ ବଗିର ଟଏଲେଟ୍ରେ ଜଣେ ଯୁବକଙ୍କ ମୃତଦେହ ଦେଖି ସଫେଇ କର୍ମଚାରୀ ଭୟଭୀତ ହେବା ସହ ରେଳବାଇ ପୋଲିସକୁ ଖବର ଦେଇଥିଲେ। ଖବରପାଇ ରେଳବାଇ ପୋଲିସ ସେଠାରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା।
କେଉଁ କାରଣରୁ କେଉଁ ପରିସ୍ଥିତିରେ ଯୁବକଙ୍କ ମୃତ୍ୟୁ ହେଲା ସେନେଇ ତଦନ୍ତ ଜାରି ରଖିଛି ରେଳବାଇ ପୋଲିସ। ଅପରପକ୍ଷରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ମିଳିଛି। ତେବେ ଟ୍ରେନ୍ରୁ ମୃତ ଯୁବକଙ୍କ କୌଣସି ସାମଗ୍ରୀ ବା ମୋବାଇଲ ଫୋନ୍ ପୋଲିସ ଉଦ୍ଧାର ହୋଇଛି ନା ନାହିଁ ସେ ସମ୍ପର୍କରେ ରେଳବାଇ ପୋଲିସ କୌଣସି ସୂଚନା ଦେଇନାହିଁ।
The post ଟ୍ରେନ୍ ଟଏଲେଟ୍ରେ ଯୁବକଙ୍କ ମୃତଦେହ ଦେଖି ସଫେଇ କର୍ମଚାରୀ… appeared first on Dharitri Odia News.