ତୁର୍କୀ ସଂସଦରେ ମାଡପିଟ, ବିରୋଧି ସାଂସଦଙ୍କ ବେକରୁ ଝରିଲା ଲହୁ, ହସ୍ପିଟାଲରେ ଭର୍ତ୍ତି

ଅଙ୍କାରା,୧୭।୮: ତୁର୍କୀ ସଂସଦରେ ଶୁକ୍ରବାର ସାଂସଦଙ୍କ ମଧ୍ୟରେ ଝଗଡା ହୋଇଥିଲା। ସରକାର ବିରୋଧୀ ପ୍ରଦର୍ଶନ ପାଇଁ ଜେଲ ଦଣ୍ଡାଦେଶ ହୋଇଥିବା ନେତା ଅହମ୍ମଦ ସିକ ବର୍ତ୍ତମାନ ବିରୋଧୀ ଦଳରୁ ନିର୍ବାଚନ ଜିତିବା ପରେ ସାଂସଦ ହୋଇଛନ୍ତି। ଶୁକ୍ରବାର, ଏକ ପ୍ରସଙ୍ଗରେ ବିତର୍କ ବେଳେ ସେ ଶାସକ ଏକେପି ଦଳର ସାଂସଦଙ୍କ ସହ ବାଦବିବାଦ କରିଥିଲେ। ଏହା ପରେ ଶାସକ ଦଳର ସାଂସଦମାନେ ତାଙ୍କୁ ଘେରିଯାଇ ମାଡ ମାରିବା ଆରମ୍ଭ କରିଥିଲେ। ବିରୋଧୀ ସାଂସଦ ମଧ୍ୟ ନିଜକୁ ରକ୍ଷା […] The post ତୁର୍କୀ ସଂସଦରେ ମାଡପିଟ, ବିରୋଧି ସାଂସଦଙ୍କ ବେକରୁ ଝରିଲା ଲହୁ, ହସ୍ପିଟାଲରେ ଭର୍ତ୍ତି appeared first on Dharitri Odia News.

ତୁର୍କୀ ସଂସଦରେ ମାଡପିଟ, ବିରୋଧି ସାଂସଦଙ୍କ ବେକରୁ ଝରିଲା ଲହୁ, ହସ୍ପିଟାଲରେ ଭର୍ତ୍ତି

ଅଙ୍କାରା,୧୭।୮: ତୁର୍କୀ ସଂସଦରେ ଶୁକ୍ରବାର ସାଂସଦଙ୍କ ମଧ୍ୟରେ ଝଗଡା ହୋଇଥିଲା। ସରକାର ବିରୋଧୀ ପ୍ରଦର୍ଶନ ପାଇଁ ଜେଲ ଦଣ୍ଡାଦେଶ ହୋଇଥିବା ନେତା ଅହମ୍ମଦ ସିକ ବର୍ତ୍ତମାନ ବିରୋଧୀ ଦଳରୁ ନିର୍ବାଚନ ଜିତିବା ପରେ ସାଂସଦ ହୋଇଛନ୍ତି।
ଶୁକ୍ରବାର, ଏକ ପ୍ରସଙ୍ଗରେ ବିତର୍କ ବେଳେ ସେ ଶାସକ ଏକେପି ଦଳର ସାଂସଦଙ୍କ ସହ ବାଦବିବାଦ କରିଥିଲେ। ଏହା ପରେ ଶାସକ ଦଳର ସାଂସଦମାନେ ତାଙ୍କୁ ଘେରିଯାଇ ମାଡ ମାରିବା ଆରମ୍ଭ କରିଥିଲେ।

ବିରୋଧୀ ସାଂସଦ ମଧ୍ୟ ନିଜକୁ ରକ୍ଷା କରିବା ପାଇଁ ଶାସକ ଦଳର ସାଂସଦଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ମାଡପିଟ ସମୟରେ ଅହମ୍ମଦଙ୍କ ବେକ ଓ ମୁହଁରୁ ରକ୍ତ ବାହାରିବା ଆରମ୍ଭ ହୋଇଥିଲା। ଏହା ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଥିଲା।

The post ତୁର୍କୀ ସଂସଦରେ ମାଡପିଟ, ବିରୋଧି ସାଂସଦଙ୍କ ବେକରୁ ଝରିଲା ଲହୁ, ହସ୍ପିଟାଲରେ ଭର୍ତ୍ତି appeared first on Dharitri Odia News.