ସହିପାରିଲେନି ଶାଶୂଘର ନିର୍ଯାତନା, ଯୌତୁକ ଜୁଇରେ ଜଳିଗଲେ ନବବଧୂ

ମହାକାଳପଡ଼ା ୨୩।୦୪ : ଯୌତୁକ ଜୁଇରେ ଜଳିଗଲା ନବବଧୂ । ଶାଶୂଘର ଲୋକଙ୍କ ନିର୍ଯାତନା ସହିନପାରି , ଶେଷରେ ଜୀବନ ହାରିଦେଲେ ନବ ବିବାହିତା । ତାହା ପୁଣି ସାମାନ୍ୟ ଏକ ମୋଟର ସାଇକେଲ ଲାଗି । କେନ୍ଦ୍ରାପଡ଼ା ଜମ୍ବୁ ସାମୁଦ୍ରିକ ଥାନା ସ୍କୁଲ ଘେରି ଗାଁରୁ ଆସିଛି ଏପରି ଅଭାବନୀୟ ଘଟଣା । ଖବର ଅନୁଯାୟୀ, ରାଜନଗର ବ୍ଲକ ଗୁପ୍ତି ପଞ୍ଚାୟତର ଅଶୋକ ଗାଇନିଙ୍କ ଝିଅ ରେଖା ଜମ୍ବୁ ସାମୁଦ୍ରି ଥାନା ସ୍କୁଲ ଘେରି ଗାଁର ଅମଲ ବିଶ୍ୱାସଙ୍କ ପୁଅ ଲକ୍ଷ୍ମୀକାନ୍ତ ବିଶ୍ୱାସଙ୍କୁ ବିବାହ କରିଥିଲେ । ବିବାହ ପରର ଦୁଇ ମାସ ଦାମ୍ପତ୍ୟ ଜୀବନ ସବୁ ଠିକ୍‌ ଠାକ୍‌ ଚାଲିଥିଲା । ବିବାହ ସମୟରେ ବାପ ଘର ଲୋକେ ଏକ ମଟର ସାଇକେଲ୍ ଦେବାକୁ କହିଥିଲେ । ହେଲେ ପରେ ମଟର ସାଇକେଲ୍‌ ଦେବାକୁ ଅକ୍ଷମ ହୋଇଥିଲେ । ମଟର ସାଇକେଲ୍‌ ଦେବାକୁ ବିଳମ୍ବ କରିବାକୁ ଶାଶୂ ଘର ଲୋକେ ବାରମ୍ବାର ରେଖାକୁ ନିର୍ଯାତନା ଦେଉଥିଲେ । ଏପିରିକି ନବବଧୂ ଜଣଙ୍କ ନିଜ ମାତୃତ୍ୱ ହରାଇବାକୁ ମଧ୍ୟ ପଡିଥିଲା । ଆଉ ଏବେ ନିର୍ଯାତନା ସହିନପାରି ନିଜ ଜୀବନ ହାରିଛନ୍ତି ରେଖା ।  ଶାଶୂ ଘର ଲୋକ ଆତ୍ମହତ୍ୟା କରିଥିବା କଥା କହୁଥିଲା ବେଳେ ବାପଘର ଲୋକ ହତ୍ୟା ଅଭିଯୋଗ କରିଛନ୍ତି । ତାଙ୍କ ଝିଅକୁ ଶାଶୂ ଘର ଲୋକ ମାରି ଦେଇଥିବା ଅଭିଯୋଗ କରିଛନ୍ତି । ଏନେଇ ଜମ୍ବୁ ସାମୁଦ୍ରିକ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ପୋଲିସ ସ୍ୱାମୀ ଲକ୍ଷ୍ମୀକାନ୍ତ ବିଶ୍ୱାସକୁ ଅଟକ ରଖି ତଦନ୍ତ କରୁଛ

ସହିପାରିଲେନି ଶାଶୂଘର ନିର୍ଯାତନା,  ଯୌତୁକ ଜୁଇରେ ଜଳିଗଲେ ନବବଧୂ

ମହାକାଳପଡ଼ା ୨୩।୦୪ : ଯୌତୁକ ଜୁଇରେ ଜଳିଗଲା ନବବଧୂ । ଶାଶୂଘର ଲୋକଙ୍କ ନିର୍ଯାତନା ସହିନପାରି , ଶେଷରେ ଜୀବନ ହାରିଦେଲେ ନବ ବିବାହିତା । ତାହା ପୁଣି ସାମାନ୍ୟ ଏକ ମୋଟର ସାଇକେଲ ଲାଗି । କେନ୍ଦ୍ରାପଡ଼ା ଜମ୍ବୁ ସାମୁଦ୍ରିକ ଥାନା ସ୍କୁଲ ଘେରି ଗାଁରୁ ଆସିଛି ଏପରି ଅଭାବନୀୟ ଘଟଣା । 

ଖବର ଅନୁଯାୟୀ, ରାଜନଗର ବ୍ଲକ ଗୁପ୍ତି ପଞ୍ଚାୟତର ଅଶୋକ ଗାଇନିଙ୍କ ଝିଅ ରେଖା ଜମ୍ବୁ ସାମୁଦ୍ରି ଥାନା ସ୍କୁଲ ଘେରି ଗାଁର ଅମଲ ବିଶ୍ୱାସଙ୍କ ପୁଅ ଲକ୍ଷ୍ମୀକାନ୍ତ ବିଶ୍ୱାସଙ୍କୁ ବିବାହ କରିଥିଲେ । ବିବାହ ପରର ଦୁଇ ମାସ ଦାମ୍ପତ୍ୟ ଜୀବନ ସବୁ ଠିକ୍‌ ଠାକ୍‌ ଚାଲିଥିଲା । ବିବାହ ସମୟରେ ବାପ ଘର ଲୋକେ ଏକ ମଟର ସାଇକେଲ୍ ଦେବାକୁ କହିଥିଲେ । ହେଲେ ପରେ ମଟର ସାଇକେଲ୍‌ ଦେବାକୁ ଅକ୍ଷମ ହୋଇଥିଲେ । ମଟର ସାଇକେଲ୍‌ ଦେବାକୁ ବିଳମ୍ବ କରିବାକୁ ଶାଶୂ ଘର ଲୋକେ ବାରମ୍ବାର ରେଖାକୁ ନିର୍ଯାତନା ଦେଉଥିଲେ । ଏପିରିକି ନବବଧୂ ଜଣଙ୍କ ନିଜ ମାତୃତ୍ୱ ହରାଇବାକୁ ମଧ୍ୟ ପଡିଥିଲା । ଆଉ ଏବେ ନିର୍ଯାତନା ସହିନପାରି ନିଜ ଜୀବନ ହାରିଛନ୍ତି ରେଖା ।  ଶାଶୂ ଘର ଲୋକ ଆତ୍ମହତ୍ୟା କରିଥିବା କଥା କହୁଥିଲା ବେଳେ ବାପଘର ଲୋକ ହତ୍ୟା ଅଭିଯୋଗ କରିଛନ୍ତି । ତାଙ୍କ ଝିଅକୁ ଶାଶୂ ଘର ଲୋକ ମାରି ଦେଇଥିବା ଅଭିଯୋଗ କରିଛନ୍ତି । ଏନେଇ ଜମ୍ବୁ ସାମୁଦ୍ରିକ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ପୋଲିସ ସ୍ୱାମୀ ଲକ୍ଷ୍ମୀକାନ୍ତ ବିଶ୍ୱାସକୁ ଅଟକ ରଖି ତଦନ୍ତ କରୁଛି ।