ଟ୍ରେନ୍‌ ଟ୍ରାକ୍‌ରେ ଚଳାଉଥିଲେ କାର୍‌: ଲୋକେ ଡାକିଲେ ଶୁଣିଲେନି, ଆଉ ତା’ପରେ ଘଟିଲା…

ବେଙ୍ଗାଲୁରୁ,୩।୨: କର୍ନାଟକର ଟେକାଲ ରେଳ ଷ୍ଟେଶନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଯେତେବେଳେ ଜଣେ ମଦ୍ୟପ ବ୍ୟକ୍ତି ରେଳ ଷ୍ଟେଶନ ପରିସରରେ ତାଙ୍କ କାର ଚଳାଇ ଦେଇଥିଲେ। କେବଳ ଏତିକି ନୁହେଁ, ବ୍ୟକ୍ତି ଜଣକ ଏଠାରେ ଅଟକି ନ ଥିଲେ ଏବଂ କାରଟିକୁ ପ୍ଲାଟଫର୍ମ ଉପରେ ନେଇଗଲେ ଏବଂ ତା’ପରେ ରେଳ ଟ୍ରାକ ଉପରେ ଚଲାଇଲେ। ଆଶ୍ୱସ୍ତିର କଥା ହେଉଛି ଯେ, କାରଟି ରେଳ ଟ୍ରାକରେ ଥିବାବେଳେ ଟ୍ରେନ ସେବା ଚାଲୁ ନ ଥିଲା। ଏହି […] The post ଟ୍ରେନ୍‌ ଟ୍ରାକ୍‌ରେ ଚଳାଉଥିଲେ କାର୍‌: ଲୋକେ ଡାକିଲେ ଶୁଣିଲେନି, ଆଉ ତା’ପରେ ଘଟିଲା… appeared first on Dharitri Odia News.

ଟ୍ରେନ୍‌ ଟ୍ରାକ୍‌ରେ ଚଳାଉଥିଲେ କାର୍‌: ଲୋକେ ଡାକିଲେ ଶୁଣିଲେନି, ଆଉ ତା’ପରେ ଘଟିଲା…

ବେଙ୍ଗାଲୁରୁ,୩।୨: କର୍ନାଟକର ଟେକାଲ ରେଳ ଷ୍ଟେଶନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଯେତେବେଳେ ଜଣେ ମଦ୍ୟପ ବ୍ୟକ୍ତି ରେଳ ଷ୍ଟେଶନ ପରିସରରେ ତାଙ୍କ କାର ଚଳାଇ ଦେଇଥିଲେ। କେବଳ ଏତିକି ନୁହେଁ, ବ୍ୟକ୍ତି ଜଣକ ଏଠାରେ ଅଟକି ନ ଥିଲେ ଏବଂ କାରଟିକୁ ପ୍ଲାଟଫର୍ମ ଉପରେ ନେଇଗଲେ ଏବଂ ତା’ପରେ ରେଳ ଟ୍ରାକ ଉପରେ ଚଲାଇଲେ।

ଆଶ୍ୱସ୍ତିର କଥା ହେଉଛି ଯେ, କାରଟି ରେଳ ଟ୍ରାକରେ ଥିବାବେଳେ ଟ୍ରେନ ସେବା ଚାଲୁ ନ ଥିଲା। ଏହି କାରଣରୁ, ବହୁତ କ୍ଷତି ହୋଇ ନ ଥିଲା। ଏକ କ୍ରେନ ସାହାଯ୍ୟରେ କାରଟିକୁ ଟ୍ରାକରୁ ବାହାର କରାଯାଇଥିଲା। କୁହାଯାଉଛି ଯେ, ରାକେଶ ନାମକ ଜଣେ ବ୍ୟକ୍ତି ତାଙ୍କ ମାରୁତି ସ୍ବିଫ୍ଟ ଡିଜାୟାରରେ ଥିଲେ ଏବଂ ସେ ଏତେ ମଦ୍ୟପାନ କରିଥିଲେ ଯେ ସେ ବେହୋସ ହୋଇଯାଇଥିଲେ।
ମଦ୍ୟପାନ କରିବା ଯୋଗୁ ସେ କାରର ଭାରସାମ୍ୟ ହରାଇ ସିଡ଼ି ଦେଇ ସିଧା ରେଳ ପ୍ଲାଟଫର୍ମକୁ କାର ଚଢାଇ ଦେଇଥିଲେ। ଲୋକେ ଡାକିଥିଲେ, ସେ ଶୁଣି ନ ଥିଲେ। ଏହି ଘଟଣା ଘଟିବା ମାତ୍ରେ ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଘଟଣାସ୍ଥଳରେ ପହଞ୍ଚି ରେଳ ଅଧିକାରୀଙ୍କୁ ଏ ବିଷୟରେ ଜଣାଇଥିଲେ।

ରେଳ ପ୍ରଶାସନ ଏ ବିଷୟରେ ସୂଚନା ପାଇବା ମାତ୍ରେ ତୁରନ୍ତ ଜେସିବି ବୁଲଡୋଜର ଡକାଯାଇ କାରଟିକୁ ରେଳ ଟ୍ରାକରୁ ହଟାଇ ଦିଆଯାଇଥିଲା। ଏହି ସମୟରେ, କାରର ସମ୍ମୁଖ ଭାଗ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା। ସୂଚନା ଅନୁଯାୟୀ, ଡ୍ରାଇଭରଙ୍କୁ କୌଣସି ଗୁରୁତର ଆଘାତ ଲାଗିନାହିଁ। ଏଥିସହିତ, ପୋଲିସ ଡ୍ରାଇଭରଙ୍କୁ ହେପାଜତକୁ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି।

ପୋଲିସ ରାକେଶର ଡାକ୍ତରୀ ପରୀକ୍ଷା କରିବା ପରେ ଜଣାପଡିଲା ଯେ, ସେ ମଦ୍ୟପାନ କରିଥିଲେ। ବଡ଼ କଥା ହେଉଛି ସେହି ସମୟରେ ରେଳ ଟ୍ରାକରେ କୌଣସି ଟ୍ରେନ ଆସିବାକୁ ନ ଥିଲା, ଯାହା ଯୋଗୁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା।

The post ଟ୍ରେନ୍‌ ଟ୍ରାକ୍‌ରେ ଚଳାଉଥିଲେ କାର୍‌: ଲୋକେ ଡାକିଲେ ଶୁଣିଲେନି, ଆଉ ତା’ପରେ ଘଟିଲା… appeared first on Dharitri Odia News.