ଟ୍ରେନ୍ ରେ ଯିବା ବାଟରେ ଟେକା ବାଜି ଚାଲିଗଲା ଯୁବକଙ୍କ ଜୀବନ
ଭୈୟା ହାମ ନା ଘରମେ ଇସବାର ସବ ମୀଲକେ ବହୁତ ଆଛାସେ ଔର ବଡି ଧୁମ ଧାମ ସେ ତ୍ଵିହାର ମନାଏଙ୍ଗେ l ଘର କୋ ବହୁତ ବଢିଆ ସେ ସଜାଏଙ୍ଗେ l ମଜ୍ଜା ଆଯାଏଗା ଦେଖ ନା l ….ଏମିତି ଟ୍ରେନ ରେ ଘରକୁ ଫେରିଲା ବେଳେ ରାସ୍ତାରେ ଦୁଇ ଭାଇ ବହୁତ ମଜ୍ଜା ମଜିଲିସ କରି କଥା ହୋଇ ଆସୁଥିଲେ । ଏବଂ କଣ କରିବେ ପୂଜାରେ କଣ କଣ ହେବ ସବୁ ପ୍ଲାନ […] The post ଟ୍ରେନ୍ ରେ ଯିବା ବାଟରେ ଟେକା ବାଜି ଚାଲିଗଲା ଯୁବକଙ୍କ ଜୀବନ appeared first on KNews Odisha.

ଭୈୟା ହାମ ନା ଘରମେ ଇସବାର ସବ ମୀଲକେ ବହୁତ ଆଛାସେ ଔର ବଡି ଧୁମ ଧାମ ସେ ତ୍ଵିହାର ମନାଏଙ୍ଗେ l ଘର କୋ ବହୁତ ବଢିଆ ସେ ସଜାଏଙ୍ଗେ l ମଜ୍ଜା ଆଯାଏଗା ଦେଖ ନା l ….ଏମିତି ଟ୍ରେନ ରେ ଘରକୁ ଫେରିଲା ବେଳେ ରାସ୍ତାରେ ଦୁଇ ଭାଇ ବହୁତ ମଜ୍ଜା ମଜିଲିସ କରି କଥା ହୋଇ ଆସୁଥିଲେ । ଏବଂ କଣ କରିବେ ପୂଜାରେ କଣ କଣ ହେବ ସବୁ ପ୍ଲାନ ବଡ଼ ଭାଇ ମୁନା କୁମାର ଆଉ ସାନ ଭାଇ ପ୍ରିନ୍ସ ଟ୍ରେନ ବସି ଆସିଲା ବେଳେ ଗୋଟି ଗୋଟି କରି ଭାବୁ ଥିଲେ l ଦୁଇ ଭାଇ ମିଶି ଦ୍ୱି ପହର ମଧ୍ୟାହ୍ନ ଭୋଜନ ଵି କଲେ l ତାପରେ ଏହି କଥା ଏତିକି ଅଧୁରା ରହିଗଲା l ଆଉ ପ୍ରିନ୍ସ ଫେରି ପାରିନଥିଲା ନିଜ ଘରକୁ l ଏମିତି ଘଟଣା ଟ୍ରେନ ଭିତରେ ଘଟିଲା ଯାହା ଆଗରୁ କେବେ ଏମିତି କାହା ସହ ଘଟିନଥିବ । ଏଭଳି ଅଦ୍ଭୁତ ଭାବରେ ଜୀବନ ଯିବା ଭଳି ବିରଳ ।
ଆପଣ ଭାବୁଥିବେ କୌଣସି ଟ୍ରେନ୍ ଦୁର୍ଘଟଣା ଘଟିଥିବ ନିଶ୍ଚୟ ନଚେତ୍ କୌଣସି ପ୍ରାକୃତିକ ଘଟଣା ଘଟିଥିବ । କିନ୍ତୁ ସେମିତି କିଛି ନୁହେଁ । କିପରି ହଠାତ୍ ପ୍ରୀନ୍ସଙ୍କ ଜୀବନ ଯାଇଛି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।କାହିଁକି ପ୍ରିନ୍ସ ଫେରି ପାରିନଥିଲା ନିଜ ଘରକୁ, କଣ ଘଟିଥିଲା ତାଙ୍କ ସହ । ପ୍ରିନ୍ସ ସହ ଆଉ ତା ଭାଇ ମୁନା କୁମାର ସହିତ ଘଟିଲା ନାହିଁ କାହିଁକି l କଣ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଲା l ପ୍ରିନ୍ସ କିଏ ତାଙ୍କ ଘର କଉଠି ଏସବୁ କଥା ଜାଣିବା l
ବିହାର ରାଜ୍ୟ କାଠିଆଡ଼ ଜିଲ୍ଲା ଏକ ଅପହଞ୍ଚ ଅଞ୍ଚଳର ବିଜୁଟୋଲବେସରିଆ ଛୋଟିଆ ଗାଁ ଟିଏ l ସେହି ଗାଁ ର ନାଗେନ୍ଦ୍ର ମିସ୍ତ୍ରୀଙ୍କ ପୁଅ ମୁନା କୁମାର ଆଉ ପ୍ରିନ୍ସ କୁମାର ଦୁଇ ଭାଇ ଘର ଘର ଆର୍ଥିକ ସ୍ଥିତି ଭଲ ନଥିବାରୁ ରୋଜଗାର ପାଇଁ ଆନ୍ଧ୍ର ପ୍ରଦେଶ ବାହାରିଲେ l ସେଠାରେ ଯାଇ ଦୁଇ ଭାଇ ଦୀର୍ଘ ଦୁଇ ତିନି ମାସ ହେଲା କାଠ କାମରେ ନିୟୋଜିତ ଥିଲେ l ଆଉ ଘରକୁ ଦୁଇ ପଇସା ପଠାଉଥିଲେ ସେଥିରେ ପରିବାର ସୁରୁଖୁରରେ ଚଳିଥିଲା । ଘରେ ଆଉ ତିନି ଚାରି ଦିନ ପରେ ପର୍ବ ପର୍ବାଣୀ କଣ ଥିଲା ତାକୁ ପାଳନ କରିବାକୁ ଦୁଇ ଭାଇ କୁର୍ଲା ଭୁବନେଶ୍ୱର ନାମକ ଏକ ଟ୍ରେନ ଯୋଗେ ଆନ୍ଧ୍ର ପ୍ରଦେଶ ରୁ ଭୁବନେଶ୍ୱର ଆସୁଥିଲେ l ପୁଣି ଭୁବନେଶ୍ୱରରୁ ଅନ୍ୟ ଟ୍ରେନରେ ବିହାର ନିଜ ଗାଁ କୁ ଯାଇଥାଆନ୍ତେ l କେତେ ମଜା କେତେ କଣ ଚାଲିଥିଲା l ହେଲେ ସବୁ ମଜା କ୍ଷଣକ ଭିତରେ ସଜ୍ଜା ହୋଇଗଲା । ସବୁକିଛି ଫସର ଫାଟିଗଲା l
ଭୁବନେଶ୍ୱର ଷ୍ଟେସନରେ କୁର୍ଲା ଭୁବନେଶ୍ୱର ଟ୍ରେନ ପହଞ୍ଚିବାକୁ ଆଉ ଅଳ୍ପ ସମୟ ଅଛି କୋଉଠି ଯମ ଛକି ବସିଥିଲା କେଜାଣି ହଠାତ ଟେକାଟିଏ ଆସି ପ୍ରିନ୍ସର ମୁଣ୍ଡରେ ବାଜିଲା l ଟ୍ରେନ ଭିତରେ ବସିଥିବା ସାନ ଭାଇ ପ୍ରିନ୍ସ ସେଇଠାରେ ଟଳି ପଡିଲା । ମୁନା କୁମାର ଜିଆରପି ପୋଲିସ ସମସ୍ତେ ମିଶି ପ୍ରିନ୍ସ କୁ କ୍ୟାପିଟାଲ ହସ୍ପିଟାଲ ନେଇ ଆସିଲେ l କିନ୍ତୁ ଡାକ୍ତର ସେଠାରେ ମୃତ ଘୋଷଣା କଲେ l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଘଟଣା ଭୁବନେଶ୍ୱରଠାରୁ ବାପୁଜୀ ନଗର ମଧ୍ୟରେ ହିଁ ଘଟିଛି । ତେବେ ଏହି ଘଟଣା ପରେ ରେଲୱେ ର ବିଭିନ୍ନ ବିଭାଗ ଯାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ପ୍ରଥମ ପର୍ଯ୍ୟାୟ ରେଲୱେ ବିଭାଗ ମୃତ ଯୁବକଙ୍କୁ କ୍ଷତି ପୁରଣ ବାବଦକୁ କେତେ ଲକ୍ଷ ଟଙ୍କା ଦିଆ ଯାଇଥିଲା l ଆଉ ଆଗକୁ ଜିରପି ପୋଲିସ ତଦନ୍ତ ଜାରି ରଖିଛନ୍ତି l
The post ଟ୍ରେନ୍ ରେ ଯିବା ବାଟରେ ଟେକା ବାଜି ଚାଲିଗଲା ଯୁବକଙ୍କ ଜୀବନ appeared first on KNews Odisha.