ଓ୍ବାୟନାଡ ଭୂ-ସ୍ଖଳନରେ ମୃତ୍ୟୁ ସଂଖ୍ୟା ୩୫୮ ପାର୍; ରାଡାର ଡ୍ରୋନରେ ଚାଲିଛି ଉଦ୍ଧାର କାର୍ଯ୍ୟ
ନୂଆଦିଲ୍ଲୀ: କେରଳ ଓ୍ବାୟନାଡ ଭୁ-ସ୍ଖଳନର ପଞ୍ଚମ ଦିନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତ୍ୟୁ ସଂଖ୍ୟା ୩୫୮ ପାର୍ କରିଥିବା ବେଳେ ଏବେ ୨୫୦ରୁ ଅଧିକ ନିଖୋଜ ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବାକୁ ରେସକ୍ୟୁ ଟିମ୍ ଡିପ୍ ରାଡାର ମାଧ୍ୟମରେ ସର୍ଚ୍ଚ ଅପରେନ କରୁଛି । ମାଟି ତଳେ ପୋତି ହୋଇ ରହିଥିବା ଘର ଭିତରେ ଖୋଜଖୋଜି ଚଳାଇଛନ୍ତି ଅପରେସନ ଟିମ୍ । ଶୁକ୍ରବାର ଧ୍ବଂସାବଶେଷ ତଳୁ ୪ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ଅନ୍ୟପଟେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୧୮୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମେପାଡି ଭୁ-ସ୍ଖଳନରେ ପୀଡିତ ଏବଂ ମୃତଦେହକୁ ଉଦ୍ଧାର ପାଇଁ ରାଡାର ଯୁକ୍ତ ଡ୍ରୋନକୁ ନିୟୋଜିତ କରାଯାଇଛି । ଏହି ଡ୍ରୋନ ଭୂ-ପୃଷ୍ଠରୁ ୧୨୦ ମିଟର ଉଚ୍ଚତାରେ ଉଡ଼ିବା ସହିତ ପ୍ରାୟ ୪୦ ହେକ୍ଟର ଏରିଆ ସର୍ଚ୍ଚ କରିପାରିବ । ଏଥିରେ ରାଡାର ସିଷ୍ଟମକୁ ବ୍ୟବହାର କରାଯାଇଛି । ଏହି ଡ୍ରୋନ୍ ଶବ୍ଦ ତରଙ୍ଗ ପଠାଇଥାଏ ଏବଂ ଏହା ଦ୍ବାରା ମାଟି ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାରେ ସହଯୋଗ କରିଥାଏ । ଏହି ରାଡାର ଡ୍ରୋନ ଏବେ ଓ୍ବାୟନାଡ ଭୂ-ସ୍ଖଳନ ହୋଇଥିବା କ୍ଷେତ୍ରରେ ଉଦ୍ଧାରକାରୀଙ୍କୁ ସହଯୋଗ କରୁଛନ୍ତି । ରେସକ୍ୟୁ ସାମିଲ ହୋଇଥିବା ଜଣେ ଅଧିକାରୀ କହିଛନ୍ତି, ଭୂ-ସ୍ଖଳନରେ ଭୀଷଣ ଭାବେ ପ୍ରଭାବିତ ହୋଇଥିବା ମୁଣ୍ଡକ୍କାଇ ଗାଁରେ ସର୍ଚ୍ଚ ଅପରେସନ ସମୟରେ ଏହି ରାଡାର ଗ୍ରୀନ ସିଗନାଲ୍ ଦେଇଛି । ଲଗାତାର ନିଶ୍ବାସ ପ୍ରଶ୍ବାସ
ନୂଆଦିଲ୍ଲୀ: କେରଳ ଓ୍ବାୟନାଡ ଭୁ-ସ୍ଖଳନର ପଞ୍ଚମ ଦିନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତ୍ୟୁ ସଂଖ୍ୟା ୩୫୮ ପାର୍ କରିଥିବା ବେଳେ ଏବେ ୨୫୦ରୁ ଅଧିକ ନିଖୋଜ ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବାକୁ ରେସକ୍ୟୁ ଟିମ୍ ଡିପ୍ ରାଡାର ମାଧ୍ୟମରେ ସର୍ଚ୍ଚ ଅପରେନ କରୁଛି । ମାଟି ତଳେ ପୋତି ହୋଇ ରହିଥିବା ଘର ଭିତରେ ଖୋଜଖୋଜି ଚଳାଇଛନ୍ତି ଅପରେସନ ଟିମ୍ । ଶୁକ୍ରବାର ଧ୍ବଂସାବଶେଷ ତଳୁ ୪ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ଅନ୍ୟପଟେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୧୮୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ମେପାଡି ଭୁ-ସ୍ଖଳନରେ ପୀଡିତ ଏବଂ ମୃତଦେହକୁ ଉଦ୍ଧାର ପାଇଁ ରାଡାର ଯୁକ୍ତ ଡ୍ରୋନକୁ ନିୟୋଜିତ କରାଯାଇଛି । ଏହି ଡ୍ରୋନ ଭୂ-ପୃଷ୍ଠରୁ ୧୨୦ ମିଟର ଉଚ୍ଚତାରେ ଉଡ଼ିବା ସହିତ ପ୍ରାୟ ୪୦ ହେକ୍ଟର ଏରିଆ ସର୍ଚ୍ଚ କରିପାରିବ । ଏଥିରେ ରାଡାର ସିଷ୍ଟମକୁ ବ୍ୟବହାର କରାଯାଇଛି । ଏହି ଡ୍ରୋନ୍ ଶବ୍ଦ ତରଙ୍ଗ ପଠାଇଥାଏ ଏବଂ ଏହା ଦ୍ବାରା ମାଟି ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାରେ ସହଯୋଗ କରିଥାଏ । ଏହି ରାଡାର ଡ୍ରୋନ ଏବେ ଓ୍ବାୟନାଡ ଭୂ-ସ୍ଖଳନ ହୋଇଥିବା କ୍ଷେତ୍ରରେ ଉଦ୍ଧାରକାରୀଙ୍କୁ ସହଯୋଗ କରୁଛନ୍ତି ।
ରେସକ୍ୟୁ ସାମିଲ ହୋଇଥିବା ଜଣେ ଅଧିକାରୀ କହିଛନ୍ତି, ଭୂ-ସ୍ଖଳନରେ ଭୀଷଣ ଭାବେ ପ୍ରଭାବିତ ହୋଇଥିବା ମୁଣ୍ଡକ୍କାଇ ଗାଁରେ ସର୍ଚ୍ଚ ଅପରେସନ ସମୟରେ ଏହି ରାଡାର ଗ୍ରୀନ ସିଗନାଲ୍ ଦେଇଛି । ଲଗାତାର ନିଶ୍ବାସ ପ୍ରଶ୍ବାସ ନେଉଥିବା କୌଣସି ଜୀବଙ୍କ ସଙ୍କେତ ଦେଇଛି । ଓ୍ବାୟନାଡ ଭୁ-ସ୍ଖଳନର ଶେଷ ଅପଡେଟ୍ ସୁଦ୍ଧା ମୃତ୍ୟୁ ସଂଖ୍ୟା ୩୫୮ ପାର୍ କରିଛି ଏବଂ ୨୫୦ ଅଧିକ ଏବେବି ନିଖୋଜ ରହିଛନ୍ତି । ତେବେ ନିଖୋଜଙ୍କୁ ଖୋଜିବାକୁ ଜୋରଦାର ପ୍ରାୟସ ଚାଲିଛି ।..