ଟ୍ରେନ୍ ଡବାରେ ବିଳାଶପୂର୍ଣ୍ଣ ହୋଟେଲ୍, ଦିନକର ଭଡା ୪୪ ହଜାର ଟଙ୍କା
ମୁମ୍ଵାଇ ୦୬।୦୯: ଏକ ପୁରୁଣା ଟ୍ରେନ୍ ଡବାକୁ କିଭଳି ଭାବେ ବ୍ୟବହାର କରାଯାଇପାରିବ । ଅଧିକାଂଶ ଲୋକ ହୁଏତ ତାକୁ ବିକ୍ରି କରି କିଛି ଟଙ୍କା ପାଇବାକୁ ଚାହିଁବେ । ଆମେରିକା ଇଦାହୋର ବାସିନ୍ଦା ଇସାକ୍ ଫ୍ରେଞ୍ଚ୍ଙ୍କ ପରିବାର କିନ୍ତୁ ଏ କ୍ଷେତ୍ରରେ କିଛି ଅଲଗା କରିଛନ୍ତି । ସେମାନେ ଏକ ପୁରୁଣା ଟ୍ରେନ୍ ଡବାକୁ ଏକ ବିଳାସମୟ ହୋଟେଲ୍ରେ ପରିଣତ କରିଛନ୍ତି । ତାକୁ ଏଭଳି ଭାବେ ନବୀକରଣ କରାଯାଇଛି ଯେ ଦେଖିବା ଲୋକଙ୍କୁ ତାହା ଏକ କ୍ଲାସିକ୍ ହଲିଉଡ୍ ଫିଲ୍ମର ସେଟ୍ ଭଳି ଲାଗିବ । ସେହି ହୋଟେଲରେ ଦିନଟିଏ ରହିବାର ଭଡ଼ା ହେଉଛି ଭାରତୀୟ ମୁଦ୍ରାରେ ପ୍ରାୟ ୪୪ ହଜାର ଟଙ୍କା । ନିଜେ ଇସାକ୍ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମରେ ଏହି ନିଆରା କାହାଣୀ ସେୟାର କରିଛନ୍ତି । ସେ ଲେଖିଛନ୍ତି, କିଛି ବର୍ଷ ଆଗରୁ ତାଙ୍କ ବାପା ଏହି ୧୨୦ ବର୍ଷ ପୁରୁଣା ଟ୍ରେନ୍ ଡବାକୁ ୨୦୦୦ ଡଲାର ଦେଇ କିଣିଥିଲେ । ସେତେବେଳେ ତାହା ଅତି ଜରାଜୀର୍ଣ୍ଣ ସ୍ଥିତିରେ ଥିଲା । ପ୍ରାୟ ୨୦ଟି ବିଲେଇ ତାକୁ ନିଜର ଘର କରିଥିଲେ । ଭିତରେ ସବୁ ସ୍ଥାନରେ କଳଙ୍କି ଲାଗିଥିବାବେଳେ ପ୍ରବଳ ଦୁର୍ଗନ୍ଧ ଆସୁଥିଲା । ତାକୁ କିଣିବା ପରେ କ’ଣ କରାଯିବ ବୋଲି ସବୁବେଳେ ସେମାନେ ଚିନ୍ତା କରୁଥିଲେ । ଶେଷରେ ତାକୁ ଏକ ହୋଟେଲର ରୂପ ଦେବାକୁ ନିଷ୍ପତ୍ତି ନିଆଗଲା । ୫ ମାସର କଠିନ ପରିଶ୍ରମ ଓ ୧୪୭ ହଜାର ଡଲାର ବିନିଯୋଗରେ ତାର ରୂପକୁ ସେମାନେ ସଂପୂର୍ଣ୍ଣ ବଦଳାଇ ଦେଇଛନ୍ତି । ସେଥି
ମୁମ୍ଵାଇ ୦୬।୦୯: ଏକ ପୁରୁଣା ଟ୍ରେନ୍ ଡବାକୁ କିଭଳି ଭାବେ ବ୍ୟବହାର କରାଯାଇପାରିବ । ଅଧିକାଂଶ ଲୋକ ହୁଏତ ତାକୁ ବିକ୍ରି କରି କିଛି ଟଙ୍କା ପାଇବାକୁ ଚାହିଁବେ । ଆମେରିକା ଇଦାହୋର ବାସିନ୍ଦା ଇସାକ୍ ଫ୍ରେଞ୍ଚ୍ଙ୍କ ପରିବାର କିନ୍ତୁ ଏ କ୍ଷେତ୍ରରେ କିଛି ଅଲଗା କରିଛନ୍ତି । ସେମାନେ ଏକ ପୁରୁଣା ଟ୍ରେନ୍ ଡବାକୁ ଏକ ବିଳାସମୟ ହୋଟେଲ୍ରେ ପରିଣତ କରିଛନ୍ତି । ତାକୁ ଏଭଳି ଭାବେ ନବୀକରଣ କରାଯାଇଛି ଯେ ଦେଖିବା ଲୋକଙ୍କୁ ତାହା ଏକ କ୍ଲାସିକ୍ ହଲିଉଡ୍ ଫିଲ୍ମର ସେଟ୍ ଭଳି ଲାଗିବ । ସେହି ହୋଟେଲରେ ଦିନଟିଏ ରହିବାର ଭଡ଼ା ହେଉଛି ଭାରତୀୟ ମୁଦ୍ରାରେ ପ୍ରାୟ ୪୪ ହଜାର ଟଙ୍କା ।
ନିଜେ ଇସାକ୍ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମରେ ଏହି ନିଆରା କାହାଣୀ ସେୟାର କରିଛନ୍ତି । ସେ ଲେଖିଛନ୍ତି, କିଛି ବର୍ଷ ଆଗରୁ ତାଙ୍କ ବାପା ଏହି ୧୨୦ ବର୍ଷ ପୁରୁଣା ଟ୍ରେନ୍ ଡବାକୁ ୨୦୦୦ ଡଲାର ଦେଇ କିଣିଥିଲେ । ସେତେବେଳେ ତାହା ଅତି ଜରାଜୀର୍ଣ୍ଣ ସ୍ଥିତିରେ ଥିଲା । ପ୍ରାୟ ୨୦ଟି ବିଲେଇ ତାକୁ ନିଜର ଘର କରିଥିଲେ । ଭିତରେ ସବୁ ସ୍ଥାନରେ କଳଙ୍କି ଲାଗିଥିବାବେଳେ ପ୍ରବଳ ଦୁର୍ଗନ୍ଧ ଆସୁଥିଲା । ତାକୁ କିଣିବା ପରେ କ’ଣ କରାଯିବ ବୋଲି ସବୁବେଳେ ସେମାନେ ଚିନ୍ତା କରୁଥିଲେ । ଶେଷରେ ତାକୁ ଏକ ହୋଟେଲର ରୂପ ଦେବାକୁ ନିଷ୍ପତ୍ତି ନିଆଗଲା । ୫ ମାସର କଠିନ ପରିଶ୍ରମ ଓ ୧୪୭ ହଜାର ଡଲାର ବିନିଯୋଗରେ ତାର ରୂପକୁ ସେମାନେ ସଂପୂର୍ଣ୍ଣ ବଦଳାଇ ଦେଇଛନ୍ତି ।
ସେଥିରେ ବେଡ୍ରୁମ୍, ବାଥରୁମ୍, କିଚେନ୍, ଲାଉଞ୍ଜ ଭଳି ସବୁ ପ୍ରକାର ସୁବିଧା ରହିଛି । ବର୍ତ୍ତମାନ ତାହା ଦେଶର ଅନ୍ୟତମ ବିଳାସବହୁଳ ହୋଟେଲ । ଏହି ଟ୍ରେନ୍ ରହଣି ଯାତ୍ରୀମାନଙ୍କୁ ପୁରୁଣା ଯୁଗର ଏକ ରୋମାଞ୍ଚକର ଅନୁଭବ ପ୍ରଦାନ କରୁଛି । ଏଠାକାର ଇଣ୍ଟେରିଅର ରାଜକୀୟ ଅନୁଭବ ଦେଉଛି । ଏହାର ପ୍ରତି କୋଣ ଇତିହାସ ଓ ଆଧୁନିକତାର ସମ୍ମିଶ୍ରଣ । ସେଥିଲାଗି ଭ୍ରମଣପ୍ରିୟ ଲୋକେ ଏହାକୁ ପ୍ରଥମ ପସନ୍ଦ ଭାବେ ବାଛୁଥିବା ଇସାକ୍ କହିଛନ୍ତି ।