ଟ୍ରେନ୍ ସିଟ୍ରେ ନୁହେଁ ବରଂ ଛାତ ଉପରେ ଶୋଇ ଯାଉଥିଲେ ୪୦୦କି.ମି, ଜାଣନ୍ତୁ ମାମଲା କଣ ?
ନୂଆଦିଲ୍ଲୀ ୦୫।୦୪: ଅଳ୍ପକେ ବର୍ତ୍ତିଗଲା ଯାତ୍ରୀଙ୍କ ଜୀବନ। ଦୁଃସାହାସିକ ପଦକ୍ଷେପ ପାଇଁ ଜୀବନ ଯାଇଥାନ୍ତା। ବାସ୍ତବରେ ଜଣେ ଯାତ୍ରୀ ଟ୍ରେନ୍ ସିଟ୍ରେ ନୁହେଁ ବରଂ ଛାତ ଉପରେ ଶୋଇ ଯାତ୍ରା କରୁଥିଲେ । ସେ ପୁଣି ଗୋଟେ କି ଦୁଇ କିଲୋମିଟର ନୁହେଁ ବରଂ ୪୦୦ କି.ମି । ଏପରି ଏକ ଘଟଣା ଗୁରୁବାର ଦେଖିବାକୁ ମିଳିଥିଲା । ଦିଲ୍ଲୀ-ଗୋରଖପୁର ହମସଫର୍ ଏକ୍ସପ୍ରେସର ଛାତ ଉପରେ ଯାତ୍ରୀ ଜଣକ ଯାତ୍ରା କରୁଥିଲେ । ବ୍ୟକ୍ତି ଜଣକ ହେଉଛନ୍ତି ଫତେପୁରର ଦିଲ୍ଲୀପ । ସୂଚନା ମୁତାବକ ଦିଲ୍ଲୀପ ଟ୍ରେନ୍ର B-11 AC କୋଚ୍ର ଛାତ ଉପରେ ଶୋଇ ଯାତ୍ରା କରୁଥିଲେ। ଜଣେ ଯାତ୍ରୀ ଦିଲ୍ଲୀପଙ୍କୁ ଛାତ ଉପରେ ଦେଖି ଆଲାରାମ୍ ବଜାଇଥିଲେ । ଏହାପରେ କାନପୁର ଷ୍ଟେସନ୍ର ରେଳ କର୍ମଚାରୀଙ୍କ ସମେତ RPF ଓ GRP ଇନ୍ସପେକ୍ଟର ତାଙ୍କୁ ଉଦ୍ଧାର କରିଥିଲେ। ଦିଲ୍ଲୀପଙ୍କୁ ଉଦ୍ଧାର କରିବା କଷ୍ଟସାଧ୍ୟ ଥିଲା। କାରଣ ମୁଣ୍ତ ଉପରେ ୨୫ ହଜାର ଭୋଲ୍ଟର ଇଲେକ୍ଟ୍ରିକ ତାର ରହିଥିଲା। ଟିକିଏ ଭୁଲ ହୋଇଥିଲେ ଅନେକଙ୍କ ପ୍ରାଣ ଯାଇଥାନ୍ତା । ପ୍ରାୟ ୨୦ ମିନିଟ୍ର ଅପରେସନ୍ ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଏହାକୁ ନେଇ କିଛି ଉତ୍ତର ଦେଇନାହାନ୍ତି ଦିଲ୍ଲୀପ । ବର୍ତ୍ତମାନ ପରିବାର ଲୋକଙ୍କ ସହ ସେ ଘରକୁ ଯାଇଛନ୍ତି । ସେହି ସମୟର ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
ନୂଆଦିଲ୍ଲୀ ୦୫।୦୪: ଅଳ୍ପକେ ବର୍ତ୍ତିଗଲା ଯାତ୍ରୀଙ୍କ ଜୀବନ। ଦୁଃସାହାସିକ ପଦକ୍ଷେପ ପାଇଁ ଜୀବନ ଯାଇଥାନ୍ତା। ବାସ୍ତବରେ ଜଣେ ଯାତ୍ରୀ ଟ୍ରେନ୍ ସିଟ୍ରେ ନୁହେଁ ବରଂ ଛାତ ଉପରେ ଶୋଇ ଯାତ୍ରା କରୁଥିଲେ । ସେ ପୁଣି ଗୋଟେ କି ଦୁଇ କିଲୋମିଟର ନୁହେଁ ବରଂ ୪୦୦ କି.ମି । ଏପରି ଏକ ଘଟଣା ଗୁରୁବାର ଦେଖିବାକୁ ମିଳିଥିଲା ।

ଦିଲ୍ଲୀ-ଗୋରଖପୁର ହମସଫର୍ ଏକ୍ସପ୍ରେସର ଛାତ ଉପରେ ଯାତ୍ରୀ ଜଣକ ଯାତ୍ରା କରୁଥିଲେ । ବ୍ୟକ୍ତି ଜଣକ ହେଉଛନ୍ତି ଫତେପୁରର ଦିଲ୍ଲୀପ । ସୂଚନା ମୁତାବକ ଦିଲ୍ଲୀପ ଟ୍ରେନ୍ର B-11 AC କୋଚ୍ର ଛାତ ଉପରେ ଶୋଇ ଯାତ୍ରା କରୁଥିଲେ। ଜଣେ ଯାତ୍ରୀ ଦିଲ୍ଲୀପଙ୍କୁ ଛାତ ଉପରେ ଦେଖି ଆଲାରାମ୍ ବଜାଇଥିଲେ । ଏହାପରେ କାନପୁର ଷ୍ଟେସନ୍ର ରେଳ କର୍ମଚାରୀଙ୍କ ସମେତ RPF ଓ GRP ଇନ୍ସପେକ୍ଟର ତାଙ୍କୁ ଉଦ୍ଧାର କରିଥିଲେ।

ଦିଲ୍ଲୀପଙ୍କୁ ଉଦ୍ଧାର କରିବା କଷ୍ଟସାଧ୍ୟ ଥିଲା। କାରଣ ମୁଣ୍ତ ଉପରେ ୨୫ ହଜାର ଭୋଲ୍ଟର ଇଲେକ୍ଟ୍ରିକ ତାର ରହିଥିଲା। ଟିକିଏ ଭୁଲ ହୋଇଥିଲେ ଅନେକଙ୍କ ପ୍ରାଣ ଯାଇଥାନ୍ତା । ପ୍ରାୟ ୨୦ ମିନିଟ୍ର ଅପରେସନ୍ ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଏହାକୁ ନେଇ କିଛି ଉତ୍ତର ଦେଇନାହାନ୍ତି ଦିଲ୍ଲୀପ । ବର୍ତ୍ତମାନ ପରିବାର ଲୋକଙ୍କ ସହ ସେ ଘରକୁ ଯାଇଛନ୍ତି । ସେହି ସମୟର ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।